ଦେଖନ୍ତୁ ଭିଡ଼ିଓ : ଆକ୍ସନ ହିରୋ ପରି ସାପ ସହ ଲଢେଇ କଲା ମୂଷା, ରାମ ରାମ କହି ନାଗଦେବତା ବଞ୍ଚାଇଲେ ନିଜ ଜୀବନ

ମୂଷା ସାପର ଏକ ପ୍ରିୟ ଖାଦ୍ୟ ଅଟେ। ଆମେ ପ୍ରାୟତଃ ସାପକୁ ମୂଷାର ଶିକାର କରିବାରେ ଦେଖିଥାଉ। କିନ୍ତୁ ସମଗ୍ର ମାମଲା ଏଠାରେ ଓଲଟା ହୋଇଯାଇଥିଲା।ଏହି ଦୁହିଁଙ୍କର ଲଢେଇରେ ଆପଣ କେବେ ମୂଷାକୁ ଜିତିଥିବାର ଦେଖିନଥିବେ।କିନ୍ତୁ ପ୍ରକୃତିରେ ଅନେକ ଅଦ୍ଭୁତ ଜିନିଷ ଭରି ହୋଇରହିଛି। କିଏ କେତେବେଳେ କିପରି ରଙ୍ଗ ଦେଖାଇବ ତାହା କେହି ଜାଣିନାହାନ୍ତି। ସାପ ଯେତେବେଳେ ମୋଟା ହୃଷ୍ଟପୃଷ୍ଠ ମୂଷା ସହ ଲଢିଲା ସାପର ଅବସ୍ଥା ଖରାପ ହୋଇଗଲା।

ଆପଣ ଦେଖିଥିବେ ଯେ ସାପ ମୂଷାକୁ ଖାଏ। କିନ୍ତୁ ଯଦି ମୂଷା ସାପକୁ ନଖରେ ରାମ୍ପୁଡିରେ ଲାଗିବ ତେବେ ସାପ ମୂଷାକୁ ଖାଇବାତ ଦୂରର କଥା ସେଠାରୁ ନିଜର ଜୀବନ ବଞ୍ଚାଇ ପଳାଇବ। କିନ୍ତୁ ପ୍ରଶ୍ନ ଉଠୁଛି ଯେ ଏହା କଣ ପ୍ରକୃତରେ ସମ୍ଭବ।

ଆଜିକାଲି ସୋସିଆଲ ମିଡିଆରେ ଏହି ମୂଷା ଏବଂ ସାପର ଭିଡ଼ିଓ ଭାଇରାଲ ହେଉଛି। ଭାଇରାଲ ଭିଡ଼ିଓରେ ଆପଣ ଦେଖିପାରୁଥିବେ ଯେ ଅନ୍ଧାର ରାତ୍ରି ସମୟରେ ସାପ ଏବଂ ମୂଷା ଦୁହେଁ ମୁହାଁମୁହିଁ ହୋଇଯାଇଛନ୍ତି ଏହାପରେ ଯାହା ହେଲା ତାହାର ଆଶା ଆପଣ କରିନଥିବେ।

View this post on Instagram

A post shared by طبیعت (@nature27_12)

ମୂଷା ଭିତରେ ଆସିଲା ଆକ୍ସନ ହିରୋର ଆତ୍ମା।

ବାସ୍ତବରେ ସାପଟି ମୂଷାକୁ ଅପେକ୍ଷା କରିଥିଲା କିନ୍ତୁ ସେ ଜାଣିନଥିଲା ଯେ ମୂଷା ମଧ୍ୟ କିଛି କାମ ଖେଳାଳି ନୁହଁ। ମୂଷାଟି ଗୋଟିଏ ଆକ୍ସନରେ ହିଁ ସାପକୁ ଧୂଳି ଚଟେଇଦେଲା। ସାପର ପ୍ରତ୍ୟକ ପ୍ରହାରଠାରୁ ମୂଷାଟି ଡେଇଁ ଡେଇଁ ବଂଚିଯାଉଥିଲା ଏବଂ ସାପକୁ ରାମ୍ପୁଡି ଦେଉଥିଲା। ମୂଷାଟି ନ ଡରି ସାପର କେତେବେଳେ ଲାଞ୍ଜ, କେତେବେଳେ ବେକ ଏବଂ କେତେବେଳେ ମୁହଁକୁ ମଧ୍ୟ ଧରିଦେଉଥିଲା।

ଖୁବ ଭାଇରାଲ ହେଉଛି ଏହି ଭିଡ଼ିଓ।

ବର୍ତମାନ ଏହି ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ସେୟାର କରାଯାଉଛି। ଏହି ଭିଡ଼ିଓ ଦେଖୁଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କିନ୍ତୁ ଏତିକି ଜଣାପଡିଲା ଯେ ମୂଷାର କୌଣସି କ୍ଷତି ହୋଇନାହିଁ ଏବଂ ସାପଟି ମୂଷାର ଏହି ଆକ୍ରମକ ପ୍ରହାର ଦେଖି ଡରିଯାଇଛି।

Leave a Reply

Your email address will not be published. Required fields are marked *