ମହିଳାଙ୍କର ଥିଲା ବିବାହିତ ପୁରୁଷ ସହ ସମ୍ପର୍କ, ଦୁଇ ବର୍ଷ ପରେ ଘଟିଲା କିଛି ଏପରି ଯେ ପାଦତଳୁ ଖସିଗଲା ମାଟି,ଜାଣନ୍ତୁ ପୁରା ଘଟଣା !

ଲୋକମାନେ ପ୍ରାୟତଃ ସୋସିଆଲ ମିଡିଆରେ ସେମାନଙ୍କର ପ୍ରେମ ଏବଂ ବ୍ରେକଅପ୍ ସହିତ ଜଡିତ ଅନେକ କାହାଣୀ ସେୟାର କରନ୍ତି। କିଛି ଲୋକ ନିଜ ଅଭିଜ୍ଞତାରୁ ଅନ୍ୟମାନଙ୍କୁ ଶିକ୍ଷା ଦେବାକୁ ଚାହାଁନ୍ତି ଯେତେବେଳେ କି କିଛି ଲୋକ ଏହି ରିଲେସନସିପ ପୋର୍ଟାଲଗୁଡ଼ିକର ସାହାଯ୍ୟ ନେଇ ସେମାନଙ୍କ ମନର ଭାରକୁ ହାଲୁକା କରନ୍ତି। ଜଣେ ମହିଳା ନିଜର ଗୁପ୍ତ ସମ୍ପର୍କର କାହାଣୀ ମଧ୍ୟ ଲୋକଙ୍କୁ କହିଛନ୍ତି। ମହିଳା ଜଣକ କହିଛନ୍ତି ଯେ ଦୁଇ ବର୍ଷ ପରେ ତାଙ୍କ ଅତୀତ ପୁଣି ଥରେ ସାମ୍ନାକୁ ଆସିଛି ଏବଂ ପୂର୍ବ ଭୁଲ ପାଇଁ ତାଙ୍କୁ ଏବେ ଭୋଗିବାକୁ ପଡୁଛି।

ମହିଳା ଜଣକ ଲେଖିଛନ୍ତି, ’39 ବର୍ଷ ବୟସରେ ମୁଁ ଜଣେ ବିବାହିତ ପୁରୁଷଙ୍କ ପ୍ରେମରେ ପଡିଥିଲି। ଏହା ମୋ ଜୀବନର ସବୁଠାରୁ ବଡ ଭୁଲ ଥିଲା କିନ୍ତୁ ମୁଁ ଅତୀତକୁ ପରିବର୍ତ୍ତନ କରିପାରିବି ନାହିଁ। ସେହି ସମୟରେ ମୁଁ ଅବିବାହିତ ଥିଲି ଏବଂ ମୋର ପୂର୍ବ ସମ୍ପର୍କରେ ପାଇଥିବା ମିଥ୍ୟା ପ୍ରତିଶୃତି ଏବଂ ସ୍ୱପ୍ନ ଦ୍ୱାରା ଭାଙ୍ଗି ଯାଇଥିଲି। ଏହା ଏକ ସମୟ ଥିଲା ଯେତେବେଳେ ମୁଁ ଅନେକ ଭାବନା ଦେଇଗତି କରୁଥିଲି।

ଦିନେ ମୋର ଜଣେ ବନ୍ଧୁଙ୍କ ମାଧ୍ୟମରେ ବ୍ରାୟନ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଲି। ସେ ବିବାହିତ ଥିଲେ ଏବଂ ମୋ ଠାରୁ ଟିକେ ବଡ ଥିଲେ। ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତି ମୋ ପ୍ରତି ଏପରି ଆଗ୍ରହ ଦେଖାଇଲେ। ତାଙ୍କର ଏକ ପତ୍ନୀ ଏବଂ ସନ୍ତାନ ଅଛନ୍ତି ଏବଂ ମୁଁ ତାଙ୍କ ସହିତ ଭବିଷ୍ୟତ ନାହିଁ ବୋଲି ଜାଣି ମଧ୍ୟ ମୁଁ ନିଜକୁ ଅଟକାଇ ପାରିଲି ନାହିଁ।

