ବରିଷ୍ଠ ଅଭିନେତା ମିହିର ଦାସ ଆରପାରିକୁ ଚାଲି ଯାଇଛନ୍ତି। ଯାହାକି ଓଡ଼ିଶା ବାସୀଙ୍କୁ ଦୁଃଖରେ ବହୁତ ମର୍ମାହତ କରିଦେଇଛି। ଏହା ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏକ ବହୁତ ବଡ଼ କ୍ଷତି ଅଟେ ଯାହାକୁ କେହି କେବେବି ମଧ୍ୟ ପୂରଣ କରିପାରିବେ ନାହିଁ। ତେବେ ମିହିର ଦାସ ଅଭିନୟ କରିବାରେ ବହୁତ ପାରଙ୍ଗମ ଅଟନ୍ତି। ସେ ବହୁତ ଚଳଚ୍ଚିତ୍ରରେ ମଧ୍ୟ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସନ୍ତି।
ତାଙ୍କର ପ୍ରତେକ ଚରିତ୍ରକୁ ଦର୍ଶକମାନେ ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି। କାରଣ ସେ ଏଭଳି ଅଭିନୟ କରନ୍ତିକି ତାଙ୍କୁ ନେଗେଟିଭ କ୍ୟାରେଟରରେ ଲୋକମାନେ ଯେତିକି ଭଲ ପାଇବା ଦେଇଥାନ୍ତି ହିରୋ ଅଭିନୟରେ ବା ପଯ୍ଟିଭି କ୍ୟାରେଟରରେ ମଧ୍ୟ ଲୋକମାନେ ସେତିକି ମାତ୍ରାରେ ଭଲ ପାଇବା ଦେଇଥାନ୍ତି।
ତେବେ ମିହିର ଦାସଙ୍କର ବିୟୋଗ ପରେ ମିହିର ଦାସଙ୍କର ପ୍ରତ୍ଯେକଟି ସ୍ମୃତିକୁ ଓଡ଼ିଶା ବାସୀମାନେ ମନେ ପକାଉଛନ୍ତି। ତାଙ୍କର ଦେହାନ୍ତରେ ସାରା ଓଡ଼ିଶାରେ ଯେପରି ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଛି। ବର୍ତ୍ତମାନ ସମୟରେ ମିହିର ଦାସଙ୍କ ବିୟୋଗରେ ତାଙ୍କର କିଛି ସ୍ମୃତିକୁ ମନେ ପକାଇ ଏକ ଗୀତ ପ୍ରସ୍ତୁତ କରାଯାଇଛି। ଏହି ଗୀତଟିରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି କଣ୍ଠ ଦାନ କରିଛନ୍ତି। ଆପଣ ଜାଣିଛନ୍ତିକି ଶ୍ରୀଚରଣ କେତେ ଭଲ କଳାକାର ଅଟନ୍ତି। ଆଉ ସେ ନିଜେ ହିଁ ମିହିର ଦାସଙ୍କର ନାମରେ ଗୀତଟିକୁ ଖୁବ ଆଦର ସହ ଗାଇଛନ୍ତି।
ଏହି ଗୀତ ଟି ହେଉଛି ଝୁରୁଛି ସାରା ଓଡ଼ିଶା ସିନେମା ଜଗତ ଆଜି, ତୁମକୁ ହେ ଖୋଜି ଖୋଜି ଲୁହଟେ ଯାଇଛି ଭିଜି। ତୁମ ବିନା କେମିତି ବାନ୍ଧିବି ଆଶା, ତୁମେ ଥିଲ ଆମ ସାହା ଭରଷା, ମିହିର ଭାଇ ଥିଲ ସାହା ଭରଷା। ତୁମ ପରି କଳାକାର ପାଇବନି ଏ ଦୁନିଆଁ, ଲାଗେ ତମ ଅଭିନୟ ସବୁଠୁ ହୃଦୟ ଛୁଆଁ।
ନାୟକ ଖଳନାୟକ ହାସ୍ୟରେ ମଧ୍ୟ ଚମତ୍କାର, ତୁମେ ହାରିବା ଶିଖିନ ତୁମେ ଜିତବା ଶିଖିଛ, ଯାହାକି ତୁମ ଅଧିକାର। ସଭିଙ୍କ ମନରେ ତମେ ବାନ୍ଧିଛ ବସା, ତୁମେ ଥିଲି ଆମ ସାହା ଭରଷା। ମହାନ ମଣିଷ ତମେ ତୁମ କଥା ଅସରନ୍ତି ଅଟେ, ତୁମ ହାତ ଧରି କଳାକାର କେତେ ଚାଲିଛନ୍ତି। ଚିରଦିନ କାଳ ତମେ ରହି ଯୁବ ସ୍ମୃତି ଭାବରେ, ତୁମର ଶୂନ୍ୟସ୍ଥାନ କେବେ ପାରିବେନି। ଚାଲି ଗଲ ଠକି କରି ଦେଇ ନିରାଶ, ତୁମେ ଥିଲ ଆମର ସାହା ଭରସା। ତେବେ ଏହି ଗୀତଟିକୁ ଯିଏବି ଶୁଣିବ ତାଙ୍କର ସ୍ମୃତିକୁ ମନେ ପକାଇ ଆଖୁରୁ ଲୁହ ଆସିଯିବ। କାରଣ ମିହିର ଭାଇ ସଭିଙ୍କ ଆଖିର ତାରା ଥିଲେ ଓ ତାଙ୍କର ଏହି ବିୟୋଗରେ ବର୍ତ୍ତମାନ ସାରା ଓଡ଼ିଶାବାସୀ ଦୁଃଖରେ ବହୁତ ଭାଙ୍ଗି ପଡିଛନ୍ତି।