ଖାଲି ହାତରେ ମାରାତ୍ମକ କୋବ୍ରାକୁ ଧରିଲା ବ୍ୟକ୍ତି, ଆଉ ତା ପରେ ଯାହା ହେଲା,,,ଦେଖନ୍ତୁ ଭିଡ଼ିଓ

ସାପ ଦେଖିବା ମାତ୍ରେ ଅନେକ ଲୋକଙ୍କ ଅବସ୍ଥା ଖରାପ ହୋଇଯାଏ, କିନ୍ତୁ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓ ଥାଇଲ୍ୟାଣ୍ଡର ଅଟେ। ଭିଡିଓରେ ଜଣେ ଯୁବକ ଖାଲି ହାତରେ ଭୟଙ୍କର କୋବ୍ରାକୁ ଧରିବାରେ ନଜର ଆସିଛନ୍ତି।

ଭୟଙ୍କର କୋବ୍ରାକୁ ଧରିବାକୁ ଚେଷ୍ଟା କଲା ବ୍ୟକ୍ତି।

ଭିଡିଓରେ ଏକ ଭୟଙ୍କର କିଙ୍ଗ କୋବ୍ରା ଦକ୍ଷିଣ ଥାଇଲ୍ୟାଣ୍ଡର କ୍ରାବିରେ ଏକ ଖଜୁରୀ ବଗିଚାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିବ। ଏହି କୋବ୍ରା ପ୍ରାୟ 14 ଫୁଟ ଲମ୍ବା ଅଟେ। କୋବ୍ରାର ଓଜନ 10 କିଲୋଗ୍ରାମରୁ ଅଧିକ ଥିଲା। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଯୁବକ ଜଣକ ପ୍ରଥମେ ସାପକୁ ଏପଟ ସେପଟ କରି ବୁଲାଏ ଏବଂ ତାପରେ ଧରିବାକୁ ଚେଷ୍ଟା କରେ।

ଏହି ଘଟଣାର ଭିଡିଓ ଫେସବୁକରେ ସେୟାର କରାଯାଇଛି। ଏହି ଭିଡିଓରେ ବ୍ୟକ୍ତି ଜଣକ କିଙ୍ଗ କୋବ୍ରାକୁ ଧରିବାକୁ ଚେଷ୍ଟା କରୁଥିବା ଦେଖିବାକୁମିଳିଛି ଯେଉଁଥିରେ ସାପଟି ବ୍ୟକ୍ତିକୁ ଥରେ ମୁହଁ ଖୋଲି କାମୁଡ଼ିବାକୁ ଚେଷ୍ଟା କରେ। କିନ୍ତୁ ବ୍ୟକ୍ତିଙ୍କର ଭାଗ୍ୟ ଭଲ ହେତୁ ସେ ବଞ୍ଚିଯାଇଥିଲେ।

ଶେଷରେ ସାପକୁ ଧରିଦିଏ ବ୍ୟକ୍ତି।

ତେବେ କିଛି ସମୟ ପରେ ସାପଟି ଧରାପଡିଗଲା।ଏହା ପରେ ତାକୁ ଜଙ୍ଗଲରେ ନିରାପଦରେ ଛଡ଼ାଗଲା। କୁହାଯାଉଛି ଯେ ସାପଟି ନିଜ ସାଥୀଙ୍କ ସନ୍ଧାନରେ ଏଠାରେ ବୁଲୁଥିଲା କାରଣ ଏକ କୋବ୍ରା ସ୍ଥାନୀୟ ଲୋକଙ୍କ ଦ୍ୱାରା ହତ୍ୟା କରାଯାଇଥିଲା। କୋବ୍ରା ଦୁନିଆର ବିଷାକ୍ତ ସାପରେ ଅନ୍ତର୍ଭୁକ୍ତ। ଏହାର ପ୍ରଜାତିଗୁଡିକ ଦକ୍ଷିଣୀ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଏ।

Leave a Reply

Your email address will not be published. Required fields are marked *