ଆସନ୍ତା ସପ୍ତାହରେ ବଜାରରେ ଲଞ୍ଚ୍ ହେବାକୁ ଯାଇଛି ଏହି ଜବରଦସ୍ତ ଇଲେକ୍ଟ୍ରିକ ବାଇକ୍, ବାଇକ୍ ର ଫିଚର୍ସ ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଏବେର ଦୁନିଆ ବହୁତ ଆଗକୁ ଯିବା ସହିତ ବହୁତ ସ୍ମାର୍ଟ ମଧ୍ୟ ହେଲାଣି। ଆଜିର ଲୋକମାନେ ମଧ୍ୟ ବହୁତ ସ୍ମାର୍ଟ ହେଲେଣି, ଆଜିର ଲୋକମାନେ ଫେସନ୍ ଓ ଟ୍ରେଣ୍ଡ୍ ର ସହ ରହିବାକୁ ବେଶୀ ପସନ୍ଦ କରୁଛନ୍ତି, ଦୁନିଆ ସହ ପାଦ ଦେଇ ଆଗକୁ ବଢ଼ିବାକୁ ଚାହୁଁଛନ୍ତି। ଏବେର ଲୋକମାନେ ତ ବହୁତ ପଇସା ବାଲା ମଧ୍ୟ ହୋଇଗଲେଣି, ଏବେ ଦେଖିବାକୁ ଗଲେ ବହୁତ ଲୋକ ନିଜ ପାଖରେ ଟଙ୍କା ଥିବା କାରଣରୁ ଟ୍ରେଣ୍ଡିଂ ରେ ଥିବା ଜିନିଷକୁ ବ୍ୟବହାର କରିବାକୁ ଚାହୁଁଛନ୍ତି, ହେଲେ ତାହାର ଦାମ୍ ଯେତେ ହୋଇଥାଉ ସେମାନେ ତାହାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି।

ଆଉ ପୁଅ ପିଲାମାନଙ୍କର ଭଲ ଭଲ ବାଇକ୍ ପ୍ରତି ଟିକେ ଦୁର୍ବଳତା ରହିଥାଏ, ସବୁ ପୁଅ ପିଲାମାନେ ଚାହାଁନ୍ତି କି ସେମାନଙ୍କ ପାଖରେ ଏକ ଭଲ ବାଇକ୍ ଟିଏ ରହୁ। ସେଥିପାଇଁ ଯେତେବେଳେ କିଛି ନୂଆ ବାଇକ୍ ଟ୍ରେଣ୍ଡ୍ ରେ ଥାଏ ପୁଅ ପିଲାମାନେ ତାକୁ କିଣିବାରେ ଲାଗି ପଡନ୍ତି। ଏବେ ମଧ୍ୟ ସେହିପରି ଏକ ନୂଆ ବାଇକ୍ ବଜାରକୁ ଆସିଛି, ଯାହାକି ଏବେ ଟ୍ରେଣ୍ଡ୍ ରେ ରହିଛି, ଏହା ମଧ୍ୟ ଏବେ ଜୋର୍ ରେ କିଣା ହେବାରେ ଲାଗିଛି, ତେବେ ଆସନ୍ତୁ ଏହି ବାଇକ୍ ସମ୍ପର୍କରେ ସମ୍ପୂର୍ଣ୍ଣ ଭାବେ ଜାଣିବା।

ଦେଶରେ ବଢୁଛି ଇଲେକ୍ଟ୍ରିକ ଗାଡିର ଚାହିଦା । ଇଲେକ୍ଟ୍ରିକ ସ୍କୁଟି ପରେ ଆସନ୍ତା ସପ୍ତାହରେ ମାର୍କେଟରେ ଆସିବାକୁ ଯାଉଛି ଇ-ବାଇକ । ପେଟ୍ରୋଲ ଦରରେ ବୃଦ୍ଧି ଘଟିଥିବା ବେଳେ ବର୍ତ୍ତମାନ ଇଲେକ୍ଟ୍ରିକ ବାଇକ ଯୁବପିଢିଙ୍କୁ ଅଧିକ ଆକୃଷ୍ଟ କରୁଛି । ସ୍କୁଟର ଭଳି ଏବେ ଲୋକଙ୍କ ଡିମାଣ୍ଡରେ ଏହି ଗାଡି । କମ୍ପାନୀ ବଜାରକୁ ଇଲେକ୍ଟ୍ରିକ ବାଇକ, କାର ଏବଂ ସ୍କୁଟି ଆଦି ଲଞ୍ଚ କରୁଛନ୍ତି, ଯାହା ଦେଖିବାକୁ ଖୁବ ଆକର୍ଷଣୀୟ । ଏହାସହ କମ୍ ଖର୍ଚ୍ଚରେ ଅଧିକ ମାଇଲେଜ ଦେଉଛି ଏହି ଗାଡି ।

ଆସନ୍ତା ସପ୍ତାହରେ ବଜାରକୁ ଆସିବାକୁ ଯାଉଛି ଟର୍କ କାର୍ଟେସର ଇଲେକ୍ଟ୍ରିକ ମୋଟର ସାଇକେଲ । ଅନ୍ୟପଟେ ରିଭୋଲ୍ଟ ଆରବି୪୦୦ ବିକ୍ରି ଜୋରଦାର ଧରିଛି । ଯଦି ଆପଣ ଇଲେକ୍ଟ୍ରିକ ବାଇକ କିଣିବାକୁ ଚାହୁଁଛନ୍ତି ତେବେ ଜାଣି ନିଅନ୍ତୁ ଏହି ଲୋକପ୍ରିୟ ବାଇକ ଓ ଦାମ୍ ସମ୍ପର୍କରେ । ବଜାରରେ ଚର୍ଚ୍ଚାରେ ଥିବା ଲୋକପ୍ରିୟ ଇଲେକ୍ଟ୍ରିକ ବାଇକ ହେଉଛି ରିଭୋଲ୍ଟ ଆରବି୪୦୦ । ଏହାର ଏକ୍ସ ଶୋରୁମ ଦର ହେଉଛି ୯୦,୭୯୯/- ଟଙ୍କା । ଏହା ଗୋଟିଏ ଥର ଚାର୍ଜ ହେଲେ ୧୫୦ କିମି ଯାଏଁ ଚାଲି ପାରିବ।

ସେହିପରି ରିଭୋଲ୍ଟ ଆରବି୩୦୦ ର ଦାମ୍ ହେଉଛି ୯୪,୯୯୯/- ଟଙ୍କା । ଏହା ଥରେ ଫୁଲଚାର୍ଜ ହେଲେ ୧୮୦ କିମି ଯାଏଁ ଯାଇ ପାରିବ । ଏହାସହ ବଜାରରେ ଓଡିଶୀ ଇଲେକ୍ଟ୍ରିକ ଇଭୋକିସ ଭଳି ଦାମୀ ଓ ଆକର୍ଷଣୀୟ ବାଇକର ବିକଳ୍ପ ରହିଛି । ଏହାର ଏକ୍ସ ଶୋରୁମ ଦର ରହିଛି ୧ ଲକ୍ଷ ୬୪ ହଜାର ଟଙ୍କା । ଏହା ଥରେ ଚାର୍ଜ କଲେ ୧୪୦ କିମି ଯାଏଁ ଯାଇପାରିବ ।ଅଧିକ ସ୍ପିଡ ଓ ବେଶୀ ମାଇଲେଜ ଦେଉଥିବା ଇଲେକ୍ଟ୍ରିକ ବାଇକ ମଧ୍ୟ ରହିଛି । ଯାହା କୌଣସି ସ୍ପୋର୍ଟ୍ସ ବାଇକ କିମ୍ବା କୃଜର ବାଇକ ଠାରୁ କିଛି କମ୍ ନୁହେଁ ।

ଲସଭେଗାସରେ ଚାଲୁଥିବା ସିଇଏସ ୨୦୨୨ରେ କାନାଡିଆନ ଷ୍ଟାର୍ଟଅଫ ଡେମୋନ ମୋଟର୍ସ ଉପସ୍ଥାପନା କରିଛି । ଯାହା କୌଣସି ପେଟ୍ରୋଲ ସ୍ପୋର୍ଟ୍ସ ଠାରୁ ବି କମ୍ ନୁହେଁ । ଏହାର ଘଣ୍ଟା ପ୍ରତି ସର୍ବୋଚ୍ଚ ବେଗ ହେଉଛି ୨୭୩ କିମି । ଏହି ବାଇକରେ ୨୦ କିଲୋ ୱାଟର ବ୍ଯାଟେରୀ ରହିଛି । ଯାହା ଗୋଟିଏ ଚାର୍ଜରେ ୨୩୫ କିମି ଦୂରତା ଅତିକ୍ରମ କରିପାରେ ।୨୦୦ଏଚପି ବିଶିଷ୍ଟ ଏହି ବାଇକ ୧୦୦ କିମି ବେଗରେ ପହଞ୍ଚିବାକୁ ମାତ୍ର ତିନି ସେକେଣ୍ଡ ସମୟ ନିଏ। ଏହି ବାଇକର ମୂଲ୍ୟ ୩୫ ହଜାର ଡଲାର ବା ୨୬ ଲକ୍ଷ ଟଙ୍କା ରହିଛି।

Leave a Reply

Your email address will not be published. Required fields are marked *