ରାସନ କାର୍ଡ ଧାରକଙ୍କ ପାଇଁ ଖୁସି ଖବର, ମିଳିବ ଶସ୍ତା ପେଟ୍ରୋଲ, ଜାଣନ୍ତୁ କେଉଁଠାରୁ ମିଳିବା ହୋଇଗଲାଣି ଆରମ୍ଭ ?

ରାସନ କାର୍ଡଧାରୀଙ୍କ ପାଇଁ ଏକ ଖୁସି ଖବର ଆସିଯାଇଛି। ରାସନ କାର୍ଡଧାରୀମାନେ ଶସ୍ତା ଦରରେ ସରକାରଙ୍କଠାରୁ ଗହମ, ଚାଉଳ, ଚିନି, ଡାଲି ଇତ୍ୟାଦି ପାଇବାରେ ଲାଗିଛନ୍ତି। ବର୍ତ୍ତମାନ ସରକାର ପେଟ୍ରୋଲକୁ ରାସନ କାର୍ଡ ଯୋଜନା ସହିତ ମଧ୍ୟ ଯୋଡିଛନ୍ତି। ଏହି ସୁବିଧା କିପରି ଉପଲବ୍ଧ ହେବ ତାହା ଆସନ୍ତୁ ଜାଣିବା।

ଏ ପର୍ଯ୍ୟନ୍ତ ରାସନ କାର୍ଡ ମାଧ୍ୟମରେ ଲୋକଙ୍କୁ ମାଗଣାରେ ରାସନ, ଗହମ, ଚାଉଳ, ଚିନି ଭଳି ଆବଶ୍ୟକତା ପ୍ରତିମାସରେ ଦିଆଯାଉଥିଲା। କିନ୍ତୁ ଜାନୁଆରୀ 26 ରୁ ରେସନ କାର୍ଡଧାରୀମାନଙ୍କୁ ଏକ ନୂତନ ସୁବିଧା ଦିଆଯାଉଛି। ଏହି ନୂତନ ସୁବିଧା ଅଧୀନରେ ସାଧାରଣ ଜନତା, ଗରିବ ଏବଂ ଅସହାୟ ଲୋକ ସରକାରଙ୍କ ଠାରୁ ରେସନ କାର୍ଡରେ ଶସ୍ତା ପେଟ୍ରୋଲର ସୁବିଧା ପାଇବେ

ଝାଡ଼ଖଣ୍ଡର ସରକାର ଏହି ଯୋଜନା କରିଛନ୍ତି ଲାଗୁ।

ରାଜ୍ୟରେ ରହୁଥିବା ପ୍ରାୟ 20 ଲକ୍ଷ ଲୋକଙ୍କୁ ରାସନ କାର୍ଡରେ ଶସ୍ତା ପେଟ୍ରୋଲ ଦେବାକୁ ଝାଡ଼ଖଣ୍ଡର ସରକାର ଘୋଷଣା କରିଛନ୍ତି। 26 ଜାନୁଆରୀରେ ଗଣତନ୍ତ୍ର ଦିବସ ଅବସରରେ ଏହି ବିଶେଷ ସୁବିଧା ଆରମ୍ଭ ହୋଇଛି। ଝାଡ଼ଖଣ୍ଡର ସୋରେନ୍ ସରକାର ଏହି ପେଟ୍ରୋଲ୍ ସବସିଡି ଯୋଜନା ଆରମ୍ଭ କରିଛନ୍ତି ଯାହା ରାସନ କାର୍ଡଧାରୀଙ୍କ ପାଇଁ ଲାଭଦାୟକ ହେବ।

ଏହି ଲୋକମାନଙ୍କୁ ମିଳିବ ଲାଭ।

କେବଳ ଲାଲ, ହଳଦିଆ ଏବଂ ସବୁଜ ରାସନ କାର୍ଡଧାରୀମାନେ ସରକାରଙ୍କ ଏହି ଯୋଜନାର ଲାଭ ଉଠାଇ ପାରିବେ। ଯେଉଁମାନଙ୍କର ରେସନ କାର୍ଡ ନଷ୍ଟ ତଥା ଖରାପ ହୋଇଯାଇଛି ସେମାନେ ପେଟ୍ରୋଲ ସବସିଡି ଯୋଜନାର ଲାଭ ପାଇବେ ନାହିଁ। କେବଳ ସେହି ରେସନ କାର୍ଡଧାରୀଙ୍କୁ ଏହି ଯୋଜନାର ଲାଭ ଦିଆଯିବ ଯାହା ବର୍ତ୍ତମାନ ବ୍ୟବହାର ହେଉଛି।

ଝାଡ଼ଖଣ୍ଡର ସରକାର ଦେଉଛନ୍ତି ଆଉ ଏକ ସୁବିଧା।

ଶସ୍ତା ପେଟ୍ରୋଲର ଲାଭ ଉଠାଇବା ପାଇଁ ଝାଡ଼ଖଣ୍ଡର ସୋରେନ୍ ସରକାର ରାସନ କାର୍ଡଧାରୀଙ୍କ ବ୍ୟତୀତ ଆଉ ଏକ ଉପାୟ ଖୋଜିଛନ୍ତି। ଏହା ଅଧୀନରେ ଯେଉଁମାନଙ୍କ ପାଖରେ ଝାଡ଼ଖଣ୍ଡର ରାଜ୍ୟ ପଞ୍ଜୀକରଣର ଦୁଇ ଚକିଆ ଯାନ ଅଛି, ସେମାନେ ମଧ୍ୟ ଏହାର ଫାଇଦା ଉଠାଇ ପାରିବେ।

ଖାତାକୁ ଆସିବା ସବସିଡିର ଟଙ୍କା।

ପେଟ୍ରୋଲ ସବସିଡି ଯୋଜନା ଅଧୀନରେ ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରତି ମାସରେ 10 ଲିଟର ପେଟ୍ରୋଲ ଉପରେ 25 ଟଙ୍କା ସବସିଡି ଦିଆଯିବ। ସେହି ଅନୁଯାୟୀ ପ୍ରତି ମାସରେ 250 ଟଙ୍କା ଆକାଉଣ୍ଟକୁ ଟ୍ରାନ୍ସଫର ହେବ। ପେଟ୍ରୋଲ କିଣିବାବେଳେ ପମ୍ପରେ ସମ୍ପୂର୍ଣ୍ଣ ଟଙ୍କା ଦେବାକୁ ପଡିବ। ମାସ ଶେଷରେ ଆକାଉଣ୍ଟକୁ 250 ଟଙ୍କା ଟ୍ରାନ୍ସଫର କରାଯିବ।

Leave a Reply

Your email address will not be published. Required fields are marked *