ଦୁଇ ବର୍ଷର ପିଲାକୁ ବାପା ଖେଳିବାକୁ ଦେଇଦେଲେ ମୋବାଇଲ୍ ଫୋନ, ଆଉ ପିଲାଟି କରିଦେଲା ୨ ଲକ୍ଷ ଟଙ୍କାର ଅର୍ଡର,ଆଉ ଜିନିଷ ମଧ୍ୟ ଆସି ଘରେ ପହଁଞ୍ଜିଲା

ଜଣେ ଭାରତୀୟ ଦମ୍ପତି ନିଜ ପିଲାକୁ ଶାନ୍ତ କରିବା ପାଇଁ ନିଜ ସ୍ମାର୍ଟ ମୋବାଇଲ୍ ଫୋନ୍ ଦେଇଦେବା ଟା ତାଙ୍କୁ ବହୁତ ମାହାଙ୍ଗା ପଡିଗଲା | ପିଲାଟି ମୋବାଇଲ ସହିତ ଖେଳିବା ସମୟରେ ପ୍ରାୟ 1 ଲକ୍ଷ 40 ହଜାର ଟଙ୍କାର ଜିନିଷର ଅର୍ଡର ଦେଇଦେଲା | ଏହି ପିଲାକୁ ଏପର୍ଯ୍ୟନ୍ତ ପଢିବା-ଲେଖିବା ଜଣା ନାହିଁ କିନ୍ତୁ ଜିନିଷ ଅର୍ଡର କରିବାରେ ପିଲାଟି ବହୁତ ଦ୍ରୁତ ବାହାରିଲା |

ସେତେବେଳେ ତ ସେହି ଦମ୍ପତିଙ୍କୁ ନିଜ ପିଲର କାର୍ଯ୍ୟକଳାପ ବିଷୟରେ କିଛି ଜଣା ପଡ଼ିନଥିଲା, କିନ୍ତୁ ଯେତେବେଳେ ଗୋଟିଏ ପରେ ଗୋଟିଏ କାର ଦ୍ୱାରା ତାଙ୍କ ଘରେ ଜିନିଷ ଡେଲିଭରି ହେବା ଷ୍ଟାର୍ଟ ହେଲା, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ | ଏହି ମଜାଦାର ମାମଲା କ’ଣ ଆପଣଙ୍କୁ ଆଗକୁ କହିବୁ :-

22 ମାସର ଅୟଂଶ ଦେଲା ଅର୍ଡର :-

22 ମାସର ଅୟଂଶ ଆମେରିକାରେ ରହୁଥିବା ଭାରତୀୟ ଦମ୍ପତି ମଧୁ ଆଉ ପ୍ରମୋଦ କୁମାରଙ୍କ ପୁଅ ଅଟନ୍ତି | ଅୟଂଶଙ୍କୁ ଏପର୍ଯ୍ୟନ୍ତ ପଢିବା- ଲେଖିବା ଜଣା ନାହିଁ, କିନ୍ତୁ ଅନଲାଇନ୍ ସପିଙ୍ଗର ଜ୍ଞାନରେ ସେ ତାଙ୍କ ପିତାମାତାଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଛି |

ପ୍ରକୃତରେ, ମଧୁ ଆଉ ପ୍ରମୋଦ କୁମାରଙ୍କ 22 ମାସର ପିଲା ଖେଳିବାକୁ ମୋବାଇଲ୍ ମାଗୁଥିଲା | ପ୍ରଥମେ ତ ସେ ମନା କରିଦେଇଥିଲେ, କିନ୍ତୁ ଯେତେବେଳେ ସେ ଅଧିକ ଜିଦି କରିବା ଆରମ୍ଭ କଲା, ସେତେବେଳେ ତାକୁ ଶାନ୍ତ କରିବା ପାଇଁ ସେ ପିଲାକୁ ନିଜ ମୋବାଇଲ ଦେଇଦେଇଥିଲେ | କିନ୍ତୁ ପିଲାଟି ଖେଳରେ-ଖେଳରେ ହିଁ ମୋବାଇଲରୁ ଫର୍ଣ୍ଣିଚର ଅର୍ଡର କରିଦେଲା |

