ପେଟ୍ରୋଲ ଟେନ୍ସନ ଖତମ ! ବଜାରରେ ଲଞ୍ଚ ହେବାକୁ ଯାଉଛି Revolt ର ନୂଆ ଇଲେକ୍ଟ୍ରିକ ମୋଟର ବାଇକ,ଦେଖିବାକୁ ବି ବହୁତ ଷ୍ଟାଇଲିସ,ଜାଣନ୍ତୁ ସମସ୍ତ ବାଇକ ବିଷୟରେ

ପେଟ୍ରୋଲର ଦାମ ଦିନକୁ ଦିନ ବଢ଼ିବାରେ ଲାଗୁଛି । ଅନେକ ରାଜ୍ୟରେ ଏହାର ଦାମ ୧୦୦ ଉପରୁ ହୋଇସାରିଲାଣି । ତେଲ ଦର ବୃଦ୍ଧିକୁ ଧ୍ୟାନରେ ରଖି ଅନେକ ଲୋକ ଚିନ୍ତାରେ ପଡିଲେଣି । ବାଇକ ଦୈନିକ ଜୀବନ ନିହାତି ଆବଶ୍ୟକ କିନ୍ତୁ ଦିନକୁ ଦିନ ତୈଳ ଦର ଆକାଶ ଛୁଆଁ ହେବାକୁ ଲାଗିଥିବାରୁ ଲୋକେ ଖୁବ୍ ହଟହଟା ହେଉଛନ୍ତି ତେଣୁ ପେଟ୍ରୋଲ ବାଇକ ର ବିକଳ୍ପ ରେ ଏହି ବ୍ୟାଟେରୀ ବାଇକ୍ ଗୁଡ଼ିକ ତିଆରି କରାଯାଇଛି ।

ତେବେ ତାଲିକାରେ ୬୪ଟି ନୂଆ ସହର ଯୋଡ଼ିବାକୁ ଯୋଜନା କରିଛି କମ୍ପାନୀ । ରେକର୍ଡ ପାଇଁ ବାଇକ୍‌ ବର୍ତ୍ତମାନ କେବଳ ୬ ଭାରତୀୟ ସହରରେ ଉପଲବ୍ଧ ରହିଛି । କିନ୍ତୁ କମ୍ପାନୀ ୨୦୨୨ ଆରମ୍ଭ ସୁଦ୍ଧା ଏହି ସଂଖ୍ୟାକୁ ୭୦ କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ତେବେ ଏହି ଇଲେକ୍ଟ୍ରିକ୍ ବାଇକ୍ ଲୋକ ମାନଙ୍କ ଅନେକ କ୍ଷତି କୁ ଲାଭ ରେ ପରିଣତ କରିପାରେ ଓ ଅନେକ ଖର୍ଚ୍ଚ ରୁ ବଞ୍ଚିତ କରିପାରେ ।

ନିଶ୍ଚୟ ଭାବେ ଗୋଟେପଟେ ବଢୁଥିବା ପେଟ୍ରୋଲ ଦରକୁ ନଜରରେ ରଖି ଗ୍ରାହକମାନେ ଏବେ ଇଲେକ୍ଟ୍ରି ବାଇକକୁ ପସନ୍ଦ କରିବାରେ ଲାଗିଛନ୍ତି । ଏହି କ୍ରମରେ ଏବେ ବଜାରରେ ବିଭିନ୍ନ କମ୍ପାନୀର ଇଲେକ୍ଟ୍ରିକ ସ୍କୁଟର ଉପଲବ୍ଧ ହେଉଛି । ଯାହାର ମାଇଲେଜ ଅର୍ଥାତ ଗୋଟିଏଥର ଚାର୍ଜ କଲେ ତାହା ୮୦ ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରୁଛି । ତେବେ ଏହା ୬୦-୮୦ କିମି ବେଗ ରେ ଯାଇପରୁଚି । ହେଲେ ଇଲେକ୍ଟ୍ରିକ ବାଇକ ଏପର୍ଯ୍ୟନ୍ତ ଭାରତ ର ସମସ୍ତ ବଜାରରେ ଉପଲବ୍ଧ ହୋଇନାହିଁ ।

