ସମୁଦ୍ର ଭିତରୁ ମିଳିଲା ୭ଟି ହୋସ ଉଡାଇଲା ଭଳି ଜିନିଷ,ଦେଖନ୍ତୁ ଭିଡ଼ିଓ

ତେବେ ବନ୍ଧୁଗଣ ଆପଣମାନେ ସମସ୍ତେ ତୋ ନିହାତି ଜାଣିଥିବେ ଯେ ଆମର ଏହି ପୃଥିବୀର ୭୧ ଭାଗରେ ଜଳ ଅଛି ଏବଂ କେବଳ ମାତ୍ର ୨୯ ଭାଗ ସ୍ଥଳ ଅଛି । ଏହାର ମାନେ ସ୍ଥଳ ଭାଗ ଅପେକ୍ଷା ସମୁଦ୍ର ଭିତରେ ଅନେକ ରହସ୍ୟ ଲୁଚି ରହିଛି । ଯାହାକି ସମୟ ଅନୁସାରେ ପାଣିରେ ବୀଲିନ ହୋଇଯାଇଛି । ହେଲେ ଏପର୍ଯ୍ୟନ୍ତ ଏତେ ବିଶାଳ ସମୁଦ୍ରର ମାତ୍ର ୫ ପ୍ରତିଶତ ରହସ୍ୟର ସନ୍ଧାନ ମଣିଷ କରିପାରିଛି । ଆଜି ପର୍ଯ୍ୟନ୍ତ ଏହି ବିଶାଳ ସମୁଦ୍ର ମଧ୍ୟରେ ଥିବା ଅନେକ ରହସ୍ୟକୁ କେହି ବି ଜାଣି ପାରି ନାହାନ୍ତି । ପରନ୍ତୁ ଏବେ ପର୍ଯ୍ୟନ୍ତ ସମୁଦ୍ର ଗଭୀରରୁ ଯେତିକି ରହସ୍ୟ ମିଳିଛି ତାହା ବିଷୟରେ ଲୋକମାନେ ଜାଣି ଆଶ୍ଚର୍ଯ୍ୟ ହୋଇଛନ୍ତି । ଆଜି ଆମେ ଆପଣମାନଙ୍କୁ ସମୁଦ୍ର ଗଭୀରରୁ ମିଳିଥିବା ସେମିତି କିଛି ଆଶ୍ଚର୍ଯ୍ୟ ଜନକ ରହସ୍ୟ ବିଷୟରେ କହିବାକୁ ଯାଉଛୁ । ତାହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଅତୀତରେ ଲୋକମାନେ ଦେଶବିଦେଶକୁ ଯିବା ପାଇଁ ପାଣି ଜାହାଜର ବ୍ୟବହାର କରୁଥିଲେ । ଆଜିଠାରୁ ୩୦୦ ବର୍ଷ ପୂର୍ବେ ବ୍ରିଟିଶ ଓ ସ୍ପେନିଶ ଜାହାଜ ମଧ୍ୟରେ ଅନେକ ଯୁଦ୍ଧ ହୋଇଥିଲା । ସେହି ଯୁଦ୍ଧରେ ବ୍ରିଟିଶ ସ୍ପେନକୁ ହରାଇ ଥିଲା ଓ ସେହି ଯୁଦ୍ଧରେ ସ୍ପେନିଶ ମାନଙ୍କର ଏକ ଜାହାଜ ବୁଡି ଯାଇଥିଲା ଯାହା ଫଳରେ ସ୍ପେନରେ ବହୁତ କ୍ଷ-ତି ହୋଇଥିଲା । କାରଣ ସେହି ଜାହାଜରେ ବହୁତ ସୁନା ଚାନ୍ଦି ଗହଣା ଥିଲା । ୨୦୧୫ରେ କଲମ୍ବିଆର ଅନୁସନ୍ଧାନକାରୀ ମାନେ ଏହି ବୁଡି ଯାଇଥିବା ଜାହାଜକୁ ଖୋଜି ପାଇଥିଲେ । ଏହି ଜାହାଜରେ ପ୍ରାୟ ୧ ଲକ୍ଷ ୨୦ ହଜାର କୋଟି ଟଙ୍କାର ସୁନା ଗହଣା ରହିଛି।

