ଭାଉଜଙ୍କୁ ହେଲା ଦିଅରଙ୍କ ସହ ପ୍ରେମ, ଆଉ ନିଜ ଛୁଆଙ୍କୁ କହିଲେ ‘ଏବେ ଠୁ ଦାଦା ହିଁ ତମ ବାପା’, ଜାଣନ୍ତୁ ତାପରେ କଣ ହେଲା…

ଅନ୍ଧ ପ୍ରେମ । ଏକ ସତ୍ୟ ଘଟଣା ଉପରେ ଆଧାରିତ। କଥାରେ ଅଛି ପ୍ରେମ ଅନ୍ଧ, ପାଣି ଅନ୍ଧ, ନିଆଁ ଅନ୍ଧ । ଏମାନଙ୍କର ବାଡ ବତା ନାହିଁ। ପାଣି ଯେମିତି ବନ୍ଧବାଡ ମାନେ ନାହିଁ। ତାର ଇଚ୍ଛା ଅନୁସାରେ ନୂଆ ନୂଆ ଦିଗ ବଦଳାଇ । ଲୋକମାନେ କହିଥାନ୍ତି କି ପ୍ରେମ ଅନ୍ଧ ହୋଇଥାଏ ଓ ଯେତେବେଳେ କାହା ସହିତ ପ୍ରେମ ହୋଇଯାଏ, ସେତେବେଳେ ଜାତି, ଟଙ୍କା, ବୟସ, ଓ ରୂପକୁ ଦେଖାଯାଇ ନଥାଏ ।

ନ ଚାହିଁ ମଧ୍ୟ ପ୍ରେମ ହୋଇ ଯାଇଥାଏ । ତେବେ ପ୍ରେମ ବିବାହ ହେଉ ବା ଦେଖି ଚାହିଁ ବିବାହ ହେଉ , ଏସମସ୍ତ ଏକ ଏପରି ସ୍ଥାନ ରେ ଯାଇ ପହଞ୍ଚିଛି , ଉଭୟ ନାରୀ ଓ ପୁରୁଷ ବିବାହ କରିବାକୁ ନାରାଜ ହେଉଛନ୍ତି । ନାରୀ ଓ ପୁରୁଷ ଉଭୟ ସୃଷ୍ଠି ର ବିଚିତ୍ର ରୂପ । ଯଦି ସଂସାର ରେ କେବଳ ହିଁ କେବଳ ପୁରୁଷ ରହିଥାନ୍ତେ ତା ହେଲେ ଭି ସଂସାର ଚାଲି ପାରନ୍ତା ନାହିଁ । ଯଦି କେବଳ ମହିଳା ରହିଥାନ୍ତି ତା ହେଲେ ଭି ସଂସାର ଆଗକୁ ବଢ଼ାନ୍ତା ନାହିଁ ।

କିନ୍ତୁ ଅନେକ ସ୍ଥାନ ରେ ଆମେ ଦେଖିଥାଉ ଯେ ଯେଉଁ ମଣିଷ ର ହାତ ଧରି ଆମେ ବିବାହ କରି ଘର କୁ ଆଣିଥାଉ ବା ଯେଉଁ ମଣିଷ ସହିତ ଆମେ ଘର କରିବା ପାଇଁ ଯାଇଥାଉ , ସେ ବହୁତ ବଡ଼ ଧୋକେ ବାଜ୍ ବାହାରିଥାଏ । ସେତେବେଳେ ଜୀବନ ଟି ପୁରା ହାହାକାର ଲାଗିଥାଏ । ତେବେ ଏହିପରି ପ୍ରେମ ଅନ୍ଧ ରେ ଅନ୍ଧ ହୋଇ ଅନେକ କିଛି ଘଟଣା ଘଟିଥାଏ ଯାହା ଆମେ ନିତିଦିନ ଖବର ରେ ପାଇଥାଉ । ତେବେ ଭାଗଲପୁରର ଏକ ପରିବାରରେ ରହୁଥିବା ଭାଉଜଙ୍କୁ ନିଜ ଦିଅରଙ୍କ ସହ ପ୍ରେମ ହେଇଗଲା ।

ଏହା ପରେ, ପରିବାରର ସମ୍ମାନ ବଞ୍ଚାଇବା ପାଇଁ ସ୍ୱାମୀ ନିଜ ପତ୍ନୀଙ୍କୁ ସାନ ଭାଇ ସହିତ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ କେବଳ ଏତିକି ନୁହେଁ ଉଭୟ ବିବାହ କରିବା ପରେ ବଡ ଭାଇ ସେମାନଙ୍କୁ ଆଶୀର୍ବାଦ ଦେଇ ଖୁସିର ବିବାହିତ ଜୀବନ କାଟନ୍ତୁ ବୋଲି କହିଲେ ଏବଂ ନିଜେ ଗାଁ ଛାଡି ମଧ୍ୟ ଚାଲିଗଲେ । ତେବେ ସେ ତାଙ୍କର ୨ ବର୍ଷର ଝିଅ କୁ ତାଙ୍କ ଭାଇ ଏବଂ ପୂର୍ବପତ୍ନୀଙ୍କୁ ମଧ୍ୟ ଦେଇଥିଲେ ।

ଘଟଣା ଅନୁସାରେ ପୱନ ଗୋସ୍ୱାମୀ ଙ୍କ ପତ୍ନୀ ପ୍ରିୟଙ୍କା ଗୋସ୍ୱାମୀ ଏବଂ ତାଙ୍କ ସାନ ଭାଇ ସାଜନ ଗୋସ୍ୱାମୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ପୱନ କୁମାରଙ୍କ ପତ୍ନୀ ପ୍ରିୟଙ୍କା ଏବଂ ଦିଅର ସାଜନଙ୍କର ଗତ ୨ ବର୍ଷ ଧରି ପ୍ରେମ ସମ୍ପର୍କ ରଖିଥିଲେ । ଏହା ପରେ ଦୁହେଁ ଲୁଚି ପଳାଇବାକୁ ପ୍ରସ୍ତୁତ ହୋଇଥିଲେ, କିନ୍ତୁ ଯେତେବେଳେ ପୱନ ଗୋସ୍ୱାମୀ ଏହି ବିଷୟରେ ଧାରଣା ପାଇଲେ ସେତେବେଳେ ସେ ନିଜ ଭାଇ ଓ ନିଜ ପତ୍ନୀ ଙ୍କ ବିବାହ କରାଇ ତାଙ୍କୁ ନିଜ ଝିଅ କୁ ମଧ୍ୟ ଦେଇଦେଇଥିଲେ । ତେବେ ପୂର୍ବ ସ୍ବାମୀ ଙ୍କ ସହିତ ତାଙ୍କ ର ଛାଡ଼ ପତ୍ର ହୋଇଥିଲା ।

Leave a Reply

Your email address will not be published. Required fields are marked *