ଇ-ଶ୍ରମ କାର୍ଡ ଥିବା ଲୋକଙ୍କ ଆକାଉଣ୍ଟକୁ ଆସୁଛି 1000 ଟଙ୍କା, ଏପରି ଚେକ କରନ୍ତୁ ଷ୍ଟେଟସ !

ଯଦି ଆପଣ ନିଜକୁ ଇ-ଶ୍ରମ ପୋର୍ଟାଲରେ (e-Shram Portal) ରେଜିଷ୍ଟ୍ରେସନ କରିଛନ୍ତି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ୟୁପି ନିର୍ବାଚନ ପୂର୍ବରୁ ସରକାର ଇ-ଶ୍ରମ କାର୍ଡ ଧରିଥିବା କର୍ମଚାରୀଙ୍କ ଆକାଉଣ୍ଟରେ ଭତ୍ତା ପ୍ରଦାନ କରୁଛନ୍ତି। ଯେଉଁମାନେ ଏହି ଭତ୍ତା ପାଇବାକୁ ଯୋଗ୍ୟ ଉତ୍ତରପ୍ରଦେଶ ସରକାର ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା କରୁଛନ୍ତି। ପ୍ରତି ମାସରେ ସରକାର ଶ୍ରମିକଙ୍କ ଆକାଉଣ୍ଟରେ 500 ଟଙ୍କା ଜମା କରାଇବେ। ବର୍ତ୍ତମାନ ଶ୍ରମିକଙ୍କ ଆକାଉଣ୍ଟରେ 1000 ଟଙ୍କା ଜମା କରାଯାଉଛି। ଆପଣ ଆପଣଙ୍କ ଖାତାର ଷ୍ଟେଟସ ଯାଞ୍ଚ କରିପାରିବେ।

ଖାତାରେ ଜମା କରାଯାଉଛି 1000 ଟଙ୍କା।

ୟୁପି ସରକାର ଶ୍ରମିକଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବା ପାଇଁ ସମଗ୍ର ରାଜ୍ୟର ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରିଛନ୍ତି। ଡିସେମ୍ବର ଶେଷରୁ ହିଁ ଶ୍ରମିକଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଉଛି। ଏଥିପାଇଁ ସରକାର ପ୍ରାୟ 2 କୋଟି କର୍ମଚାରୀଙ୍କ ତଥ୍ୟ ସଂଗ୍ରହ କରିଛନ୍ତି ଏବଂ 1000 ଟଙ୍କା ସେମାନଙ୍କ ଆକାଉଣ୍ଟରେ ଜମା କରାଯାଉଛି। ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (Direct benefit transfer) ର ଅଧୀନରେ ଏହି ଟଙ୍କା ଜମା କରାଯାଉଛି।

ଏହି ଶ୍ରମିକମାନଙ୍କୁ ମିଳିବ ଲାଭ।

ଇ-ଶ୍ରମ କାର୍ଡର ଲାଭ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ଦିଆଯାଏ। ଏଥିମଧ୍ୟରେ ରାସ୍ତାଘାଟ ରେ ରହୁଥିବା ଲୋକ, ରିକ୍ସା ଏବଂ ଠେଲା ଗାଡି ଚାଳକ, ଧୋବା, ଟେଲର ଵାଲା, ମୋଚି, ଫଳ ଏବଂ କ୍ଷୀର ବିକ୍ରୟ କରୁଥିବା ଲୋକ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଗୃହ ନିର୍ମାଣ ପରି କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ମଧ୍ୟ ଅନ୍ତର୍ଭୁକ୍ତ ଅଟନ୍ତି।

2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ବୀମା।

ଏହି ଯୋଜନା ଅଧୀନରେ ଲୋକଙ୍କୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ଦିଆଯାଉଛି। ଏହା ପରେ ଯୋଜନା ମାଧ୍ୟମରେ ଲାଭାର୍ଥୀମାନଙ୍କୁ ଆଗକୁ ପେନସନର ସୁବିଧା ଦେବାକୁ ମଧ୍ୟ ପ୍ରସ୍ତୁତ ଚାଲିଛି। ଗର୍ଭବତୀ ମହିଳାମାନଙ୍କର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ଦିଆଯିବ। ଗୃହ ନିର୍ମାଣ ପାଇଁ ସରକାର ଅର୍ଥ ପ୍ରଦାନ କରିବେ। ଶିଶୁର ଶିକ୍ଷା ପାଇଁ ସରକାର ଆର୍ଥିକ ସହାୟତା ଦେବେ।

ଏହି ଉପାୟରେ ଚେକ କରନ୍ତୁ ଷ୍ଟେଟସ।

-ଖାତା ସହିତ ଲିଙ୍କ ଥୁବା ମୋବାଇଲ୍ ନମ୍ବରର ମେସେଜ ଚେକ କରନ୍ତୁ।

-ପୋଷ୍ଟଅଫିସ କିମ୍ବା ବ୍ୟାଙ୍କକୁ ଯାଇ ଆକାଉଣ୍ଟ ଖାତା ବିଷୟରେ ଜାଣନ୍ତୁ।

-ପାସବୁକ୍ ଏଣ୍ଟ୍ରି କରାଇ ମଧ୍ୟ ଆପଣ ଜାଣିପାରିବେ।

-ଯଦି ମୋବାଇଲରେ ଗୁଗୁଲ୍ ପେ, ପେଟିଏମ୍ ପରି ୱାଲେଟ୍ ଅଛି ତେବେ ସେଥିରେ ମଧ୍ୟ ଆପଣ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିପାରିବେ।

Leave a Reply

Your email address will not be published. Required fields are marked *