ଆସିଲା ବଡ ଖବର : ପୁଣି କ୍ୟାପଟେନ ହେବେ ବିରାଟ କୋହଲି,ମିଳିଲା ବଡ ସୂଚନା…….

ପୁଣିଥରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ( ଆର୍.ସି.ବି ) ଦଳର ଅଧିନାୟକ ଭାର ସମ୍ଭାଳିବା ପାଇଁ ଯାଉଛନ୍ତି ବିରାଟ କୋହଲି । ଏଥିନେଇ ଆଶା ବ୍ୟକ୍ତ କରିଛନ୍ତି ଆରସିବି ଦଳର ଅଧକ୍ଷ ପ୍ରଥମେଶ ମିଶ୍ର। କୋହଲିଙ୍କୁ ପୁଣି ଥରେ ଅଧିନାୟକ କରାଇବା ପାଇଁ ଚେଷ୍ଟା ରାଜି କରାଯାଉଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଏଥିସହିତ ଯଦି ବିରାଟ ଏଥିପାଇଁ ରାଜି ନ ହୁଅନ୍ତି ତେବେ ଆଗାମୀ ନିଲାମୀରେ ଏକ ଅଧିନାୟକଙ୍କୁ ଦଳ କିଣିବାକୁ ଚେଷ୍ଟା କରିବ ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ଶ୍ରେୟସ୍ ଆୟର କିମ୍ବା ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ଆରସିବିର ଅଧିନାୟକ କରାଯାଇପାରିବ ବୋଲି ଆଲୋଚନା ହୋଇଥିଲା। ଆରସିବି ଅଧ୍ୟକ୍ଷ କହିଛନ୍ତି ଯେ,’ବିରାଟ କୋହଲି ଅନେକ ସ୍ମରଣୀୟ ସିଜିନରେ ଦଳର ନେତୃତ୍ୱ ନେଇଛନ୍ତି । ତାଙ୍କ ନେତୃତ୍ୱରେ ଦଳ ଅନେକ ମ୍ୟାଚ୍ ଜିତିଛି ।​ ଆମେ ତାଙ୍କୁ ଅଧିନାୟକ ଭାବରେ ରଖିବାକୁ ପସନ୍ଦ କରିବୁ । ଆମେ ତାଙ୍କୁ ଅଧିନାୟକତ୍ୱ ପାଇଁ ମନାଇବାକୁ ଚେଷ୍ଟା କରିବୁ” । ଆଇପିଏଲ-୨୦୨୨ ର ମେଗା ନିଲାମ ଆସନ୍ତା ଫେବୃଆରୀ ମାସ ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିରାଟ ଦୀର୍ଘ ୮ ଟି ସିଜିନ ହେବ ଆରସିବି ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳୁଛନ୍ତି । ଶେଷଥର ପାଇଁ ୨୦୧୬ ମସିହାରେ ଆରସିବି ରନର୍ସପ ହୋଇଥିଲା । ବିରାଟଙ୍କ ଅଧିନାୟକତ୍ୱରେ ଆରସିବି ୬୬ ଟି ମ୍ୟାଚ ଜିତିଛି ଏବଂ ୭୦ ଟି ମ୍ୟାଚ ହାରିଛି । କିନ୍ତୁ, ୮ଟି ସିଜନ ମଧ୍ୟରେ ବିରାଟ ଏହି ଦଳକୁ ଟାଇଟେଲ ଜିତାଇବାରେ ସଫଳ ହୋଇ ପାରିନଥିଲେ

ସବୁ ଫର୍ମାଟରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ପଦ ଛାଡ଼ିବା ପରେ ଆଉ ଏକ ଅସୁବିଧାରେ ପଡ଼ି ଯାଇଥିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି । ବିସିସିଆଇ ଏବଂ ବିରାଟଙ୍କ ମଧ୍ୟରେ ମତଭେଦ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ଏଥିପାଇଁ ତାଙ୍କୁ ଗ୍ରେଡ ଏ ପ୍ଳସ୍ କଣ୍ଟ୍ରାକ୍ଟରୁ ହଟାଇ ଦିଆଯାଇ ଥିବାର ବୋଲି ଅନୁମାନ କରା ଯାଉଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ କୋହଲିଙ୍କୁ ଏହି କଣ୍ଟ୍ରାକ୍ଟ ଦିଆଯାଇଥିବା ବେଳେ ସେ ଏଥିପାଇଁ ବର୍ଷକୁ ୭ କୋଟି ଟଙ୍କା ବେତନ ପାଇଥାନ୍ତି ।

ପୂର୍ବରୁ ବିରାଟ କୋହଲି ସମସ୍ତ ତିନୋଟି ଫର୍ମାଟରେ ଭାରତର ଅଧିନାୟକତ୍ୱ କରୁଥିଲେ । କିନ୍ତୁ ପରେ ବିରାଟ ଏବଂ ବିସିସିଆଇ ମଧ୍ୟରେ କଥାକଥିତ ବିବାଦ ପରେ ବିରାଟ କୌଣସି ଫର୍ମାଟରେ ଅଧିନାୟକ ହେବେ ନାହିଁ ବୋଲି ଜଣା ପଡ଼ିଥିଲା । ତେବେ ସେଭଳି ପରିସ୍ଥିତିରେ ବିରାଟ କୋହଲିଙ୍କ ବାର୍ଷିକ ଚୁକ୍ତି ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡିପାରେ ବୋଲି ବିଶ୍ୱାସ କରାଯାଉଥିଲା । ଉଲ୍ଲେଖଯୋଗ୍ୟ ଯେ ୨୦୨୧ ଟି-୨୦ ବିଶ୍ୱକପ ପୂର୍ବରୁ ବିରାଟ ଭାରତୀୟ ଟି-୨୦ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ।

କିନ୍ତୁ, ସାଉଥଆଫ୍ରିକା ଗସ୍ତରେ ତାଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ମଧ୍ୟ ବାହାର କରି ଦିଆଯାଇଥିଲା । ଶେଷରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ହାରିବା ପରେ ବିରାଟ ଟେଷ୍ଟ ଦଳର ଅଧିନାୟକ ପଦରୁ ମଧ୍ୟ ଇସ୍ତଫା ଦେଇ ଦେଇଥିଲେ । ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନେଇ ବିସିସିଆଇ ଏବଂ ତାଙ୍କର କଥା ମେଳ ଖାଉନଥିବାରୁ ସେମାନଙ୍କ ମଧ୍ୟରେ ମତାନ୍ତର ରହିଥିବା ଆଶଙ୍କା କରାଯାଉଛି ।

Leave a Reply

Your email address will not be published. Required fields are marked *