ଏହି ଗାଁରେ ଆଜି ବି ସବୁ ଝିଅ ଅପାଠୁଆ, ନାରୀ ଶିକ୍ଷା ଏଠାରେ ଏକଦମ୍ ଠପ୍

ରାଜନୀତି ହେଉଛି ଏକ ପ୍ରକାର ମିଛ ଆଶ୍ଵାସନା ବୋଲି କହିଲେ ଚଳେ । ନେତା ମାନେ ରାଜନୀତି ନାମ ରେ ଅନେକ ଲୋକ ଙ୍କୁ ମିଛ ଆଶ୍ୱାସନା ଦେଇଥାନ୍ତି । ମୁଁ ଜିତିଲେ ଏହି ଅଞ୍ଚଳ ରେ ଏଇ ଉନ୍ନତି କରିବି , ସେଇ ଉନ୍ନତି କରିବି କହି ଭୋଟ ନେଇଯାଆନ୍ତି । କିନ୍ତୁ ଜିତିସରିଲା ପରେ ସେହି ନେତା ଙ୍କ ର ଆଉ ଦେଖା ମିଳେନାହିଁ ।

ତେବେ ବର୍ତମାନ ସୁଦ୍ଧା କିଛି କିଛି ହାତ ଗଣତି ନେତା ଅଛନ୍ତି ଯେଉଁମାନେ ପ୍ରତିଶ୍ରୁତିବଦ୍ଧ । ଅର୍ଥାତ୍ ଭୋଟ ବେଳେ ଯେଉଁ ପ୍ରତିଶ୍ରୁତି ଦେଇଥାନ୍ତି , ସେହି ପ୍ରତିଶ୍ରୁତି ଜିତିଲା ପରେ ପୂରଣ କରିଥାନ୍ତି । ତେବେ ଯେଉଁ ସ୍ଥାନ ରେ ଭୋଟ ଆସିଥାଏ , ଅନେକ ଭୋଟ କୁ ନେତା ମାନେ ଟଙ୍କା ପଇସା ଦେଇ କିଣି ନେଇଥାନ୍ତି । ତେବେ ଏପରି ସ୍ଥାନରେ ଭୋଟର ମାନେ ଟଙ୍କା ନ ନେଇ ନିଜ ବୁଦ୍ଧି ଅନୁସାରେ ଭୋଟ ଦେବା ଉଚିତ୍ ।

ତେବେ ସରକାର ଅନେକ ପ୍ରକାର ଆଶ୍ୱାସନା ଦେଇଥାନ୍ତି ତଥା ପ୍ରତିଜ୍ଞା ମଧ୍ୟ କରିଥାନ୍ତି । ତେବେ ସମସ୍ତ କିଛି ଇଲେକ୍ସନ୍ ପର୍ଯ୍ୟନ୍ତ ହିଁ ହୋଇଥାଏ । ଆଜି ଯେଉଁ ନେତା ଆମକୁ ହାତ ଯୋଡ଼ିଥାଏ , କାଲି ସେହି ନେତା ଜିତିଗଲେ ଆମ ମୁଣ୍ଡ ଉପରେ ହାତ ରଖିଥାଏ । କାରଣ ସେ ସେତେବେଳେ ଅଧିକାରୀ ହୋଇ ସାରି ଥାନ୍ତି ।

ତେବେ ନାରୀ ଶିକ୍ଷା ତଥା ନାରୀ ସୁରକ୍ଷା ପାଇଁ ପ୍ରାୟ ସମସ୍ତ ନେତା ମନ୍ତ୍ରୀ ତଥା ସରକାର ମଧ୍ୟ କଥା କହିଥାନ୍ତି । କିନ୍ତୁ ନାରୀ ଙ୍କ ପ୍ରତି ଅତ୍ୟାଚାର କେତେ ମାତ୍ରା ରେ ବଢ଼ି ଯାଇଛି ତାହା ପ୍ରାୟ ସମସ୍ତେ ଜାଣିଚୁ । ତେବେ ଆମ ଓଡ଼ିଶା ରେ ମଧ୍ୟ ଏପରି କିଛି ଗାଆଁ ରହିଛି ସେଠାକୁ ସର୍ବଶିକ୍ଷା ଅଭିଯାନ ଯାଇ ପହଞ୍ଚିପରିନାହି । ସେହି ଗାଆଁ ରେ ଗୋଟିଏ ହେଲେ ବି ଝିଅ ପିଲା କେହି ସ୍କୁଲ ମାଟି ମାଡ଼ିନାହାନ୍ତି । କାରଣ ଏହି ଗାଆଁ ଟି ନିପଟ ମଫସଲ ତଥା ଜଙ୍ଗଲ ଭିତରେ ରହିଛି ।

ତେବେ ଗାଆଁ ଟି ରହିଛି କଳାହାଣ୍ଡି ଜିଲ୍ଲା ର ଲାଞ୍ଜିଗଡ଼ ବ୍ଲକର ତୁର୍କା ଗାଆଁ । ଏହା ପ୍ରାୟ ଶହେ ବର୍ଷ ପୁରୁଣା ଗାଆଁ । ତେବେ ଏହା ସମ୍ପୂର୍ଣ୍ଣ ଭାବେ ଜଙ୍ଗଲ ଭିତରେ ରହିଛି । ରାସ୍ତା ତଥା ଗମନା ଗମନ ରେ ବାଧା ହେଉଛି । ତେଣୁ ଆଖପାଖ ଅଞ୍ଚଳରେ ଗୋଟିଏ ହେଲେ ବି ସ୍କୁଲ ନାହିଁ । ଯାହା ଫଳରେ ଏଠାରେ ଥିବା ସମସ୍ତ ମହିଳା ଙ୍କ ମଧ୍ୟରୁ କେହି ହେଲେ ମଧ୍ୟ ସ୍କୁଲ ଯାଇନାହାନ୍ତି । ଏହି ଗାଆଁ ରେ ସବୁ ଝିଅ ଅପାଠୁଆ । ନାରୀ ଶିକ୍ଷା ର ପ୍ରଚାର ପ୍ରସାର ଏହି ଗାଆଁ ର ଠିକଣା ପାଇପାରିନାହି । ଯାହା ଫଳ ରେ ସ୍ଵାଧୀନତା ର ଅନେକ ବର୍ଷ ପରେ ମଧ୍ୟ ଏଠାରେ ଝିଅ ମାନେ ଅଶିକ୍ଷିତ ହୋଇ ଦିନ କାଟୁଛନ୍ତି ।

Leave a Reply

Your email address will not be published. Required fields are marked *