“ଭଗବାନ ମୋ ବ୍ରା ସାଇଜ୍ ନେଉଛନ୍ତି “ମଜାକ ମଜାକ ରେ ଏ କଣ କହିଦେଲେ ଶ୍ୱେତା ତିୱାରୀ ? ଦେଖନ୍ତୁ ଭିଡ଼ିଓ

ଶ୍ୱେତା ତିୱାରୀ ଟିଭି ଜଗତରେ ଏକ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ତାଙ୍କୁ ଏକତା କପୁରଙ୍କ ସିରିଏଲ “କସୌଟି ଜିନ୍ଦେଗୀ କି” ରୁ ଘରେ ଘରେ ପରିଚୟ ମିଲିଥିଲା । ଏହା ପରେ ସେ ଆହୁରି ଅନେକ ସିରିୟଲ ନଜର ଆସିଥିଲେ । ତାଙ୍କୁ ବିଗ ବସ ରେ ବି ଦେଖିବାକୁ ମିଳିଥିଲା । ସେଇଠାରୁ ଶ୍ୱେତା ବଲିଉଡ ଆଉ ଭୋଜପୁରୀ ପିଲ୍ମ ପାଇଁ ଚେଷ୍ଟା କରିଥିଲେ ।

ଓଟିଟି ରେ ଡେବ୍ୟୁ କରୁଛନ୍ତି ଶ୍ୱେତା ତିୱାରୀ

ବର୍ତ୍ତମାନ ଶ୍ୱେତା ଖୁବ୍ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଆଜିକାଲି ତାଙ୍କ ୱେବ୍ ସିରିଜ୍ ‘ଶୋ ଷ୍ଟାପର୍’ କୁ ନେଇକି ଚର୍ଚ୍ଚାରେ ଅଛନ୍ତି । ଏହି ୱେବ୍ ସିରିଜ୍ ଫ୍ୟାଶନ୍ ର ଦୁନିଆ ଉପରେ ଆଧାରିତ । ଶ୍ୱେତା ଏହି ସିରିଜ୍ ପାଇଁ ବହୁତ ଉତ୍ସାହିତ ଅଛନ୍ତି ।

ପ୍ରମୋସନ ସମୟରେ ଦେଇଥିଲେ ବିବାଦୀୟ ବୟାନ ।

ଶ୍ୱେତା ଗତ ବୁଧବାର ଦିନ ତାଙ୍କ ୱେବ୍ ସିରିଜ୍ ‘ଶୋ ଷ୍ଟାପର୍’ର ପ୍ରମୋସନ ପାଇଁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳକୁ ଆସିଥିଲେ । ତାଙ୍କ ସହ ସିରିଜର ଅନ୍ୟ କଳାକାର ତଥା ରୋହିତ ରୟ ମଧ୍ୟ ଥିଲେ । ଏହି ସମୟରେ ଶ୍ୱେତା ଏପରି ଏକ ବିବାଦୀୟ ବୟାନ ଦେଇଥିଲେ, ଯାହା ଶୁଣି ପ୍ରଶଂସକମାନେ ରାଗିଯାଇଥିଲେ । ସେ ତାଙ୍କ ବ୍ରା ଏବଂ ଭଗବାନ ବିଷୟରେ ଏକ ଅଜବ କଥା କହି ଦେଇଥିଲେ |

ବ୍ରା ଏବଂ ଭଗବାନ ଉପରେ ଏ କ’ଣ କହିଦେଲେ ଶ୍ୱେତା ?

