‘ତୋଡେଙ୍ଗେ ଦମ ମଗର ତେରା ସାଥ ନା ଛୋଡେଙ୍ଗେ’ ଗୀତ ଗାଇ ଗାଇ 2 ସାଙ୍ଗ ଲଗାଇଲେ ଫାଶୀ,ଆଉ ତା ପରେ…..ଜାଣନ୍ତୁ କଣ ପାଇଁ ଦୁଇ ସାଙ୍ଗ ନେଲେ ଏମିତି ପଦକ୍ଷେପ ?

ପ୍ରେମ, ଧୋକା ଏବଂ ବନ୍ଧୁତ୍ୱର ଭାବନାରେ ପରିପୂର୍ଣ୍ଣ ଏହିପରି ଯନ୍ତ୍ରଣାଦାୟକ ଖବର ପୂର୍ବରୁ ଆପଣ କ୍ୱଚିତ୍ ଶୁଣିଥିବେ। ଦୁଇ ଜଣ ଯୁବକଙ୍କର ବନ୍ଧୁତା ଏପରି ଥିଲା ସେମାନେ ନିଜକୁ କିଛି ସମୟ ପାଇଁ ମଧ୍ୟ ଅଲଗା ହେବାକୁ ଦିଅନ୍ତି ନାହିଁ, ଏବଂ ଯେତେବେଳେ ଅଲଗା ହେବାର ସମୟ ଆସିଲା ସେତେବେଳେ ଦୁହେଁ ବନ୍ଧୁତା ପାଇଁ ଏକାଠି ଜୀବନ ଦେଇଥିଲେ। ସମଗ୍ର ବିଷୟଟି ଆସନ୍ତୁ ଜାଣିବା।

ଝାଡ଼ଖଣ୍ଡର ପଲାମୁରେ ଦୁଇଜଣ ଯୁବକ ଯିଏ ଏକାଠି ‘ଶୋଲେ’ ଚଳଚ୍ଚିତ୍ରର ଜୟ-ଭିରୁଙ୍କ ପରି ବନ୍ଧୁ ଥିଲେ। ଉଭୟ ଏକସାଙ୍ଗରେ ଆତ୍ମହତ୍ୟା କରିଥିଲେ। ଦୁଇ ସାଙ୍ଗଙ୍କ ମଧ୍ୟରୁ ଜଣଙ୍କୁ ପ୍ରେମରେ ଧୋକା ମିଳିଥିଲା ସେଥିପାଇଁ ସେ ତାକୁ ସହ୍ୟ ନକରିପାରି ଆତ୍ମହତ୍ୟା କରିବାର ଯୋଜନା କରିଥିଲା ଏବଂ ଏହି ସମସ୍ତ ବିଷୟ ସେ ତାର ସାଙ୍ଗକୁ ମଧ୍ୟ କହିଥିଲା ଏବଂ ଉଭୟ ଆତ୍ମହତ୍ୟା କରିବେ ବୋଲି ନିଷ୍ପତି ନେଇଥିଲେ। ଏହାପରେ ଉଭୟ ଏକ ଗଛରେ ଫାଶୀ ଲଗାଇ ଝୁଲିଗଲେ।

ପୋଲିସର କହିବା ଅନୁଯାୟୀ,ଲ ପ୍ରେମ ସଂପର୍କରେ ମିଳିଥିବା ଧୋକା ଯୋଗୁଁ ଏହି ପୂରା ଘଟଣା ଘଟିଥିଲା। ସୁଦୁ ଭୁୟିଆଁ ନାମକ ଜଣେ ଯୁବକ ଏକ ଝିଅ ସହିତ ପ୍ରେମ ସମ୍ପର୍କ ରଖିଥିଲେ। କୌଣସି ଏକ ବିଷୟରେ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଝିଅଟି ପୁଅ ସହିତ ବ୍ରେକଅପ୍ କଲା। ଏହି ଘଟଣା ଦ୍ୱାରା ସୁଦୁ ବହୁତ ଟେନସନ୍ ହୋଇଥିଲେ। ସେ ତାଙ୍କ ଭିନ୍ନକ୍ଷମ ବନ୍ଧୁ ରାମଜନମଙ୍କୁ ମଧ୍ୟ ଏ ବିଷୟରେ ସୂଚନା ଦେଇଥିଲେ।