ସପିଂ ସାଇଟ୍ କାର୍ଟରେ ଆଡ଼ ଥିଲା ଫର୍ଣ୍ଣିଚର:-

ଅୟଂଶଙ୍କ ମା’ଙ୍କ ଫୋନରେ ଅଲଗା-ଅଲଗା ପ୍ରକାରର ଫର୍ଣ୍ଣିଚର୍ସ ପୂର୍ବରୁ ହିଁ ଏକ ଅନଲାଇନ୍ ସପିଂ ସାଇଟର କାର୍ଟରେ ଆଡ଼ କରି ରଖିଥିଲେ | ଅୟଂଶ ମୋବାଇଲରେ ଖେଳୁଥିବା ବେଳେ ସବୁ ଫର୍ଣ୍ଣିଚର୍ ଅର୍ଡର କରିଦେଲେ | ସେଇଥିରେ ବାଇ-ଡିଫଲ୍ଟ ଭାବରେ ତାଙ୍କ ଘର ଠିକଣା ଥିଲା

ଘରେ ଆସି ଡେଲିଭର ହେବାକୁ ଲାଗିଲା ଫର୍ଣ୍ଣିଚର୍ :-

ଅର୍ଡର ପରେ,ଯେତେବେଳେ ଏହି ଭାରତୀୟ ଦମ୍ପତିଙ୍କ ଠିକଣାରେ ଫର୍ଣ୍ଣିଚର୍ ସବୁ ଡେଲିଭରି ହେବା ଆରମ୍ଭ ହେଲା, ତ ଗୋଟେ ଥର ପାଇଁ ସେମାନେ କିଛି ବୁଝିପାରିଲେନି | ପରେ ଯେତେବେଳେ ସେ ଇନବକ୍ସ ନୋଟ ରେ ଲେଖା ଥିବା ଅର୍ଡରର ତାରିଖ ଆଉ ସମୟ ଦେଖିଲେ ସେତେବେଳେ ଯାଇ ତାଙ୍କୁ ତାଙ୍କ ଭୁଲ ଜଣା ପଡିଲା |

ପିଲାମାନଙ୍କୁ ଫୋନ୍ ଦେବା ପୂର୍ବରୁ ଧ୍ୟାନ ରଖନ୍ତୁ :- ଅୟଂଶ ତାଙ୍କ ପିତା-ମାତାଙ୍କଠାରୁ ସ୍କ୍ରିନ୍ ସ୍ବାଇପ ଆଉ ଟାଇପ୍ କରିବା ଶିଖିଛନ୍ତି | ଏହି ଗଡ଼-ବଡ଼ ପରେ ଅୟଂଶ ପିତା-ମାତା ସେମାନଙ୍କ ଫୋନର ସିକ୍ଯୁରିଟି ସେଟିଂକୁ ଆହୁରି ମଜବୁତ କରିଛନ୍ତି | ଯଦି ଆପଣ ମଧ୍ୟ ନିଜ ପିଲାଙ୍କୁ ମୋବାଇଲ ଦେଉଛନ୍ତି ଖେଳିବାକୁ ତେବେ ଏହି କଥାର ଧ୍ୟାନ ରଖିବା ଆପଣଙ୍କ ଦାୟିତ୍ୱ ଅଟେ କି ଯାହା ଦ୍ୱରା ସେ ଆପଣଙ୍କର କୌଣସି କ୍ଷତି ନକରି-ପାରନ୍ତି | ଛୋଟପିଲା ଯେତେବଳେ ହଇରାଣ କରୁଛନ୍ତି ତେବେ ତାଙ୍କ ମାନବୁଝିବା ପାଇଁ ତାଙ୍କ ହାତରେ ସ୍ମାର୍ଟଫୋନ ଧରେଇବା ବେଳେ ସାବଧାନ ରହିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ |

Leave a Reply

Your email address will not be published. Required fields are marked *