ବଡ ଖବର : ଏକାଠି ଜଳିଲା ପରିବାରର ଚିତା, ଯେଉଁ କାଠରେ ଭୋଜି ହେବା କଥା,ସେହି କାଠରେ ଜଳିଲା ଜୁଇ,ବାହାଘରରେ ଘଟିଲା ଅଘଟଣ

ଏକ ଧାଡ଼ି ହୋଇ ଜଳୁଛି ଘରର ଏକାଥରେ ୩ଟି ଚିତା, ଏମାନେ ଗୋଟିଏ ପରିବାରର ୩ ଜଣ ସଦସ୍ୟ। ସୋନପୁର ଉଲଣ୍ଡା ବ୍ଲକ ନିମ୍ନ ଗାଁର ୩ ଜଣଙ୍କ ମର ଶରୀର ଚିତା ଅଗ୍ନିରେ ଲିନ ହେଉଛି। ବାହାଘର ସାରି ହସ ଖୁସିରେ କନ୍ୟାର ଘରୁ ଫେରୁଥିଲେ। ବରଘରେ ଭୋଜି ଭାତ ଖାଇବା ସରିଥିଲା। ଭୋଜିଭାତ ଆଉ ବନ୍ଧୁ ବାନ୍ଧବଙ୍କ ଆସରରେ ଘର ପୁରି ଉଠୁଥିଲା ଭୋଜି ପାଇଁ କାଠ ବି ଯୋଗାଡ଼ ସରିଥିଲା। କିନ୍ତୁ ସେହି ଭୋଜି କାଠରେଯେ ପରିବାରର ଯୁଇ ଜଳିବ ଏକଥା କେହି କେବେବି ସ୍ବପ୍ନରେ ମଧ୍ୟ ଭାବିନଥିଲେ।

ଏମିତି ଆସିବଯେ କାଳ ନିର୍ଦ୍ଦୟ ପରି ଦଇବ ସବୁକିଛି ଓଲଟ ପାଲଟ କରିଦେଲା। ବଡ଼ ତ ବଡ ଛୋଟ ଛୁଆଙ୍କୁ ମଧ୍ୟ ଛାଡ଼ିଲାନି। ବରଯାତ୍ରୀଙ୍କ ନାଚଗୀତ ଓ ଭୋଜି ଭାତ ସରିଥିଲା। ସକାଳ ପହିଥିଲେ ଘରକୁ ନବ ବରବଧୂ ଆସିଥାନ୍ତେ। ବରର ପରିବାର ଲୋକ କିଛି ସମୟ ପରେ ଘରେ ପହଞ୍ଚିଲେ ଭୋଜି କାମରେ ମଧ୍ୟ ଲାଗିଥାନ୍ତେ। କିନ୍ତୁ ଖବର ଆସିଲା ଏକ ଭୟଙ୍କର ଦୁର୍ଘଟଣାର ତା’ପର ଠାରୁ କାନ୍ଦ ବୋବାଳିରେ ସାରା ଘର ଫାଟି ପଡ଼ୁଛି।

ଏହି ସଡକ ଦୁର୍ଘଟଣା ସମସ୍ତ ଖୁସିକୁ ଓଜଡ଼ି ଦେଇଛି। ବରଯାତ୍ରୀ ଯାଇ ଫେରିଲା ବେଳକୁ ଅଧା ବାଟରେ ଘଟିଲା ସଡ଼କ ଦୁର୍ଘଟଣା। ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ସହ ମୋଟ ପାଞ୍ଚ ଜଣଙ୍କର ଜୀବନ ଚାଲିଗଲା। ବର୍ତ୍ତମାନ ସାରା ଗାଁରେ ଛାଇ ଯାଇଛି ଦୁଃଖ ଆଉ ଶୋକର ନିରବତା। ବାହାଘର ସରି ଯାଇଛି ନବବଧୂ ଘରେ ମଧ୍ୟ ପହଞ୍ଚି ସାରିଛି କିନ୍ତୁ କାହା ମୁହଁରେ ଆଉ ହସ ଦେଖାଯାଉ ନାହିଁ। ବିଧିର ବିଧାନ ଏପରି ଥିଲା ବୋଲି କେହି କେବେ ଜାଣିନଥିଲେ।

