ହସୁଥିବା ଖେଳୁଥିବା ଜଣେ ଯୁବତୀଙ୍କ ଜୀବନ ହୋଇଗଲା ବର୍ବାଦ,ଏକ୍ସ ବୟଫ୍ରେଣ୍ଡ ଅପହରଣ କରି କଲା ଏମିତି ଅବସ୍ଥା,ଜାଣନ୍ତୁ ପୁରା ଘଟଣା |

ସମ୍ପର୍କର ଛୋଟ ଛୋଗ ଦ୍ୱନ୍ଦ୍ୱରେ ମଧ୍ୟ ଏକ ବଡ ପରିଣାମ ଭୋଗିବାକୁ ପଡେ। ଏହିପରି କିଛି ଦେଖିବାକୁ ମିଳିଥିଲା ବ୍ରିଟେନର ଏକ ଯୁବତୀ ଏବଂ ଯୁବକଙ୍କ ମଧ୍ୟରେ। ସମ୍ପର୍କ ଭାଙ୍ଗିଯିବା ପରେ ଯୁବକଟି ସେହି ଯୁବତୀଙ୍କୁ ଅପହରଣ କଲା ଏବଂ ତାଙ୍କର ସମଗ୍ର ଜୀବନ ନଷ୍ଟ କରିଦେଲା। ଆସନ୍ତୁ ଜାଣିବା ସେହି ଯୁବକ ତାଙ୍କର ଏକ୍ସ ଗର୍ଲଫ୍ରେଣ୍ଡଙ୍କ ସହ କଣ କରିଥିଲେ।

ଝଗଡାର ଭୟାନକ ପରିଣାମ।

ମାମଲାଟି ବ୍ରିଟେନର ଏମ୍ପିଧମ ଡ୍ରାଇଭ ର ଅଟେ। ପ୍ରାୟ ଦେଢ ବର୍ଷ ପୂର୍ବେ ବାଉସ୍କିଲ (19) ଏବଂ ତାଙ୍କର ଏକ୍ସ ଗର୍ଲଫ୍ରେଣ୍ଡ ଏଞ୍ଜେଲ ଳିନ୍ (18) ଙ୍କ ମଧ୍ୟରେ ଝଗଡା ହୋଇଥିଲା। ତାପରେ ଏଞ୍ଜେଲ ବାଉସ୍କିଲ୍ ଙ୍କୁ ଗାଳିକରି ଘରକୁ ନିଜ ଘରକୁ ଯାଉଥିଲେ।

ସାଙ୍ଗ ସହିତ ମିଶି ଅପହରଣ।

ଝଗଡା ପରେ ବାଉସ୍କିଲ ତାଙ୍କ ସାଙ୍ଗ ସହିତ ଯୁବତୀଙ୍କୁ ଅପହରଣ କରିବାକୁ ଯୋଜନା ପ୍ରସ୍ତୁତ କଲେ। କିନ୍ତୁ ପରବର୍ତୀ ସମୟରେ ଏହାର ପରିଣାମ ବହୁତ ଭାରି ପଡିଲା।

19 ବର୍ଷ ବୟସ୍କ ଏଞ୍ଜେଲ ଏବେ ସବୁପକ୍ଷରୁ ଅସମର୍ଥ।

ବାଉସ୍କିଲ ରାସ୍ତାରେ ଚାଲୁଥିବା ଏଞ୍ଜେଲଙ୍କୁ ଅନୁସରଣ କରି କରି ଭ୍ୟାନ୍ କୁ ନେଇଗଲେ। ଅପହରଣ କରି ବାଉସ୍କିଲ ଏବଂ ତାର ସାଙ୍ଗମାନେ ସେଠାରୁ ଯୁବତୀଙ୍କୁ ନେଇଗଲେ। ଏହି ସମଗ୍ର ଘଟଣା CCTV ରେ କଏଦ ହୋଇଛି। ଏହାର ଭିଡିଓ ମଧ୍ୟ ପ୍ରକାଶ ପାଇଛି। ଏହି ଘଟଣା ପରେ ଏଞ୍ଜେଲ ବହୁତ ଖରାପ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ। ସେ ଏକ ଯାନ ସହିତ ବାଡେଇହୋଇଥିଲେ କିମ୍ବା ସେ ଚାଲୁଥିବା ଭ୍ୟାନ୍ ରୁ ଡେଇଁପଡିଥିଲେ ତାହା ଜଣାପଡିନାହିଁ। କିନ୍ତୁ ଏହି ଦୁର୍ଘଟଣା ପରେ ଏଞ୍ଜେଲ ବର୍ତ୍ତମାନ ଚାଲିପାରୁ ନାହାନ୍ତି। ଏପରିକି ସେ କିଛି କହିପାରୁ ନାହାନ୍ତି ଏବଂ ନିଜେ ଖାଇ ପାରୁନାହାନ୍ତି। ତାଙ୍କୁ 24 ଘଣ୍ଟା କେୟାର ରେ ରଖାଯାଉଛି।

କୋର୍ଟ ଦୋଷୀଙ୍କୁ ଶୁଣାଇଲା ଦଣ୍ଡ।

କୋର୍ଟ ଅନୁଯାୟୀ ଆଞ୍ଜେଲଙ୍କ ଏକ୍ସ ବୟେଫ୍ରେଣ୍ଡ ସାଢେ ସାତ ବର୍ଷ ଧରି ଜେଲ ରେ ରହିବେ ଏବଂ ଏହି ଘଟଣାରେ ଜଡିତ ସାଙ୍ଗମାନଙ୍କୁ 21 ମାସ ନଜରବନ୍ଦୀ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *