ଦଶାହ କାର୍ଯ୍ୟରେ ମୁଣ୍ଡନ ହେଲେନି ବଡପୁଅ ଅମ୍ଲାନ, ବାପାଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କଲେ ଅମ୍ଲାନ…ଦେଖନ୍ତୁ ଭିଡ଼ିଓ

ବାସ୍ତବ କଥା କଣ ଜାଣିଛନ୍ତି ଗୋଟିଏ କଳାକାର ପାଇଁ । ଗୋଟିଏ କଳାକାର ପାଇଁ ଦୁନିଆର ସବୁ କିଛି ମିଛ ତା ପାଇଁ କେବଳ ହିଁ ତାର ଅଭିନୟ ବଡ଼ । ତା ଅଭିନୟ ଜୀବିତ ଅବସ୍ଥାରେ ରହିଥାଏ । ସତ କହିବା ପାଇଁ ଗଲେ ଜଣେ କଳାକାର ପାଇଁ ସେହି ମୁହଁ ରେ ରଙ୍ଗ ମାଖି କଳାକୁ ପ୍ରଦର୍ଶନ କରିବାର ମଜା କିଛି ଅଲଗା । ଅଭିନୟ ଜୀବନ ଖୁବ୍ ନିଆରା ।

ଆମେ ଆପଣ ମାନଙ୍କୁ ସେହିଭଳି ଜଣେ କଳା ପ୍ରେମୀ ଓ କଳାକୁ ଭଲ ପାଉଥିବା ଅଭିନେତାଙ୍କ ବିଷୟରେ କହିବୁ ଯିଏ କି ନିଜଠାରୁ ଅଧିକ କଳା କୁ ଭଲ ପାଉଥିଲେ । କଳା ପାଇଁ ସେ ଦୁନିଆରେ ସବୁ କିଛି ଭୁଲି ଯାଉଥିଲେ । ଲାଗୁଥିଲା ଯେମିତି କି ସେ କଳା ର ପୂଜାରୀ ହିସାବ ରେ ଜନ୍ମ ହୋଇଛନ୍ତି । ତାଙ୍କ ଅବଦାନ ଓଡ଼ିଆ ଫିଲ୍ମ ଜଗତ ପାଇଁ ଅତୁଳନୀୟ । ସେ ଜଣେ ଆଗ ଧାଡ଼ି ର ଅଭିନେତା ସହିତ ଜଣେ ଖୁବ୍ ସୁନ୍ଦର ବ୍ୟକ୍ତି ଥିଲେ । ତାଙ୍କୁ ହରାଇ ଆଜି ସମସ୍ତେ ଖୁବ୍ ଦୁଃଖିତ ଖୁବ୍ ମର୍ମାହତ ।

କେବଳ ଯେ ଅଭିନୟ କରିବା ତାଙ୍କର ପେଶା ରହିଥିଲା ତାହା ନୁହଁ ସେ ଅଭିନୟ କରୁ କରି କିପରି ଭାବରେ ସମସ୍ତଙ୍କୁ ବାନ୍ଧି ରଖିବେ ଓ ଏହା ସହିତ କିଭଳି ଭାବରେ ସମସ୍ତେ ନିଜର କଳାରେ ନିପୂଣ ହୋଇ ପାରିବେ ଗୋଟିଏ ବାପା ହିସାବରେ ସେ ସମସ୍ତଙ୍କୁ ଶିଖାଇଥିଲେ । ଜଣେ ବହୁତ୍ ଭଲ ଗୁରୁଜନ ହିସାବରେ କର୍ତ୍ତବ୍ୟ ଲିଭାଇଥିଲେ ।

ମିହିର ଦାସ ୧୯୭୯ ମସିହାରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ହେଲେ  କିଛି ଦିନ ପୂର୍ବରୁ କିଡନୀ ଜନୀତ ରୋଗରେ ଆକ୍ରାନ୍ତ ଥିଲେ ମିହିର ଦାସ । ପ୍ରାୟ ଚାରି ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ରରେ ନିଜର ଅଭିନୟ ଯାତ୍ରା ଜାରି ରଖିଥିବା ବହୁମୁଖୀ ଅଭିନୟ ପ୍ରତିଭା ହେଉଛନ୍ତି ମିହିର ଦାସ । ୨୦୧୯ ମସିହା ଏପ୍ରିଲ ମାସରେ  ମଧ୍ୟ ମିହିର ଦାସ ହଠାତ ଅସୁସ୍ଥ ହୋଇପଡିଥିଲେ ।

ତାଙ୍କୁ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ରାମାୟଣ’ରେ ସେ ଶତ୍ରୁଘ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇ ସିନେ-ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ତେବେ ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଦୁନିଆର ଲୋକପ୍ରିୟ ଅଭିନେତା ମିହିର ଦାସ ଅସୁସ୍ଥ ହୋଇପଡ଼ିଛନ୍ତି । ତେବେ ବହୁ ଚଳଚିତ୍ର, ଟେଲିଧାରାବାହିକରେ ଅଭିନୟ କରି କୋଟିକୋଟି ଓଡିଶାବାସୀଙ୍କ ହୃଦୟ ଜିଣିପାରିଛନ୍ତି ମିହିର ଦାସ ।

ମିହିର ଦାସଙ୍କ ବଡ଼ ପୁଅ ଅମ୍ଳାନ ଯିଏ କି ନିଜ ବାପାଙ୍କୁ ଖୁବ୍ ଭଲ ପାଉଥିଲେ । ବାପାଙ୍କ କହିବା କଥା କଳା ଆଗରେ ସବୁ କିଛି ପଛରେ । ଠିକ୍ ବାପାଙ୍କର ସେହି କଥା କୁ ଅମ୍ଳାନ ଅକ୍ଷର ଅକ୍ଷର ମାନି ଚାଲିଛନ୍ତି । ଅମ୍ଳାନଙ୍କର ଗୋଟିଏ ଫିଲ୍ମ ସୁଟିଂ ଚାଲିଥିବା ବେଳେ ସେ ନିଜ ବାପାଙ୍କ ହିସାବରେ କାର୍ଯ୍ୟରତ ଅଛନ୍ତି । ସେ ଯେଉଁ ଫିଲ୍ମ ସୁଟିଂ କରୁଛନ୍ତି ସେଥିରେ ଏମିତି ମଣ୍ଡନ ହେଲେ ସୁନ୍ଦର ଲାଗିବ ନାହିଁ । ଯାହା ପାଇଁ ସେ ମଣ୍ଡନ ହୋଇ ନାହାନ୍ତି ।

Leave a Reply

Your email address will not be published. Required fields are marked *