‘ମୁଁ ନିଜ ଭିତରେ ଏତେ ଚିନ୍ତାଗ୍ରସ୍ତ ଥିଲି ଯେ, ମୁଁ ତାଙ୍କ ପରିବାର ବିଷୟରେ ଆଦୌ ଭାବି ନ ଥିଲି। ମୁଁ ଏକ ମାନସିକ ସ୍ଥିତିରେ ଥିଲି ଯେଉଁଠାରେ ମୁଁ କିଛି ଚିନ୍ତା କରୁ ନ ଥିଲି। ତଥାପି ବ୍ରାୟନ ସହିତ ମୋର ପ୍ରେମ କେବଳ ଏକ ମାସ ଧରି ଚାଲିଥିଲା। ମୋ ଘରେ ଆମେ ଦୁହେଁ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲୁ। ସେ ସବୁବେଳେ ଭୟ କରୁଥିଲେ ଯେ ତାଙ୍କ ପତ୍ନୀ ଏହା ବିଷୟରେ ଜାଣିପାରନ୍ତି।

ବ୍ରାୟନ ଏତେ ସୁନ୍ଦର ନଥିଲେ କିନ୍ତୁ ଜଣେ ଭଲ ବ୍ୟକ୍ତି ଥିଲେ। ଯାହା ମୋତେ ଅଧିକ ଭଲ ଲାଗିଲା। ପାରସ୍ପରିକ ସମ୍ମତି ସହିତ ଆମର ସମ୍ପର୍କ ସମାପ୍ତ ହେଲା। ମୁଁ କେବେ ଅନୁଭବ କରି ନଥିଲି ଯେ ସେ ମୋତେ ସଂପର୍କ ବାହାନାରେ ନିଜର ଚାହିଦା ମେଣ୍ଟାଇବେ ବୋଲି। ସେ ନିଜେ ମୋତେ ମହଙ୍ଗା ଜିନିଷ ଉପହାର ଦେଉଥିଲେ। ଅଲଗା ହେବାବେଳେ ସେ ମୋତେ କହିଥିଲେ ଯେ ସେ ନିଜକୁ ଦୋଷୀ ବୋଲି ଭାବନ୍ତି। ସେ ମୋତେ କହିଥିଲେ ଯେ ତାଙ୍କ ସହ ଆଉ ଯୋଗାଯୋଗ କରିବାକୁ ଚେଷ୍ଟା କରିବି ନାହିଁ ଏବଂ ମୁଁ ତାଙ୍କ କଥା ମାନିଲି।

ପ୍ରାୟ ଦୁଇ ବର୍ଷ ପରେ ମୁଁ ଏକ ନୂତନ ସମ୍ପର୍କ ସ୍ଥାପନ କଲି। ଏହି ସମ୍ପର୍କକୁ ନେଇ ମୁଁ ବହୁତ ଖୁସି ଥିଲି। ଅଫିସରେ ମଧ୍ୟ ମୋର କାମ ଭଲ ଚାଲିଥିଲା। ଦିନେ ହଠାତ୍ ଜାଣିବାକୁ ପାଇଲି ଯେ ମୋର ବସ୍ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କ ସ୍ଥାନରେ ଜଣେ ନୂଆ ବସ୍ ଆସିଛନ୍ତି। ମୋର ନୂଆ ବସ୍ ବ୍ରାୟନ ଥିଲେ। ତାଙ୍କୁ ଦେଖି ମୁଁ ସମ୍ପୂର୍ଣ୍ଣ ଚକିତ ହୋଇଗଲି। ମୁଁ ଏକ ପ୍ରକାର ଭୟଭୀତ ହେବାକୁ ଲାଗିଲି।