ତାଙ୍କର ଆଗାମୀ ୱେବ୍ ସିରିଜ୍ ର ଆନାଉନ୍ସମେଣ୍ଟ ସମୟରେ ଶ୍ୱେତା ଗଣମାଧ୍ୟମ ସମ୍ମୁଖରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଥିଲେ, ଭଗବାନ ମୋ ବ୍ରା ର ସାଇଜ୍ ନେଉଛନ୍ତି । ଶ୍ୱେତାଙ୍କ ଏହି ଶବ୍ଦଗୁଡ଼ିକ ତାଙ୍କ ପ୍ରଶଂସକଙ୍କୁ ଆଦୌ ପସନ୍ଦ ଆସିନଥିଲା । ସେ ମଞ୍ଚ ଉପରେ ଏକ ଆଲୋଚନାରେ ମଜାକ କରୁ କରୁ ଏହି ବିବାଦୀୟ କଥା କହି ଦେଇଥିଲେ । ଯଦିଓ, ବର୍ତ୍ତମାନ ତାଙ୍କ ବୟାନ ଟି ଗତିଶୀଳ ହୋଯାଇଛି ।

ରାଗିଗଲେ ଲୋକମାନେ ଶୁଣେଇଲେ ବହୁତ କଥା

ଶ୍ୱେତାଙ୍କ ଏହି ବୟାନର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଏହା ଦେଖି ଲୋକମାନେ ଅଭିନେତ୍ରୀଙ୍କୁ ବହୁତ ମିଛ ସତ ଶୁଣଉଛନ୍ତି । ଜଣେ ୟୁଜର କହିଛନ୍ତି ” ଏମିତି କଥା କହିବା ବେଳେ ଆପଣଙ୍କୁ ଟିକେ ଲାଜ ଲାଗିଲାନି ? ” ସେପଟେ ଅନ୍ୟଜଣେ କହିଛନ୍ତି, “ଏହି ଅଭିନେତ୍ରୀ ଜଣାନାହିଁ ନିଜକୁ କ’ଣ ଭାବୁଛନ୍ତି । କାହିଁକି ଭଗବାନ ଆଉ ଧର୍ମକୁ ମଝିକି ଆଣୁଛନ୍ତି ? ଏଥିସହିତ ଅନେକ ଲୋକ ଅଭିନେତ୍ରୀଙ୍କୁ ବାୟକଟ କରିବା କଥା ମଧ୍ୟ କହିଥିଲେ।

ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ଙ୍କୁ ଆସିଥିଲା ରାଗ

ଶ୍ୱେତାଙ୍କ ଏହି ବିବାଦୀୟ ବୟାନରେ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କର ମଧ୍ୟ ପ୍ରତିକ୍ରିୟା ଆସିଛି। ସେ ଅଭିନେତ୍ରୀଙ୍କ ବୟାନକୁ ଅତ୍ୟନ୍ତ ଆପତ୍ତିଜନକ ବୋଲି କହିଛନ୍ତି । ଏହି ମାମଲାରେ ସେ ଭୋପାଳ ପୋଲିସ କମିଶନରଙ୍କୁ 24 ଘଣ୍ଟାରେ ଯାଞ୍ଚ କରି ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଏଥିସହିତ ସେ ରାଗରେ କହିଛନ୍ତି ଯେ ଏହିପରି କଥାକୁ ଆଦୌ ବରଦାସ୍ତ କରାଯିବ ନାହିଁ।

ପୂର୍ବରୁ ମଧ୍ୟ ବିବାଦରେ ରହିଛନ୍ତି

ଶ୍ୱେତା ତିୱାରୀ ଏହା ପୂର୍ବରୁ ମଧ୍ୟ ଅନେକ ଥର ବହୁତ ବିବାଦର ଅଂଶ ରହିଆସିଛନ୍ତି । ବିଶେଷକରି ତାଙ୍କ ପ୍ରଥମ ସ୍ୱାମୀ ରାଜା ଚୌଧୁରୀ ଏବଂ ଦ୍ୱିତୀୟ ସ୍ୱାମୀ ଅଭିନାଭ କୋହଲିଙ୍କ ସହ ତାଙ୍କ ବିବାଦ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହୋଇଥିଲା।

Leave a Reply

Your email address will not be published. Required fields are marked *