ସୁଦୁ ତାଙ୍କ ବନ୍ଧୁ ରାମଜନମଙ୍କୁ କହିଥିଲେ ଯେ ସେ ଆଉ ବଞ୍ଚିବାକୁ ଚାହୁଁନାହାଁନ୍ତି। ସେ ଫାଶୀ ଲଗାଇ ଆତ୍ମହତ୍ୟା କରିବାକୁ ଯାଉଛନ୍ତି। ତାଙ୍କ ବନ୍ଧୁଙ୍କ ଏହି ନିଷ୍ପତ୍ତି ଶୁଣିବା ପରେ ରାମଜନମ୍ ମଧ୍ୟ ଅତ୍ୟନ୍ତ ଭାବପ୍ରବଣ ହୋଇଗଲେ ଏବଂ ସେ ମଧ୍ୟ ତାଙ୍କ ସହ ଆତ୍ମହତ୍ୟା କରିବାକୁ ସ୍ଥିର କଲେ। ସନ୍ଧ୍ୟା ପ୍ରାୟ ଚାରିଟା ବେଳେ ଉଭୟ ଖାଦ୍ୟ ଖାଇବା ପରେ ଏକ ଶାଢ଼ୀ ସହିତ ଘରୁ ବାହାରି ଯାଇଥିଲେ ଦୁହେଁ ଏକ ନିର୍ଜନ ସ୍ଥାନରେ ପହଞ୍ଚି ଏକତ୍ର ଗଛରେ ଝୁଲି ଆତ୍ମହତ୍ୟା କରିଥିଲେ।

ଏହି ଦୁଇ ଯୁବକଙ୍କର ଅତି ଘନିଷ୍ଠ ବନ୍ଧୁତା ଥିବା ସ୍ଥାନୀୟ ଲୋକ କହିଛନ୍ତି। ରାମଜନମ୍ ଏକ ଟ୍ରାଇ ସାଇକେଲରେ ଯିବାଆସିବା କରୁଥିଲେ। ସାଙ୍ଗ ପ୍ରାୟତଃ ତାର ସାଇକେଲକୁ ଧକା ଦିଏ। ଦୁହେଁ ଗାଁର ଲୋକଙ୍କ ସାମ୍ନାରେ ଅନେକ ଥର ଏହି କଥା ପୁନରାବୃତ୍ତି କରିଥିଲେ ଯେ ଆମେ ଏକାଠି ବଞ୍ଚିବା ଏବଂ ଏକାଠି ମରିବା। ପରିଶେଷରେ ଏହା ସତ୍ୟ ହୋଇଗଲା। ଏହି ଘଟଣା ପରେ ଏହି ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି।

ମଙ୍ଗଳବାର ଦିନ ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଟିମ୍ ପଲାମୁର ନୋଡ଼ିହା ବଜାର ପୋଲିସ ଷ୍ଟେସନର ଚରାଇ-2 ରେ ପହଞ୍ଚି ଉଭୟ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। SHO ରଣଜିତ କୁମାର କହିଛନ୍ତି ଯେ ଏହି ସୁଦୁ ପୂର୍ବରୁ ମଧ୍ୟ ଦୁଇଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ମଧ୍ୟ ସେ ବିଫଳ ହୋଇଥିଲେ। ଛତରପୁର ଇନ୍ସପେକ୍ଟର ବିର ସିଂ ମୁଣ୍ଡା କହିଛନ୍ତି ଯେ ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *