ଭାରତର ଇଲେକ୍ଟ୍ରିକ ବାଇକ୍ ବଜାରରେ ଏକ ନୂତନ ଦମଦାର ସ୍ପୋର୍ଟ ବାଇକ୍ ଲଞ୍ଚ ହୋଇଯାଇଛି। ଏହି ବାଇକ୍ ତିଆରି କରିଥିବା କମ୍ପାନୀ ବୁକିଂ ଆରମ୍ଭ କରିଦେଇଛି। ଏହାକୁ ମାତ୍ର 999 ଟଙ୍କା ବୁକିଂ କରାଯାଉଛି ଏବଂ 2 ମାସ ପରେ ଏହି ବାଇକ୍ ଡେଲିଭର କରାଯିବ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିବରଣୀ।
Tork Kratos ବାଇକ୍ ରେ ଦମଦାର ମୋଟର।
ଅଟୋ ମୋବାଇଲ୍ କମ୍ପାନୀ ଟର୍କ ମୋଟର୍ସ (Tork motors) ଏକ ଇଲେକ୍ଟ୍ରିକ୍ ବାଇକ୍ ଟର୍କ କ୍ରାଟୋସ୍ ଲଞ୍ଚ କରିଛି। ଯେଉଁମାନେ ଅଧିକ ପାୱାର ଏବଂ ଟର୍କ ବାଲା ମୋଟରସାଇକେଲକୁ ଭଲ ପାଆନ୍ତି ସେମାନଙ୍କ ପାଇଁ ଟର୍କ କ୍ରାଟୋସ୍ ଏକ ଭଲ ପସନ୍ଦ ବାଇକ ହେବ।
ଏଥିରେ ଅକ୍ସିଆଲ୍ ଫ୍ଲକ୍ସ ଟାଇପର ଇଲେକ୍ଟ୍ରିକ୍ ମୋଟର ଅଛି। ଏହା 7.5kW ର ସର୍ବାଧିକ ଶକ୍ତି ଏବଂ 28Nm ର ପିକ ଟର୍କ ଜେନେରେଟ କରିଥାଏ।
ଟପ୍ ସ୍ପିଡ୍ 100 କିମି / ଘଣ୍ଟା।
ଏହି ଇଲେକ୍ଟ୍ରିକ୍ ବାଇକ୍ 4 ସେକେଣ୍ଡରେ 0 ରୁ 40 କିଲୋମିଟର ପର୍ଯ୍ୟନ୍ତ ଗତି କରେ।ଏହାର ସର୍ବୋଚ୍ଚ ଗତି 100 କିଲୋମିଟର ପର୍ଯ୍ୟନ୍ତ ଅଟେ। କମ୍ପାନୀ ଏହାର ଦୁଇଟି ମଡେଲ୍ ଟର୍କ କ୍ରାଟୋସ୍ ଏବଂ ଟର୍କ କ୍ରାଟୋସ୍ ଆର ( Tork Kratos and Tork Kratos R) ବାହାର କରିଛି। Kratos R ମୋଟର ସର୍ବାଧିକ 9.0 କିଲୋୱାଟ ଏବଂ ପିକ ଟର୍କ 38Nm ଜେନେରେଟ କରିଥାଏ। ଏହାର ଟପ୍ ସ୍ପିଡ୍ ହେଉଛି 105 କିଲୋମିଟର।
1 ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଚାର୍ଜ।
ଏହି ଦୁଇଟି ବାଇକ୍ ସହିତ ଟର୍କ ମୋଟର୍ସ ଏକ ସ୍ପୀଡ଼ ଚାର୍ଜର ପ୍ରଦାନ କରେ। ଏହି କାରଣରୁ ବାଇକ୍ ସଂପୂର୍ଣ୍ଣ ଚାର୍ଜ ହେବା ପାଇଁ ମାତ୍ର ଏକ ଘଣ୍ଟା ଲାଗେ। ଥରେ ଚାର୍ଜରେ ଏହି ବାଇକ୍ IDC ଅନୁଯାୟୀ 180 କିଲୋମିଟର ଏବଂ ବାସ୍ତବରେ 120 କିଲୋମିଟର ଦୂରତା ଦେଇଥାଏ।
ଏହି ଇଲେକ୍ଟ୍ରିକ୍ ବାଇକ୍ ର ମୂଲ୍ୟ କ’ଣ?
କମ୍ପାନୀ 999 ଟଙ୍କାରେ ଏହାର ବୁକିଂ ଆରମ୍ଭ କରିଛି। ଟର୍କ କ୍ରାଟୋସର ମୂଲ୍ୟ 1.92 ଲକ୍ଷ ଏକ୍ସ-ଶୋରୁମରୁ ଆରମ୍ଭ ହେଉଛି ଏବଂ ଟର୍କ କ୍ରାଟୋସ୍ ଆରର ମୂଲ୍ୟ 2.07 ଲକ୍ଷରୁ ଆରମ୍ଭ ହୋଇଛି। ଏହି ଇଲେକ୍ଟ୍ରିକ ଯାନ ଉପରେ କେନ୍ଦ୍ର ସରକାର ସବସିଡି ପ୍ରଦାନ କରୁଛନ୍ତି। ବିଭିନ୍ନ ରାଜ୍ୟ ସରକାର ମଧ୍ୟ ସେମାନଙ୍କ ତରଫରୁ ସବସିଡି ଦିଅନ୍ତି।
ତେଣୁ ସବସିଡି ପରେ ଦିଲ୍ଲୀର ଟର୍କ କ୍ରାଟୋସର ପ୍ରକୃତ ଶୋ’ରୁମ ମୂଲ୍ୟ 1.02 ଲକ୍ଷ ଟଙ୍କା ଏବଂ ଟର୍କ କ୍ରାଟୋସ ଆର ର ପ୍ରକୃତ ମୂଲ୍ୟ 1.17 ଲକ୍ଷ ଟଙ୍କା ପାଖାପାଖି ଅଟେ। ପ୍ରାରମ୍ଭରେ କମ୍ପାନୀ ଏହାକୁ ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ ଏବଂ ଦିଲ୍ଲୀ ବଜାର ରେ ଉପଲବ୍ଧ କରାଇବ। ଏହାର ଡେଲିଭରି ଏପ୍ରିଲରୁ ଆରମ୍ଭ ହେବ।