୨. ଇଜିପ୍ଟର ଆଲେକଜାଣ୍ଡେରିଆ ଠାରୁ ପାଖାପାଖି ୬ କିଲୋମିଟର ସମୁଦ୍ର ମଧ୍ୟରେ ଡାଇଭରମାନେ କିଛି ଏମିତି ଦେଖିଲେ ଯାହା ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ । ସେହି ସ୍ଥାନରୁ ୬୪ଟି ପାଣି ଜାହାଜ, ସୁନା ଗହଣା, ୧୬ ଫୁଟର ଷ୍ଟାଚ୍ୟୁ, ଭାଙ୍ଗି ଯାଇଥିବା ମହଲ ଓ କିଛି ଛୋଟ ପଥର ମିଳିଲା । ଏହି ସବୁ ଜିନିଷ ଗୁଡିକ ଯେଉଁ ସ୍ଥାନରୁ ମିଳିଲା ତାହା ସମୁଦ୍ର ମଧ୍ୟରେ ବିସ୍ତାର ହୋଇ ରହିଥିଲା । ଏହି ଜାଗାରେ ପାଖାପାଖି ୨୩୦୦ ବର୍ଷ ପୂର୍ବେ ଇଜିପ୍ଟର ଏକ ସହର ଥିଲା । ହେଲେ ଏହି ସହରକୁ ସୁନାମୀ ନଷ୍ଟ କରିଲା ନା ସମୁଦ୍ର ଖାଇଲା ତାହା ଆଜି ପର୍ଯ୍ୟନ୍ତ ଜଣା ପଡି ନାହିଁ ।

୩. ୨୦୧୪ରେ ସ୍କୁବା ଡାଇଭର ମାନଙ୍କୁ ସମୁଦ୍ର ମଧ୍ୟରୁ ଏକ ବିଶାଳ ଛୁରୀ ମିଳିଲା । ସେହି ଛୁରୀଟି ପାଖାପାଖି ୬ ଫୁଟର ଥିଲା । ହେଲେ ବନ୍ଧୁଗଣ ଏହି ଖବରକୁ ଲୁଚାଯାଇଥିଲା ଓ ଏହି ଛୁରୀ କେଉଁ ସ୍ଥାନରେ ଅଛି ତାହା ମଧ୍ୟ ଜଣା ନାହିଁ । ବନ୍ଧୁଗଣ ସତରେ କଣ ଆଗ କାଳରେ ବହୁତ ବଡ ବଡ ମଣିଷ ଥିଲେ ଯେଉଁ ମାନଙ୍କୁ ଏତେ ବଡ ଛୁରୀର ଆବଶ୍ୟକତା ପଡୁଥିଲା ।

୪. ୱେଷ୍ଟ ଇଣ୍ଡିଜର ସମୁଦ୍ର କୂଳରୁ ବହୁ କିଲୋମିଟର ଦୂରରେ ଅଛି ଏକ ଅଣ୍ଡର ୱାଟର ପାର୍କ । ୨୦୦୬ରେ ଏହି ପାର୍କଟିକୁ ଜଣେ ବ୍ରିଟିଶ କଳାକାର ଗଢିଥିଲେ । ବନ୍ଧୁଗଣ ଏହି ପାର୍କ ବନେଇବାର ଏକ ବିଶେଷ କାରଣ ରହିଛି । ସମୁଦ୍ର ମଧ୍ୟରେ ଅନେକ ଛୋଟ ମାଛ ରହିଛନ୍ତି । ଯେଉଁ ଜାଗାରେ ପାର୍କ ହୋଇଛି ସେହି ଜାଗାରେ କୌଣସି ଚଟାଣ ନାହିଁ । ପାର୍କ ହେବା ପରେ ଅନେକ ମାଛ ସେଠାକୁ ଆସନ୍ତି । ସେହି ସ୍ଥାନରେ ୧୦୦ରୁ ଅଧିକ ଷ୍ଟାଚ୍ୟୁ ଅଛି ଯାହାକି ବହୁତ ଭୟଙ୍କର ପ୍ରତୀତ ହୁଏ ।

Leave a Reply

Your email address will not be published. Required fields are marked *