ଅଫିସରେ ଆମେ ପରସ୍ପରକୁ ଅଣଦେଖା କରୁଥିଲୁ। ତାପରେ ଦିନେ ସେ ମୋତେ ଏକ ମେସେଜ ପଠାଇଲେ ଏବଂ ମୋତେ ତାଙ୍କ ଅଫିସକୁ ଡାକିଲେ। ସେ ମୋତେ ଆଲିଙ୍ଗନ କରି କହିଥିଲେ ଯେ ଆମେ ଏକାଠି କାମ କରୁଛୁ ବୋଲି ସେ ବିଶ୍ୱାସ କରିପାରୁ ନାହାନ୍ତି। ସେ ମତେ ଆଶ୍ୱାସନା ଦେବାକୁ ଚାହୁଁଥିଲେ ଯେ ଭୁଲରେ ମଧ୍ୟ ଆମର ରହସ୍ୟ ଅଫିସରେ କାହା ସାମ୍ନାରେ ଆସିବା ଉଚିତ୍ ନୁହେଁ।

‘ମୁଁ ବ୍ରାୟନଙ୍କୁ କହିଥିଲି ଯେ ଆମ ମଧ୍ୟରେ ଯାହା ବି ଘଟିଥିଲା ଆମେ ଭୁଲିଯିବା ଏବଂ ଅଫିସରେ ସହକର୍ମୀ ପରି କାମ କରିବା। କିନ୍ତୁ ଯେତେବେଳେ ବି ମୁଁ ତାଙ୍କୁ ଦେଖୁଥିଲି ସେତେବେଳେ ମୁଁ ଅସନ୍ତୋଷ ଅନୁଭବ କରୁଥିଲି ଅଫିସରେ ରହିବାକୁ ମତେ ଭଲ ଲାଗୁନଥିଲା। ମୁଁ ସବୁବେଳେ ଚିନ୍ତିତ ଥିଲି ଯେ ମୋ ନୂଆ ପ୍ରେମିକ ହୁଏତ ଜାଣିପାରନ୍ତି ଯେ ମୋର ବିବାହିତ ପୁରୁଷ ସହିତ ଥରେ ସମ୍ପର୍କ ଥିଲା।

ଶେଷରେ ମହିଳା ଜଣକ ଲେଖିଥିଲେ, ‘ମୋ ପ୍ରେମିକ ବହୁତ ଆଦର୍ଶବାଦୀ। ମୁଁ ସବୁବେଳେ ଭୟ କରୁଥିଲି ଯେ ସେ ମୋର ଅତୀତ ବିଷୟରେ କାଳେ ଜାଣିଦେବେ ବୋଲି। ପରିଶେଷରେ ମୁଁ ମୋ ଜୀବନର କଠୋର ନିଷ୍ପତ୍ତି ନେଇଥିଲି। ମୁଁ ସେହି ଚାକିରି ଛାଡିଥିଲି ଯେତେବେଳେ ମୁଁ ନୋଟିସ୍ ଦେଲି, ବ୍ରାୟନ ମୋତେ ପଚାରିଥିଲେ ଯେ ମୁଁ ତାଙ୍କ ହେତୁ ଏହା କରୁଛି କି?

ମୁଁ ତାଙ୍କୁ ସ୍ପଷ୍ଟ ଭାବରେ କହିଥିଲି ଯେ ମୁଁ କେବଳ ତାଙ୍କ କାରଣରୁ ହିଁ ଏହି ନିଷ୍ପତ୍ତି ନେଇଛି। ମୁଁ ମୋର କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ଅସମର୍ଥ ହେଉଥିଲି। ବ୍ରାୟନ କହିଛନ୍ତି ଯେ ସେ ମୋତେ ଏକ ଭଲ ସ୍ଥାନରେ ଚାକିରି ଦେବେ କିନ୍ତୁ ତଥାପି ଏହା ଏକ ଭୁଲ୍ ଥିଲା ଯାହା ମୁଁ ସାରା ଜୀବନ ପାଇଁ ଅନୁତାପ କରିବି।

Leave a Reply

Your email address will not be published. Required fields are marked *