ଆପଣ ସମସ୍ତେ ଆପଣଙ୍କ ଜେଜେ-ବାପା, ଜେଜେ-ମା, ମା ଆଉ ଆପଣଙ୍କ ଆଖ-ପାଖର ବଡ ଲୋକମାନଙ୍କ ଠାରୁ ଜଳପରିର କାହାଣୀ ଶୁଣିଥିବେ ଆଉ ଆପଣମାନେ ଅନେକ ଫିଲ୍ମରେ ମଧ୍ୟ ଜଳପରି ଦେଖିଥିବେ | କିନ୍ତୁ ଯଦି ଆପଣଙ୍କ ଆଖି ସାମ୍ନାରେ ସତେରେ ଜଳପରି ଆସିଯାଏ ତ ସେହି ସମୟରେ ଆପଣଙ୍କ ପ୍ରତିକ୍ରିୟା କିପରି ହେବ? ବୋଧ ହୁଏ ଏହି ସବୁ କଥାର କେବଳ କଳ୍ପନା ହିଁ କରାଯାଇପାରିବ |
ପ୍ରକୃତ ରେ ଜଳାପରିର ସତ କାହାରିକୁ ମଧ୍ୟ ଜଣା ନାହିଁ | ଯେତେବେଳେ ଛୋଟ ଥିଲେ ସେତେବେଳେ ଆମକୁ ଲାଗୁଥିଲା କି ଜଳପରି ସତରେ ଅଛନ୍ତି, ତାହାଲେ କଣ କେବେ ବି କେହି ଜଳପରିକୁ ସତରେ ଦେଖିଛନ୍ତି କି? ପ୍ରକୃତ ଜୀବନରେ କେହିବି ତାଙ୍କୁ ଦେଖିନାହାନ୍ତି |
କିନ୍ତୁ ଏହି ସମୟରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯାହା ଉପରେ ବିଶ୍ୱାସ କରିବା ବହୁତ କଠିନ ହୋଇପାରେ | ହାଇଦ୍ରାବାଦରେ ଏମିତି ଏକ ମାମାଲ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମହିଳା ଗୋଟେ ଅନୋଖା ପିଲାକୁ ଜନ୍ମ ଦେଇଛନ୍ତି, ଯାହାର ଅଧା ଶରୀର ମଣିଷ ଆଉ ଅଧା ଶରୀର ମାଛ ଆକୃତିର ମାନେ ହେଉଛି ଏହା ଯେ ସେହି ପିଲାଟି ‘ଜଳପରି’ ଭଳି ଦେଖାଯାଉଛି |
ଯେମିତିକି ଆମେ ସବୁଲୋକ ଜାଣିଛୁ ଯେ ଠାକୁରଙ୍କ ଲୀଳା କୁ ବୁଝିପାରିବା ସାଧାରଣ ମଣିଷ ପାଖେ ସମ୍ଭବ ନୁହେଁ | ଠାକୁରଙ୍କ ଲୀଳା ହିଁ ଅପାର ଅଟେ | ଏହି ସୃଷ୍ଟି ରେ କେତେବେଳେ କଣ ହେବାକୁ ଯାଉଛି ଏହି ବିଷୟରେ ଆଜି ଯାଏ କେହିବି ଖବର ଲଗେଇ ପାରିନାହାନ୍ତି | ବିଜ୍ଞାନ ଦିନକୁ ଦିନ ଆଗ୍ରଗତି ହେଉଛି କିନ୍ତୁ କିଛି ଜିନିଷ ଏମିତି ବି ଅଛି, ଯାହାର ସମାଧାନ ତାଙ୍କ ପାଖରେ ଜମାବି ନଥାଏ |
ସେହିପରି ଯଦି ଆମେ ଔଷଧ ବିଷୟରେ କଥା ହେବା, ତାହାଲେ ପ୍ରତିଦିନ ଏଠାରେ ନୂଆ-ନୂଆ ପ୍ରୟୋଗ କରାଯାଉଛି |ଏହା ସହିତ ଅନେକ ଗମ୍ଭୀର ରୋଗର ଚିକିତ୍ସା ବିଷୟରେ ମଧ୍ୟ ଖୋଜାଯାଉଛି, କିନ୍ତୁ ହାଇଦ୍ରାବାଦରୁ ସାମ୍ନାକୁ ଆସିଥିବା ମାମଲା ସମ୍ମୁଖରେ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି |
ହାଇଦ୍ରାବାଦ ଡାକ୍ତରଖାନାରେ ଅଧା ମଣିଷ ଆଉ ଅଧା ମାଛ ଭଳି ଶରୀର ଥିବା ଅନୋଖା ଶିଶୁ ହୋଇଛି ଜନ୍ମ :-
ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦର ପେଟଲାବୁର୍ଜ ମେଟରନିଟି ହସ୍ପିଟାଲରେ ଏକ ଅନୋଖା ଶିଶୁ ଜନ୍ମ ହୋଇଛି। ପ୍ରକୃତରେ,ଏହି ଶିଶୁଟି ଦେଖିବାକୁ ‘ଜଳପରି’ ଭଳି ଥିଲା ଆଉ ଏହି ଶିଶୁଟି ଅଧିକା ସମୟ ଯାଏ ବାଞ୍ଜିପାରିନଥିଲା | ଯେତେବେଳେ ଏହି ଶିଶୁକୁ ପରିବାର ଲୋକ ଆଉ ଡାକ୍ତରମାନେ ଦେଖିଲେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ | ଏହା ଏକ ରେୟାର ରୋଗ ଅଟେ, ଯାହା 10 ବର୍ଷରେ ଗୋଟିଏ ପିଲାଙ୍କଠାରେ ଦେଖାଯାଏ | ଏହାକୁ ମର୍ମାଏଡ୍ ସିଣ୍ଡ୍ରୋମ୍ କୁହାଯାଏ | ଏହି ସମୟରେ, ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ଶିଶୁକୁ “ମାଛ ମାନବ” ବୋଲି ମଧ୍ୟ କୁହନ୍ତି | ଏହି ପିଲର ଅଧା ଶରୀର ମଣିଷ ପରି ଆଉ ଅଧା ଶରୀର ମାଛର ଆକୃତି ଭଳି ଅଟେ |
ଶରୀରର ଅନେକ ଅଙ୍ଗ ଅଛି ଗାଏବ :-
ଏକ ରିପୋର୍ଟ ଅନୁଯାୟୀ, ଯଦି କୌଣସି ଶିଶୁ ମର୍ମାଏଡ୍ ସିଣ୍ଡ୍ରୋମର ଶିକାର ହୁଅନ୍ତି, ତେବେ ଏହି କାରଣରୁ , ତାଙ୍କର ଉପର ଭାଗ ତ ମଣିଷ ପରି ସମାନ ରହିଥାଏ, କିନ୍ତୁ ତଳ ଭାଗ ସମ୍ପୂର୍ଣ୍ଣ ରୂପେ ବିକଶିତ ହୋଇପାରିନଥାଏ |ଖବର ଅନୁଯାୟୀ, ଏହି ଶିଶୁର ଉଭୟ ଗୋଡର ହାଡ ନଥିଲା ବୋଲି କୁହାଯାଉଛି | ତାଙ୍କ ଶରୀରର ତଳ ଭାଗର ହାଡ଼ ଗୁଡିକ ପରସ୍ପର ସହ ଯୋଡି ହେଇଯାଇଥିଲା |
ଏହା ବ୍ୟତୀତ ତାଙ୍କର ଲିଙ୍ଗ, ପେଲଭିସ୍, ଉଭୟ କିଡନୀ ଆଉ ପେଟର ଅନେକ ଅଙ୍ଗ ଗାଏବ ଥିଲା | କେବଳ ଏତିକି ନୁହେଁ, ମେରୁଦଣ୍ଡର ମଧ୍ୟ କମି ଦେଖାଦେଇଥିଲା | ତଳ ଭାଗଟି ମାଛର ଲାଞ୍ଜ ପରି ଦେଖା ଯାଉଥିଲା | ଏହି ଶିଶୁଟି ଜଳପରି ଭଳି ଦେଖାଯାଉଥିଲା କିନ୍ତୁ ଜନ୍ମ ପରେ ଏହି ଶିଶୁଟି ଜନ୍ମର ମାତ୍ର କିଛି ଘଣ୍ଟା ପାଇଁ ବଞ୍ଚିଥିଲା | ଏହା ପରେ ସେ ମରିଯାଇଥିଲା | ଅଲଟ୍ରାସାଉଣ୍ଡ ପରୀକ୍ଷଣରେ ମଧ୍ୟ ପିଲା ଏହି ରୋଗରେ ପୀଡିତ ଅଛି ବୋଲି ଚିହ୍ନଟ କରାଯାଇପାରିବ ନାହିଁ |
ଏହିପରି ମାମଲା ପୂର୍ବରୁ ମଧ୍ୟ ଆସିଛି :-
ଯଦିଓ ଏହା ପ୍ରଥମ ଘଟଣା ନୁହେଁ, ଏହିପରି ଅନେକ ମାମଲା ସାମ୍ନାକୁ ଆସିଛି | 2018 ମସିହାରେ ମଧ୍ୟ ମହାରାଷ୍ଟ୍ରରେ ଏକ ସମାନ ମାମଲା ଦେଖିବାକୁ ମିଳିଥିଲା |ଏଠାରେ ଏପରି ଏକ ଶିଶୁ ଜନ୍ମ ହୋଇଥିଲା କିନ୍ତୁ ସେ କେବଳ 15 ମିନିଟ୍ ହିଁ ବଞ୍ଚି ପାରିଥିଲା | ଏହାପୂର୍ବରୁ 2017 ମସିହାରେ ମଧ୍ୟ ଜଣେ ମହିଳା ଏହିପରି ସମାନ ଶିଶୁକୁ ଜନ୍ମ ଦେଇଥିଲେ | ସେହି ଶିଶୁର ଉଭୟ ଗୋଡ ଏକାଠି ଲାଗିଥିଲା କିନ୍ତୁ ଜନ୍ମର 4 ଘଣ୍ଟା ପରେ ସେ ଦୁନିଆ ଛାଡି ଚାଲିଯାଇ