ତେଣୁ ଏବେ ଟର୍କ କ୍ରାସେଟରେ ଇଲେକ୍ଟ୍ରିକ ବାଇକ ଭାରତୀୟ ବଜାରରେ ଇଲେକ୍ଟ୍ରିକ୍ ବାଇକ୍ ଲଞ୍ଚ କରିବାକୁ ଯାଉଛି । ଏହି ବାଇକ ଦେଖିବାକୁ ଆକର୍ଷଣୀୟ ଏବଂ ତାହା ସହିତ କମ ଖର୍ଚ୍ଚରେ ଅଧିକ ମାଇଲେଜ ଦେଉଛି ଏହି ବାଇକ । ଆସନ୍ତା ସପ୍ତାହରେ ବଜାରକୁ ଆସିବାକୁ ଯାଉଛି ଟର୍କ କ୍ରାସେଟରେ ଇଲେକ୍ଟ୍ରିକ ବାଇକ । ତେବେ ଏହି ବାଇକର ଦାମ ବିଷୟରେ ମଧ୍ୟ ଜାଣିବା ଉଚିତ୍ । ବଜାରରେ ଚର୍ଚ୍ଚାରେ ଥିବା ଇଲେକ୍ଟ୍ରିକ ବାଇକ ହେଉଛି ରିବର୍ଟଆରବି ୪୦୦ ମଡେଲ ରେ । ଏହାର ଏକ୍ସ ସୋ ରୁମ ଦର ହେଉଛି ୯୦ ହଜାର ୭୯୯ ଟଙ୍କା । ଏହାର ବ୍ୟାଟେରୀ ଗୋଟିଏ ଥର ଚାର୍ଜରେ ୧୫୦ କିଲୋମିଟର ଯାଏଁ ଚାଲିପାରିବ ।

ତେବେ ଏହି ବାଇକ୍ ର ମାଇଲେଜ୍ ନେଇ ଦାମ ପରିବର୍ତ୍ତନଶୀଳ । ସେହିପରି ରିବର୍ଟଆର୍ବି ୩୦୦ର ଦାମ ହେଉଛି ୯୪ ହଜାର ୯୯୯ ଟଙ୍କା । ଏହା ଗୋଟେ ଚାର୍ଜରେ ୧୮୦ କିଲୋମିଟର ଯାଏଁ ଯାଇପାରିବ । ଏହା ସହିତ ବଜାରରେ ଓଡିସି ଇଲେକ୍ଟ୍ରିକ ଇଭୋକିସ ଭଳି ଦାମୀ ଆକର୍ଷଣୀୟ ବାଇକର ବିକଳ୍ପ ରହିଛି । ଏହାର ଏକ୍ସ ସୋ ରୁମ ଦର ରହିଛି ୧ ଲକ୍ଷ ୬୪ ହଜାର ଟଙ୍କା ।

ଏହା ଥରେ ଚାର୍ଜ କଲେ ୧୪୦ କିଲୋମିଟର ଯାଏଁ ଯାଇପାରିବ । ତେବେ ଏହା ଅଧିକ ଷ୍ଟାଇଲିଶ । ତେଣୁ ଦାମ ମଧ୍ୟ ଟିକେ ଅଧିକ । ତେବେ ବର୍ତମାନ ଏହି ଇଲେକ୍ଟ୍ରିକ୍ ବାଇକ୍ ର ଚାହିଦା କୁ ଲକ୍ଷ୍ୟ କରି ପେଟ୍ରୋଲ ପମ୍ପ ଓ ଜାତୀୟ ରାଜପଥ ପାଖରେ ବ୍ୟାଟେରୀ ଚାର୍ଜ କରିବା ପାଇଁ କୌଣସି ସୁବିଧା ରଖିବାକୁ ସରକାର ଭାବିବା ଜଣା ପଡ଼ୁଚି ।

Leave a Reply

Your email address will not be published. Required fields are marked *