ମନିସଙ୍କ ସହ ଜ୍ୟୋତିଙ୍କର ବାହାଘର ଥିଲା। କନ୍ୟା ଜ୍ୟୋତିଙ୍କ ଘରେ ଭୋଜି ଖାଇ ମଜାମସ୍ତି କରି ବର ବାହାବେଦୀକୁ ଗଲାପରେ ସାଙ୍ଗରେ ଯାଇଥିବା ବରଯାତ୍ରୀ ଘରକୁ ଫେରିଥିଲେ। କିନ୍ତୁ ବାଟରେ ଜଗି ରହିଥିଲା ଯମ ସୋନପୁର ନିକଟ ମହାନଦୀ ଉପରେ ସାମ୍ନାରୁ ଆସୁଥିବା ଏକ ଧାନ ବୋଝେଇ ଟ୍ରକ ସହ ବର ଯାତ୍ରୀଙ୍କର ଏକ ବୋଲର ଗାଡ଼ି ଧକ୍କା ହେଲା, ଆଉ ଏହି ଘଟଣା ସ୍ଥଳରେ ହିଁ ବୋଲେର ଗାଡ଼ିରେ ଥିବା ୫ ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା। ସବୁଠାରୁ ଦୁଃଖଦ ଘଟଣା ହେଉଛି ବରର ଦାଦା ଆଶିଷ ପାଣ୍ଡିଆଙ୍କ ସହିତ ତାଙ୍କ ୧୧ ବର୍ଷର ଝିଅ ସିଦ୍ଧି ଓ ୧୪ ବର୍ଷର ପୁଅ ଶୁଭମଙ୍କର ମଧ୍ୟ ଘଟଣା ସ୍ଥଳରେ ହିଁ ଜୀବନ ଚାଲି ଯାଇଥିଲା।

ଭାଇର ବାହାଘର ପାଇଁ ଏହି ସିଦ୍ଧି ଓ ଶୁଭମ ନାଚି ନାଚି ଫେରୁଥିଲେ। କିଏ ଭାବିଥିଲାଯେ ଏହା ତାଙ୍କର ଶେଷ ଯାତ୍ରା। ବର୍ତ୍ତମାନ ପରିବାରର ଅବସ୍ଥା କଣ ହେଉଥିବ ତାହା ଆପଣମାନେ ଜାଣି ପାରୁଥିବେ। ସ୍ଵାମୀ ପୁଅ ଓ ଝିଅକୁ ହରାଇ ଗତ କାଲିଠାରୁ ଆଶିଷ ପାଣ୍ଡିଆଙ୍କ ପତ୍ନୀ ଉମା ବହୁନି ବାହୁନି ହୋଇ କାନ୍ଦୁଛନ୍ତି। କେବଳ ବର ନୁହେଁ ଦୁର୍ଘଟଣା ପରେ କାହାରି ଘରେ କାଲିଠାରୁ ଚୁଲି ମଧ୍ୟ ଲାଗିନି। ଏଭଳି ସ୍ଥିତିରେ କିଏ କାହାକୁ ଧାର୍ଯ୍ୟ ଦେଇ ପାରୁନାହାଁନ୍ତି। ଜୀବନ ଅଛି ତ ମୃତ୍ୟୁ ନିଶ୍ଚିତ ଅଛି। କିନ୍ତୁ ଏଭଳି ଆକସ୍ମିକ ଅକାଳ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରନା। ପରିବାର ଲୋକଙ୍କୁ ଏହି ସମୟରେ ଭଗଵାନ ଧୈର୍ଯ୍ୟ ଦିଅନ୍ତୁ, ଇଶ୍ଵରଙ୍କ ନିକଟରେ ଆମର ଏତିକି ପ୍ରାର୍ଥନା।

Leave a Reply

Your email address will not be published. Required fields are marked *