କିଡନୀ ବଦଳରେ ମିଳିଲା ଧୋକା,ପ୍ରେମିକକୁ କିଡନୀ ଦେଇ ବଂଚାଇଲା ପ୍ରେମିକା,ସୁସ୍ଥ ହେବାପରେ ପ୍ରେମିକ ଯାହା କଲା ଜାଣିଲେ ମୁଣ୍ଡରେ ହାତ ଦେଇଦେବେ ।

ଯେଉଁଠି ସ୍ବାର୍ଥ ଥାଏ ସେହି ସମ୍ପର୍କ କେବେ ବି ତିଷ୍ଠି ପାରେ ନାହିଁ । ଆଜିର ସମୟ ରେ ନିଃସ୍ବାର୍ଥପର ଭଲ ପାଇବା ମିଳିବା ବହୁତ୍ କଷ୍ଟ ହୋଇଥାଏ । ଆପଣ ମାନେ ବହୁତ ପ୍ରେମିକ ପ୍ରେମିକା ଙ୍କ ବିଚ୍ଛେଦ ସମ୍ପର୍କ ରେ ଜାଣିଥିବେ । ପୁଅ ଝିଅ ପରସ୍ପର କୁ ପ୍ରତାରଣା ଦେଇଥାନ୍ତି ଏବଂ ଏହି କାରଣ ପାଇଁ ବିଭିନ୍ନ ଘଟଣା ଘଟିଥାଏ । କିଛି ଜଣ ନିଜ ପ୍ରେମ ପାଇଁ ଜୀବନ ଦେଇଦେଇଥାନ୍ତି ଏବଂ କିଛି ଜୀବନ ନେଇ ଯାଇଥାନ୍ତି ମଧ୍ୟ । ସେହି ପ୍ରେମରେ ପଡ଼ି କିଛିଜଣ ବହୁତ୍ ବଡ ଏବଂ ଭୁଲ ପଦକ୍ଷେପ ନେଇଥାନ୍ତି ।

କିଛି ପ୍ରେମୀଯୁଗଳ ପରସ୍ପର କୁ ପ୍ରେମ କରି ସଫଳତା ପାଇଥିଲେ ମଧ୍ୟ କିଛି ଦିନ ମଧ୍ୟରେ ତାଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥାଏ । ସମସ୍ତେ ଜାଣନ୍ତି ପ୍ରେମ ପବିତ୍ର ଏବଂ ଚିର ଶାଶ୍ଵତ । ହେଲେ କିଛି ଜଣ ଙ୍କ ଖରାପ କାର୍ଯ୍ୟ ଏହି ପ୍ରେମ କୁ ଅପବିତ୍ର କରିଦେଇଥାଏ । ଆଜିର ସମୟ ରେ ଏମିତି କିଛି ଘଟଣା ଘଟୁଛି ଯାହା କୁ ଶୁଣିଲେ କେହି କାହା ଉପରେ ବିଶ୍ୱାସ କରିବାକୁ ଭୟ କରିବେ । ସେମିତି ଏକ ଘଟଣା ଘଟିଛି ଆମେରିକା ରେ । ଦୁଇ ପ୍ରେମୀ ଯୁଗଳଙ୍କ ସମ୍ପର୍କ ରେ ଆସନ୍ତୁ ନଜର ଦେବା

ଆମେରିକା ର ୩୦ ବର୍ଷୀୟା କଲେନ୍ ଲିଙ୍କ୍ ନାମକ ଜଣେ ଯୁବତୀ ଦୀର୍ଘ ଛଅ ବର୍ଷ ଧରି ଜଣେ ଯୁବକ ଙ୍କୁ ଭଲ ପାଇଁ ଆସୁଥିଲେ । ଏମିତି କି ପରସ୍ପର ବିବାହ କରିବାକୁ ମଧ୍ୟ ଠିକ୍ କରିନେଇଥିଲେ । ଉଭୟ ବହୁତ୍ ଭଲ ରେ ରହୁଥିଲା ବେଳେ ହଠାତ୍ ଯୁବକ ଙ୍କ ଶରୀର ରେ କିଛି ଅସୁସ୍ଥତା ଦେଖା ଦେଲା । ଯୁବକ ମେଡିକାଲ ରେ ଟେଷ୍ଟ କରି ଜାଣିଲେ ତାଙ୍କର ଗୋଟେ କିଡନୀ ପ୍ରାୟ ନଷ୍ଟ ହୋଇଯାଇଛି ।

ଯୁବତୀ ଜଣଙ୍କ ନିଜ ପ୍ରେମିକ ଙ୍କ ସମ୍ପର୍କ ରେ ଜାଣି ନିଜର ଘର ପରିବାର କଥା ନ ଶୁଣି କି ଭବିଷ୍ୟତ କଥା କିଛି ନଭାବି ଖୁସି ଖୁସି ନିଜର ଏକ କିଡନୀ ଦେଇଦେଲେ ଏବଂ ଯୁବକ ଜଣକଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିଦେଲେ । ହେଲେ ତାପରେ ଘଟିଲା କଣ? ଯୁବକ ଜଣଙ୍କ ଠିକ୍ ହେବା ପରେ ସେ ଯୁବତୀ ଙ୍କ ସହ ସବୁ ସମ୍ପର୍କ ଭାଙ୍ଗି ଦେଲେ ଏବଂ ଚାଲିଗଲେ । ସତରେ ଏହା ନିଶ୍ଚୟ କେବେବି ଠିକ୍ ନୁହେଁ ।

ଯିଏ ନିଜ କିଡନୀ ଦେଇ ଜୀବନ ରକ୍ଷା କଲା ସେହି ଭଲି ପ୍ରେମିକା ସହ ସମ୍ପର୍କ ଭାଙ୍ଗିବା ଉଚିତ୍ ନୁହେଁ । ଯୁବତୀ ଜଣଙ୍କ ଏକ ଭିଡିଓ କରି ଏହି ସବୁ ମନର କଥା ସମସ୍ତଙ୍କ ଆଗରେ ସେୟାର କରିଥିଲେ । ଏମିତି ବହୁତ୍ ଘଟଣାକୁ ଆପଣ ମାନେ ଶୁଣିଥିବେ ଯେଉଁଠି ଏହିପରି ପ୍ରତାରଣା କରି ପ୍ରେମିକ ପ୍ରେମିକା ଚାଲି ଯାଇଥାନ୍ତି । ହେଲେ ଏହି ଘଟଣାଟି ଜାଣିବା ପରେ ଉକ୍ତ ଯୁବତୀଙ୍କୁ ନେଇ ସମସ୍ତେ ଦୁଃଖ କରୁଛନ୍ତି ।

Leave a Reply

Your email address will not be published. Required fields are marked *