ଏମିତି ଜଣେ ପ୍ରାର୍ଥୀ: ଲୋକମାନଙ୍କର ମିଳୁଛି ବିପୁଳ ସମର୍ଥନ,ପ୍ରାର୍ଥୀଙ୍କ ପାଇଁ ଟଙ୍କା ଖର୍ଚ୍ଚ କରୁଛନ୍ତି ଭୋଟର !

ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ପ୍ରାର୍ଥୀ ମୈଦାନକୁ ଓହ୍ଲାଇ ସାରିଲେଣି। ବିଜୟୀ ହେବା ପାଇଁ ଭୋଟରମାନଙ୍କୁ ମନାଇବା ପାଇଁ ଚେଷ୍ଟା ମଧ୍ୟ କରୁଛନ୍ତି। କଟକର ନରସିଂହପୁର ଦେବଭୂମି ପଞ୍ଚାୟତରେ ଏମିତି ଏକ ନିଆରା ଦୃଶ୍ୟ ଦେଖିବା ପାଇଁ ମିଳିଛି। ଯେଉଁଠି ଜଣେ ପ୍ରାର୍ଥୀଙ୍କୁ ମିଳୁଛି ବିପୁଳ ଜନସମର୍ଥନ। ଓ ପ୍ରାର୍ଥୀମାନଙ୍କ ପାଇଁ ଭୋଟରମାନେ ଟଙ୍କା ଆଦାୟ କରି ଖର୍ଚ୍ଚ କରୁଛନ୍ତି।

ଦେବଭୂମି ଗ୍ରାମ ପଞ୍ଚାୟତର ୧୫ ନମ୍ବର ୱାର୍ଡର ସମିତି ସଭ୍ୟ ପ୍ରାର୍ଥୀନି ହେଉଛନ୍ତି ସସ୍ମିତା ଜେନା। ସସ୍ମିତା ଦୀର୍ଘ ୫ ବର୍ଷ ହେବ ନୂଆପାଟଣା ପଞ୍ଚାୟତରେ ସରପଞ୍ଚ ଭାବରେ କାମ କରିଥିଲେ। ତାଙ୍କ ଶାଶୂ ମଧ୍ୟ ବ୍ଲକର ଅଧ୍ୟକ୍ଷା ରହିଥିଲେ। ସେହିପରି ତାଙ୍କର ସ୍ୱାମୀ ନିର୍ମଳ ଜେନା ବ୍ଲକର ଅଧ୍ୟକ୍ଷ ଓ ସରପଞ୍ଚ ଭାବରେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି।

ଗୋଟିଏ ପଟେ ନିର୍ବାଚନରେ ବିଜୟ ଲାଭ କରିବା ପାଇଁ ଭୋଟରମାନେ ବିଭିନ୍ନ ପ୍ରକାର ପ୍ରୟାସ କରୁଥିବା ସମୟରେ ଏଠାରେ କିନ୍ତୁ ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ଭୋଟରମାନେ ନିଜ ନିଜ ମଧ୍ୟରେ ଟଙ୍କା ଆଦାୟ କରି ପ୍ରାର୍ଥୀଙ୍କୁ ଦେଇଛନ୍ତି ୨୦ ହଜାର ଟଙ୍କା।

Leave a Reply

Your email address will not be published. Required fields are marked *