ମୋବାଇଲ ୟୁଜର୍ସମାନଙ୍କ ପାଇଁ ଆସିଲା ଖୁସି ଖବର, ୨୮ ଦିନ ନୁହେଁ ବରଂ ରିଚାର୍ଜର ପ୍ଲାନ ୩୦ ଦିନ କରିବା ପାଇଁ ଟ୍ରାଇ ନିର୍ଦ୍ଦେଶ ଦେଲା

ମୋବାଇଲ ୟୁଜର୍ସଙ୍କ ପାଇଁ ଆସିଲା ଖୁସିର ଖବର। ଆପଣଙ୍କୁ ବର୍ତ୍ତମାନ ଟେଲିକମ କମ୍ପାନୀମାନେ ନିଜର ମାସିକ ରିଚାର୍ଜର ବୈଦ୍ଧତାକୁ ୨୮ ଦିନ ବଦଳରେ ୩୦ ଦିନ କରିବାକୁ ଯାଉଛନ୍ତି। ଟେଲିକମ ରେଗୁଲେଟରୀ ଅଥରେଟୀ ଅଫ ଇଣ୍ଡିଆ (ଟ୍ରାଇ) ଏ ବିଷୟରେ ଦେଶର ସମସ୍ତ ଟେଲିକମ କମ୍ପାନୀମାନଙ୍କୁ ନିଜର ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶରେ କୁହାଯାଇଛିକି, ଟେଲିକମ ଟାରିଫ ୬୬ ଆମାଣ୍ଡମେଣ୍ଟ ଅର୍ଡର ୨୦୨୨ ଅନୁସାରେ ଟ୍ରାଇ ଅନେକ ପ୍ରକାର ନିଷ୍ପତ୍ତି ଶୁଣାଇଛନ୍ତି।

ଏହି ନିର୍ଦ୍ଦେଶରେ ପ୍ରଥମେ ରହିଛି ବର୍ତ୍ତମାନ ଟେଲିକମ କମ୍ପାନୀମାନେ ୨୮ ଦିନିଆ ରିଚାର୍ଜ ପ୍ଲାନ ପରିବର୍ତ୍ତେ ୩୦ ଦିନିଆ ରିଜାର୍ଚ ପ୍ଲାନର ଘୋଷଣା କରିବା ପାଇଁ ବାଧ୍ୟ। ଏହା ସହିତ ଟେଲିକମ କମ୍ପାନୀମାନଙ୍କୁ କୁହାଯାଇଛିକି ସେମାନେ ଏଭଳି ଏକ ପ୍ଲାନ ପ୍ରସ୍ତୁତ କରନ୍ତୁ ଯାହାଦ୍ୱାରା ୟୁଜର୍ସମାନେ ମାସର ପ୍ରଥମ ତାରିଖରେ ସେମାନଙ୍କର ମୋବାଇଲର ରିଚାର୍ଜକୁ ରିନ୍ୟୁ କରିପାରିବେ।

ଏ ବିଷୟରେ ଟ୍ରାଇ କହିଛିକି ମୋବାଇଲ ୟୁଜର୍ସମାନେ ଅଭିଯୋଗ କରିଛନ୍ତିକି ସେମାନେ ବର୍ଷକୁ ୧୨ ମାସ ବଦଳରେ ୧୩ ମାସର ରିଚାର୍ଜ କରିବା ପାଇଁ ପଡୁଛି । ଏହାଦ୍ୱାରା ସେମାନେ ଅନେକ ପ୍ରକାର ଠକାମୀର ଶିକାର ହେଉଥିବାର କଥା ଟ୍ରାଇ କହିଛି।

ଟ୍ରାଇର ଏଭଳି ନିର୍ଦ୍ଦେଶ ଶୁଣିବା ପରେ ଏହାକୁ ଟେଲିକମ କମ୍ପାନୀମାନେ ବିରୋଧ କରିଛନ୍ତି। ସେମାନେ କହିଛନ୍ତିକି ୨୮ ଦିନ,୨୪ ଦିନ ଓ ୫୪ ଦିନ ପ୍ଲାନରେ ପରିବର୍ତ୍ତନ କରିଲେ ସେମାନଙ୍କର ବିଲିଂ ସାଇକେଲରେ ଅନେକ ପ୍ରକାର ଅସୁବିଧା ହେବ। ଏହା ସହିତ ପ୍ରତ୍ୟେକ ମାସ ଗୋଟିଏ ତାରିଖ ଓ ଗୋଟିଏ ରାଶି ରିଚାର୍ଜ ଅଫର କରିବା ଟେକ୍ନିକାଲି ଭାବରେ ସମ୍ଭବ ନୁହେଁ, ଏହା କେବଳ ପୋଷ୍ଟପେଡରେ ଥିବା ଗ୍ରାହକଙ୍କୁ ଯୋଗାଇ ଦିଆଯାଇ ପାରିବ।

Leave a Reply

Your email address will not be published. Required fields are marked *