ଆଉ ଜଣେ ଯୁବତୀ ପୁଣି ମଦ ପିଇ ବିଚ ରାସ୍ତାରେ କଲେ ଉତ୍ପାତ,ଲୋକଙ୍କୁ ଗାଳି ଗୁଲଜ କରିବା ସହିତ ପୋଲିସକୁ କଲେ ନାକେଦମ,ଦେଖନ୍ତୁ ଭିଡ଼ିଓ

ଆଜିର ଆଧୁନିକ ସମାଜରେ ଯୁବପିଢି ମାନେ ବହୁ କୁଜାର୍ଯ୍ୟ ରେ ଲିପ୍ତ ରହୁଛନ୍ତି । ଯଦ୍ୱାରା ସମାଜ କଳୁଷିତ ହେବାରେ ଲାଗିଛି । ବର୍ତ୍ତମାନ ର ଯୁବପିଢି ଶିକ୍ଷିତ ସଂସ୍କାରୀ ହୋଇ ମଧ୍ୟ ଅସାମାଜିକ କାର୍ଯ୍ୟ ଆଡ଼କୁ ମନ ବୋଳାଉଛନ୍ତି । ତେବେ ଧନୀ ଶ୍ରେଣୀର ଉଚ୍ଚ ଆଭିଜାତ୍ୟର ସମ୍ପନ୍ନ ଘରର ପିଲାମାନେ ଏହିଭଳି କାର୍ଯ୍ୟ କରିଥାନ୍ତି । ତେବେ ନିକଟରେ ଡ୍ରଗ୍ସ ମାମଲାକୁ ନେଇ ଏକ ଘଟଣା ସାମ୍ନା କୁ ଆସିଛି ।

ଆଜିକାଲି ଯୁବପିଢି ଅଧିକତର ନିଶା ଦ୍ରବ୍ୟ ପ୍ରତି ଆସକ୍ତ ରହିଥାନ୍ତି । ଯୁବକ ଙ୍କ ସହିତ ଆଜିକାଲି ଯୁବତୀ ମାନେ ମଧ୍ୟ ମଦ୍ୟପାନ କରୁଛନ୍ତି । ସାଙ୍ଗ ସାଥି ମାନଙ୍କ ମେଳ ରେ ବସି ମଦ ପିଇବା କୁ ଟ୍ରେଣ୍ଡ କହୁଛନ୍ତି । ତେବେ ଜଣେ ଯୁବତୀ ମଦ ପିଇ ନିଜର ଭାରସାମ୍ୟ ହରାଇ ରାସ୍ତା ରେ କିପରି କାରନାମା କରିଛନ୍ତି ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଆସନ୍ତୁ ଜାଣିବା କଣ ରହିଛି ଘଟଣା ।

ମଦ ପିଇ ରାସ୍ତା ରେ ବିଭିନ୍ନ ଅଭିନୟ କରୁଥିବା ଭିଡ଼ିଓ ଆପଣ ମାନେ ଆଗରୁ ଦେଖିଥିବେ । ଘଟଣା ଟି ପୁରୀ ବଡ଼ଦାଣ୍ଡ ରେ ଘଟିଛି ବୋଲି ସୂଚନା ମିଳିଛି । ହୋଇଥିବା ଭିଡ଼ିଓ ରେ ଆପଣ ଦେଖି ପାରିବେ ରାସ୍ତା ଉପରେ ଏହିପରି କାରନାମା କରୁଛନ୍ତି ଯାହାକୁ ଦେଖିବା ପାଇଁ ଲୋକ ମାନଙ୍କ ଭିଡ ଲାଗି ଥିଲା । ଯୁବତୀ ଜଣଙ୍କ ମଦ ପିଇ ଥିବାର ସୂଚନା ମିଳି ଥିଲା । ବନ୍ଦ ଥିବା ଦୋକାନ ର ସଟର କୁ ବିଧା ମାରୁଥିଲା । ପୁଣି ଲୋକ ମାନଙ୍କୁ କଣ କଣ ଗପୁଥିଲା ।

ଏହା ସହିତ ଲୋକ ମାନଙ୍କୁ ଗାଳି ଗୁଲଜ୍ ମଧ୍ୟ କରୁଥିଲା । ତାଙ୍କୁ ନବା ପାଇଁ ଘରୁ ସମ୍ପର୍କୀୟ ଆସିଥିଲେ । ମାତ୍ର ଯୁବତୀ ଜଣକ ତାଙ୍କୁ ମଧ୍ୟ ଛାଡ଼ି ନ ଥିଲେ । ଠେଲା ପେଲା କରି ଭିଡ ଜମାଉ ଥିଲେ । କିଛି ଲୋକ ଏହି ଘଟଣା ର ମଜା ଉଠାଇଥିଲେ । କମେରା ରେ ଏହି ଘଟଣା କୁ କଏଦ କରିଥିଲେ । କିଛି ଲୋକ ତାଙ୍କୁ ଉସ୍କାଉ ଥିଲେ । କିଛି ସମୟ ପରେ ଘଟଣା ସ୍ଥଳ ରେ ପୋଲିସ୍ ପହଞ୍ଚି ଥିଲେ ।

ନିଶାସକ୍ତ ଯୁବତୀ ପୋଲିସ୍ ଙ୍କ ସହିତ ଖରାପ୍ ବ୍ୟବହାର କରିଥିଲେ । ପୋଲିସ୍ ତାଙ୍କୁ ଗାଡ଼ି ରେ ନେବାକୁ ଚେଷ୍ଟା କରିଥିଲେ । ମାତ୍ର ରାତି ଅନେକ ହୋଇ ଯାଇଥିବାରୁ ମହିଳା ପୋଲିସ୍ ସାଥିରେ ଆସି ନ ଥିବାରୁ ପୋଲିସ୍ ଗୋଷ୍ଟି କିଛି କରି ପାରି ନ ଥିଲେ । ତେବେ ଦର୍ଶକ ମାନଙ୍କ ର ମଧ୍ୟ ବହୁତ୍ ଭୁଲ୍ ରହିଛି ବୋଲି ପୋଲିସ୍ କହିଥିଲେ ।

Leave a Reply

Your email address will not be published. Required fields are marked *