‘ଜୟ ଶ୍ରୀକୃଷ୍ଣ’ରେ କାହ୍ନା ବନିଥିବା ଏହି ନିରୀହ ଝିଅଟି ବର୍ତ୍ତମାନ ବହୁତ ବଡ ହୋଇଯାଇଛି,ବହୁତ ସୁନ୍ଦର ଦେଖାଯାଉଛି,ଦେଖନ୍ତୁ ସବୁ ଫୋଟୋ…

ପୁରା ଦେଶରେ ଲକଡାଉନ୍ ଚାଲୁଥିବା କାରଣରୁ ଟିଭିରେ କୌଣସି ବି ନୂତନ ସିରିଏଲ୍ କିମ୍ବା ଏପିସୋଡ୍ ଆସୁନାହିଁ ।ଏହିପରି ସମୟରେ ଏହି ଚ୍ୟାନେଲଗୁଡ଼ିକରେ ପୁରୁଣା ଲୋକପ୍ରିୟ ଶୋ’ର ପୁନଃ ପ୍ରସାରଣର ବନ୍ୟା ପରି ମାଡିଚାଲିଛି। ଉଦାହରଣ ସ୍ୱରୂପ,ଦୂରଦର୍ଶନ ଜନସାଧାରଣଙ୍କ ଚାହିଦା ଅନୁଯାୟୀ ରାମାୟଣର ପୁନରାବୃତ୍ତି ପ୍ରସାରଣ ଆରମ୍ଭ କଲା ।ଫଳାଫଳଟି ଏହା ହେଲା କି ଏହି ଶୋ ଆଉ ଦୂରଦର୍ଶନ ଚ୍ୟାନେଲ ଦୁହେଁ ୧ ନମ୍ବରକୁ ଆସିଗଲେ ​​। ଏହା ପରେ ଦୂରଦର୍ଶନ ରେ ମହାଭାରତ,ଶକ୍ତିମାନ୍, ଦେଖ ଭାଇ ଦେଖ ସମେତ ଅନେକ ପୁରୁଣା ଶୋ ପୁଣିଥରେ ପ୍ରସାରଣ ହେବାକୁ ଲାଗିଲା । ଆଜିକାଲି ଦୂରଦର୍ଶନ ରେ ‘କୃଷ୍ଣ’ ଚାଲିଛି ।

ଏହି ଶୋ ୧୯୯୬ରେ ତିଆରି କରାଯାଇଥିଲା । କିନ୍ତୁ ଏହା ପରେ ୨୦୦୮ରେ କଲର୍ସ ଟିଭି ରେ ମଧ୍ୟ ଏକ ଶୋ ଆସିଥିଲା ‘ଜୟ ଶ୍ରୀକୃଷ୍ଣ’ । ଏହି ଶୋ ମଧ୍ୟ ଦର୍ଶକଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ ହୋଇଥିଲା । ଏହାର ସମୁଦାୟ ୨୮୫ଟି ଏପିସୋଡ୍ ଆସିଥିଲା । ଏହା ୨୧ ଜୁଲାଇ ୨୦୦୮ ରୁ ୧୫ ସେପ୍ଟେମ୍ବର ୨୦୦୯ ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା |

ଝିଅଟି ବନିଥିଲା କୃଷ୍ଣ

ଆପଣ ଜାଣିକି ବୋଧହୁଏ ଆଶ୍ଚର୍ଯ୍ୟ ହେବେ କି ୨୦୦୮ରେ ପ୍ରସାରିତ କଲର୍ସ ଟିଭିର ‘ଜୟ ଶ୍ରୀକୃଷ୍ଣ’ରେ ଭଗବାନ ଶ୍ରୀକୃଷ୍ଣଙ୍କ ଚରିତ୍ରରେ ଗୋଟିଏ ଝିଅ ଅଭିନୟ କରିଥିଲା । ଏହି ଝିଅଟିର ନାମ ଧୃତି ଭାଟିଆ । ଦୂରଦର୍ଶନ କୁ ଟକ୍କର ଦେବା ପାଇଁ କଲର୍ସ ଟିଭି ମଧ୍ୟ ‘ଜୟ ଶ୍ରୀକୃଷ୍ଣ’ର ପୁନରାବୃତ୍ତି ପ୍ରସାରଣ ଆରମ୍ଭ କରିଦେଇଛି । ଏହା ସହିତ, ଆଉ ଥରେ ପୁଣି ଏହି ଶୋ’ର ଛୋଟ କାହ୍ନାଙ୍କ ସ୍ମୃତି ତାଜା ହୋଇଗଲା । ଏହି ସିରିଏଲ ଟି ଦର୍ଶକଙ୍କୁ କୃଷ୍ଣ ବନିଥିବା ଧୃତି ଭାଟିଆଙ୍କ ସ୍ମରଣ କରାଇଦେଲା ।

କୃଷ୍ଣ ବନିଥିବା ଧୃତି ଏବେ ବଡ଼ ହୋଇଗଲାଣି

ଧୃତିଙ୍କ ବୟସ ଯେତେବେଳେ ୩ବର୍ଷ ହୋଇଥିଲା ସେତେବେଳେ ସେ ‘ଜୟ ଶ୍ରୀକୃଷ୍ଣ’ରେ ଭଗବାନ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ । ତା’ପରେ ଦର୍ଶକଙ୍କୁ ଧୃତିଙ୍କ ଅଭିନୟ ବହୁତ ପସନ୍ଦ ଆସିଥିଲା । ସମୟ ଏମିତି ଥିଲା କି ଲୋକମାନେ ଟିଭି ଖୋଲି ଧୃତିଙ୍କ ଆସିବାର ଅପେକ୍ଷା କରୁଥିଲେ । ବିଶେଷକରି ଶୋ’ରେ ଧୃତି ଯେପରି ହସୁଥିଲେ,ସେଇ ମୁହୂର୍ତ୍ତ ଟି ସମସ୍ତଙ୍କ ହୃଦୟ ଜିତି ଯାଉଥିଲା । ବର୍ତ୍ତମାନ ଧୃତି ବଡ ହୋଇଯାଇଛନ୍ତି । ବର୍ତ୍ତମାନ ତାଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର ହୋଇଗଲାଣି । ଯଦିଓ ଧୃତିଙ୍କ ନିରୀହ ଚେହେରା ଆଜି ବି ସେମିତି ହିଁ ଅଛି ।

ଅଭିନୟ ଛାଡ଼ି ପାଠ ପଢୁଛନ୍ତି ।

ବର୍ତ୍ତମାନ,ଧୃତି ପଢା ଉପରେ ଧ୍ୟାନ ଦେବା ପାଇଁ ଅଭିନୟ ଛାଡିଦେଇଛନ୍ତି । ସେ ହୁଏତ ଟିଭି ଦୁନିଆରୁ ଦୂରରେ ଥାଇପାରନ୍ତି କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ଫୋଟୋ ସବୁ ଭାଇରାଲ ହେବାରେ ଲାଗିଛି । ବାସ ଗୋଟିଏ ସମସ୍ୟା ଏହା ହେଉଛି କି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଭେରିଫାଇଡ଼ ହେଇନାହିଁ । ତାଙ୍କର ହିଁ ନାମରେ ସୋସିଆଲ ମିଡିଆରେ ଅନ୍ୟାନ୍ୟ ଅନେକ ଆକାଉଣ୍ଟ ଅଛି । ଏଭଳି ପରିସ୍ଥିତିରେ ଏକଥା କଥା କହିବା ମୁସ୍କିଲ ହୋଇଯାଉଛି କି ଧୃତୀଙ୍କର କେଉଁ ଆକାଉଣ୍ଟ ଟି ଅସଲି । କିନ୍ତୁ ହଁ ତାଙ୍କ ସବୁ ଫୋଟୋ ସବୁ ଲୋକ ବହୁତ ପସନ୍ଦ କରନ୍ତି ।

ଏହି ଶୋ’ ଗୁଡିକରେ ମଧ୍ୟ କାମ କରିସାରିଛନ୍ତି ।

କୃଷ୍ଣଙ୍କ ବ୍ୟତୀତ ଧୃତି ଭାଟିଆ ବରୁଣ ସୋବତି ଏବଂ ଶନୟା ଇରାନୀଙ୍କ ସିରିଏଲ୍ ‘ଇସ୍ ପ୍ୟାର୍ କୋ କ୍ୟା ନାମ ଦୁ’ ଆଉ ‘ମାତା କି ଚୌକି’ରେ ମଧ୍ୟ କାମ କରିସାରିଛନ୍ତି । ଧୃତିଙ୍କ ମାତାଙ୍କ ନାମ ପୁନମ ଭାଟିଆ ଏବଂ ପିତାଙ୍କ ନାମ ହେଉଛି ଗଗନ ଭାଟିଆ । ଧୃତି ତାଙ୍କ ପିତାମାତାଙ୍କର ଅତି ନିକଟତର ।ବର୍ତ୍ତମାନ,ସେ ପଢାରେ ଧ୍ୟାନ ଦେଉଛନ୍ତି,ସେଥିପାଇଁ ତାଙ୍କୁ ଅଭିନୟ ଜଗତରୁ ଦୂରରେ ଅଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି କି,ଦୂରଦର୍ଶନର କୃଷ୍ଣ ଆଉ କଲର୍ସର ଜୟ ଶ୍ରୀକୃଷ୍ଣ ଲୋକଙ୍କୁ ବହୁତ ପସନ୍ଦ ଆସୁଛି ।ଏମିତିରେ ଆପଣଙ୍କ ଜାଣିବା ପାଇଁ କହିଦେଉଛୁ କି ଧୃତି ଯେଉଁ କୃଷ୍ଣ ସିରିଏଲ ରେ ନଜର ଆସିଥିଲେ ତାକୁ ରାମାନନ୍ଦ ସାଗରଙ୍କ ପୁଅ ମୋତି ସାଗର ତିଆରି କରିଥିଲେ ।

Leave a Reply

Your email address will not be published. Required fields are marked *