କୌଣସି ମଲ୍ ରେ ନିଜ ମୋବାଇଲ ନମ୍ବର ଦିଅନ୍ତୁ ନାହିଁ ଜାଣନ୍ତୁ କାହିଁକି ?

ସାଇବର ଅପରାଧ ହେଉଛି ଏକ ଅପରାଧ ଯେଉଁଥିରେ କମ୍ପ୍ୟୁଟର ଓ ନେଟୱାର୍କ ଅନ୍ତର୍ଭୁକ୍ତ । ଏକ କମ୍ପ୍ୟୁଟର ଅପରାଧ ହେଉଛି ଯେକୌଣସି କମ୍ପ୍ୟୁଟରର ଅପରାଧିକ ସ୍ଥାନରେ ମିଳନ କିମ୍ବା କମ୍ପ୍ୟୁଟର ସହିତ ଅପରାଧ କରିବା । ନେଟୱାର୍କ କମ୍ପ୍ୟୁଟର ଅପରାଧରେ ଜଡିତ ନୁହେଁ । କାହାର ବ୍ୟକ୍ତିଗତ ସୂଚନା ଚୋରି କରିବା ଓ ଏହାକୁ ଭୁଲ ଭାବରେ ବ୍ୟବହାର କରିବା ମଧ୍ୟ ଏକ ସାଇବର ଅପରାଧ । ଏପରି କାର୍ଯ୍ୟ ବେଆଇନ ଅଟେ ।

ସାଇବର କ୍ରାଇମ୍ ପାଇଁ ଭାରତ ତଥା ବିଶ୍ୱର କଠୋର ଦଣ୍ଡବିଧାନ କରାଯାଉଛି । ତେବେ ସାଇବର କ୍ରାଇମ ବ୍ରାଞ୍ଚ ଅଫିସର ସିଧା ସିଧା ବାରଣ କରିଦେଇଛନ୍ତି ଯେ ନିଜ ପରସନାଲ ମୋବାଇଲ ନମ୍ବର ତଥା ପର୍ଶନଲ କାର୍ଡ ସମ୍ବନ୍ଧିତ କୌଣସି ତଥ୍ୟ କୌଣସି ମଲ୍ ଆଦି ସ୍ଥାନ ରେ ନ ଦେବା ପାଇଁ । ଯାହା ଫଳରେ ସେସବୁ ନେଇ ସେମାନେ କୌଣସି ଏକ୍ସପର୍ଟ ସାଇବର ଠକେଇ ଙ୍କୁ ବିକ୍ରି କରିଦେଉଥିଲେ ।

ତେବେ ବର୍ତମାନ ଏକ ଗ୍ୟାଙ୍ଗ ଧରା ପଡିଛନ୍ତି । ସେମାନଙ୍କ ଘର ଜମତାରା ରେ । ସେମାନେ ଥିଲେ ମାତ୍ର ତିନି ଜଣ , ବଧୁନ ମଣ୍ଡଳ , କ୍ରିଷ୍ଣା ମଣ୍ଡଳ , ଚେତଲାଲ ମଣ୍ଡଳ । ତେବେ ମାତ୍ର ୨ ଟି ଲାପଟପ୍ , ୩୩ ଟି ସିମ୍ ରେ , ୧୭୧ ଲୋକ ଙ୍କୁ ଠକେଇ । ୧୧ ଟି ମୋବାଇଲ ରେ ୨୦ ଟି ରାଜ୍ୟ ର ଲୋକ ଙ୍କ ଟାର୍ଗେଟ । କଲିକତା ରୁ ଡାଟା କିଣି ଏମାନେ ଓଡ଼ିଶା ରେ ସାଇବର ଲୁଟ ଚଳାଇଥିଲେ ।

ତେବେ ଆକାଉଣ୍ଟ କେ ୱାଇ ସି କରିବା ପାଇଁ କଲ୍ କରି ଓଟିପୀ ମାଗିଥିଲେ । ତା ପରେ ଆଖି ପିଚୂଳକେ ଆକାଉଣ୍ଟ ରୁ କଟି ଯାଉଥିଲା ଟଙ୍କା । ସେମାନେ ଅନଲାଇନ୍ ଟ୍ରାଞ୍ଜେକ୍ସନ ଆପ ଜରିଆରେ ତଥା ଗିଫ୍ଟ କାର୍ଡ ଜରିଆରେ ପଇସା କାଟି ନେଇଥିଲେ । ଏହିପରି ୱାତ୍ସାପ ଜରିଆରେ ମଧ୍ୟ କିଛି ଲଟେରୀ ବାଜିବା ନେଇ ସେମାନେ ମେସେଜ କରୁଥିଲେ । ବ୍ୟାଙ୍କ୍ ଡିଟେଲ ମାଗି ପଇସା ଦେବା ବାହାନା ରେ ପଇସା କାଟି ନେଉଥିଲେ ।

ଏକ ଅପରାଧିକ କାର୍ଯ୍ୟକଳାପ ଯାହା କମ୍ପ୍ୟୁଟରକୁ ଯନ୍ତ୍ରପାତି ବା ପରବର୍ତ୍ତୀ ଅପରାଧର ଚିରାଚରିତ ଉପାୟ ଭାବରେ ବ୍ୟବହାର କରି କରାଯାଏ । ଏହା ଏକ ବେଆଇନ୍ କାର୍ଯ୍ୟ ଭାବରେ ବ୍ୟାଖ୍ୟା କରାଯାଇଛି । ଯେଉଁଠାରେ କମ୍ପ୍ୟୁଟର ସାଧନ କିମ୍ବା ଲକ୍ଷ୍ୟ କିମ୍ବା ଉଭୟ ଅଟେ । ତେବେ ରାଜଧାନୀରେ ଏବେ ଆକ୍ଟିଭ ମୁଡରେ ସାଇବର ଲୁଟେରା । ଲିଙ୍କ ପଠାଇବା ସହ ମାତ୍ର ଗୋଟିଏ ଓ.ଟି.ପି ଜରିଆରେ ଖାଲି ହୋଇ ଯାଉଛି ଲୋକଙ୍କ ପୂରା ଆକାଉଣ୍ଟ ।

ରାଜଧାନୀରେ ଏବେ ଏପରି କିଛି ଆପ୍ ଜରିଆରେ ସାଇବର ଲୁଟେରାମାନେ ଲକ୍ଷାଧିକ ଟଙ୍କା ଠକେଇ ହେଉଥିବା ନେଇ ସାଇବର ଥାନାରେ ମାଳ ମାଳ ଅଭିଯୋଗ ଆସୁଛି । ଏହାକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀବାସୀଙ୍କୁ ଏହିପରି କଲ୍ ନ ଉଠାଇବା ପାଇଁ ତଥା ସିକ୍ରେଟ ଅଟିପି କାହା ସହ ସେଆର ନ କରିବାକୁ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *