ନିର୍ଜଳା ଠାରୁ ଭିକାରି ଝିଅ ପର୍ଯ୍ୟନ୍ତ,ଏବେ ଏମିତି ଦେଖା ଯାଉଛନ୍ତି ‘ତେରେ ନାମ୍’ ର କଳାକାର, ୧୯ ବର୍ଷରେ ଏତେ ବଦଳିଗଲା ଲୁକ୍ | ଦେଖନ୍ତୁ ସମସ୍ତଙ୍କର ଫୋଟ !

ସଲମାନ ଖାନଙ୍କ ସୁପରହିଟ ଫିଲ୍ମ ତେରେ ନାମ୍ କୁ 19 ବର୍ଷରୁ ଅଧିକ ସମୟ ହୋଇଗଲାଣି | ଏହି ଫିଲ୍ମ 2003 ମସିହା 15 ଅଗଷ୍ଟ ମଉକାରେ ରିଲିଜି ହୋଇଥିଲା | ଫିଲ୍ମକୁ ବହୁତ ପସନ୍ଦ କରାଯାଇଥିଲା ଆଉ ଆଜିବି ଏହି ଫିଲ୍ମର ବହୁତ ଚର୍ଚ୍ଚା ହୋଇଥାଏ | ଫିଲ୍ମରେ ମୁଖ୍ୟ କଳାକାର ଭାବେ ସଲମାନ ଖାନ୍ ଆଉ ଅଭିନେତ୍ରୀ ଭୂମିକା ଚୱାଲା ଅଭିନୟ କରିଛନ୍ତି | ଫିଲ୍ମଟିକୁ 19 ବର୍ଷ ହୋଇଗଲାଣି ଆଉ ସେବେଠୁ ନେଇକରି ଏବେ ପର୍ଯ୍ୟନ୍ତ ସେଇଥିରେ କାମ କରିଥିବା ତାରକାଙ୍କ ଲୁକରେ ବି ଆଶ୍ଚର୍ଯ୍ୟଜନକ ପରିବର୍ତନ ଆସିଯାଇଛି | ଆସନ୍ତୁ ଗୋଟେ ନଜର ଫିଲ୍ମର କିଛି କଳାକାରଙ୍କର ସେବେଠୁ ନେଇ ଏପର୍ଯ୍ୟନ୍ତର ଲୁକ ଉପରେ ପକେଇବା |

ସଲମାନ ଖାନ୍ :-

56 ବର୍ଷ ବୟସରେ ମଧ୍ୟ ସଲମାନ ଖାନ ଖୁବ ଫିଟ ନଜର ଆସନ୍ତି | ହେଲେ ତାଙ୍କ ଲୁକରେ ବି ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଆସିଯାଇଛି | ସଲମାନ ଖାନ ଏହି ଫିଲ୍ମରେ ବହୁତ ବଢ଼ିଆ କାମ କରିଥିଲେ | ସେଇଠାରେ ସଲମାନ ଖାନ ବିଷୟରେ ବେଶି କିଛି କହିବାର ଆବଶ୍ୟକ ନାହିଁ | ଏହି ଫିଲ୍ମରେ ସଲମାନଙ୍କ ଅଭିନୀତ ନାମ ରାଧେ-ମୋହନ ଥିଲା |

ଭୂମିକା ଚୱାଲା:-

ଅଭିନେତ୍ରୀ ଭୂମିକା ଚାୱଲା ଫିଲ୍ମରେ ଗୋଟେ ସିଧା-ସାଧା ଝିଅର ଅଭିନୟ କରିଥିଲେ | ଏହି ଫିଲ୍ମରେ ତାଙ୍କର ଅଭିନୀତ ନାମ ନିର୍ଜଳା ଥିଲା | ଭୂମିକା ଏବେ ପୂର୍ବ ଅପେକ୍ଷା ବହୁତ ହାଟ ନଜର ଆସୁଛନ୍ତି | ତାଙ୍କୁ ମଧ୍ୟ ଫିଲ୍ମରୁ ବହୁତ ପ୍ରଶଂସା ମିଳିଥିଲା |

ଘନଶ୍ୟାମ ନାୟକ :-

ଘନଶ୍ୟାମ ନାୟକଙ୍କୁ ଫ୍ୟାନ୍ସମାନେ “ତାରକ ମେହେତା କା ଓଲଟା ଚାଶମା”ରେ ନାଟୁ କାକା ଭାବରେ ଜାଣନ୍ତି | ତେରେ ନାମ୍ ରେ ସିଏ ଜଣେ ଦୋକାନୀର ଭୂମିକା ନିଭେଇଥିଲେ | କହିରଖୁଛୁ କି ଘନଶ୍ୟାମ ନାୟକଙ୍କର 2021 ମସିହାରେ କ୍ୟାନ୍ସର ରୋଗରେ ତାଙ୍କର ପରଲୋକ ହୋଇଯାଇଥିଲା |

ରବି କିଶନ:-

ଭୋଜପୁରୀ ସିନେମାର ସୁପରଷ୍ଟାର ରବି କିଶନ ଅନେକ ହିନ୍ଦୀ ଫିଲ୍ମରେ ନଜର ରେ ଅଭିନୟ କରିଛନ୍ତି | ‘ତେରେ ନାମ୍’ରେ ମଧ୍ୟ ସେ କାମ କରିଥିଲେ। ସିଏ ଏହି ଫିଲ୍ମରେ ରାମେଶ୍ୱର ଙ୍କ ଭୂମିକାକୁ ନିଭେଇଥିଲେ |

ସଚିନ ଖେଡେକର :-

ସଚିନ ଖେଡେକର ଅନେକ ହିନ୍ଦୀ ଫିଲ୍ମରେ ନଜର ଆସିସାରିଛନ୍ତି | ‘ତେରେ ନାମ୍’ ରେ ସଚିନ ଖେଡେକର ସଲମାନ ଖାନଙ୍କ ବଡ ଭାଇଙ୍କ ଭୂମିକାରେ ଦେଖିବାକୁ ମିଳିଥିଲେ |

ସବିତା ପ୍ରଭୁନେ :-

ସବିତା ପ୍ରଭୁନେଙ୍କୁ ତାଙ୍କ ନାମରେ ବହୁତ କାମ ଲୋକ ଜାଣିଥିବେ | ସବିତାଙ୍କୁ ମଧ୍ୟ ଏହି ଫିଲ୍ମରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା | ସବିତା ‘ତେରେ ନାମ୍’ ଫିଲ୍ମରେ ସଚିନଙ୍କ ପତ୍ନୀ ତଥା ସଲମାନଙ୍କ ଭାଉଜଙ୍କ ଭୂମିକାରେ ଅଭିନୟ କରିଥିଲେ |

ସରଫରାଜ ଖାନ:-

ହିନ୍ଦୀ ସିନେମା ମୂର୍ତ୍ତ ଅଭିନେତା କାଦର ଖାନଙ୍କ ପୁଅ ମଧ୍ୟ ‘ତେରେ ନାମ୍’ ଫିଲ୍ମରେ କାମ କରିଥିଲେ | ଏହି ଫିଲ୍ମରେ ସଲମାନଙ୍କ ଯେଉଁ ସାଙ୍ଗ ଅସଲାମଙ୍କ ଥିଲେ ତାଙ୍କ ନାମ ସରଫରାଜ ଖାନ ଅଟେ | ସରଫରାଜ କାଦର ଖାନଙ୍କ ପୁଅ ଅଟନ୍ତି |

ରାଧିକା ଚୌଧରୀ:-

ଫିଲ୍ମରେ ଭିକାରୀ ଭୂମିକାରେ ଅଭିନୟ କରିଥିବା ଝିିଅଟି ବର୍ତ୍ତମାନ ସେ କେଉଁ ଅଭିନେତ୍ରୀଙ୍କପରି ହଟ ଆଉ ସୁନ୍ଦର ଭାବେ ନଜର ଆସୁଛନ୍ତି | ଏହି ଅଭିନେତ୍ରୀଙ୍କ ନାମ ରାଧିକା ଚୌଧୁରୀ |

Leave a Reply

Your email address will not be published. Required fields are marked *