ତପସ୍ୱନୀ-ସୁମିତଙ୍କ ସମସ୍ୟାର ସମାଧାନ କରିପାରିଥାନ୍ତା କି ଆଶାର ଆଲୋକ !

ବ୍ରହ୍ମପୁର ର ଚିହ୍ନା ମୁଁହ ତପସ୍ୱିନୀଙ୍କ ବିଷୟରେ ପ୍ରାୟ ସମସ୍ତେ ନିଶ୍ଚିତ ଜାଣିଥିବେ । ତାଙ୍କର ସ୍ବାମୀଙ୍କ ପାଖରେ ସିନ୍ଦୂର ର ଅଧିକାର ପାଇଁ ସେ ପ୍ରାୟ ଏକ ମାସ ଧରି ଶଶୁରର ଘର ଆଗରେ ଧାରଣା ଦେଇ ନିଜ ସଙ୍ଘର୍ଷ କରି ଥିଲେ ଆଉ ଶେଷରେ ନିଜ ଅଧିକାର ଫେରି ମଧ୍ୟ ପାଇଥିଲେ। ସେ ଆଇନ ଅନୁସାରେ ନିଜ ସ୍ଵାମୀ ଡାକ୍ତର ସୁମିତଙ୍କ ସହ ଶାଶୂ ଘରେ ରହିଛନ୍ତି।

ତେବେ ତପସ୍ୱିନୀ ଆଉ ସୁମିତଙ୍କ ଭିତରେ ଥିବା ଫାଟକୁ ଠିକ୍ କରିପାରିବ କି ଆଶାର ଆଲୋକ। ଭାଙ୍ଗି ଯାଇଥିବା ତାଙ୍କର ଘରକୁ ଆଉ ଥରେ ଯୋଡ଼ି ପାରିବକି ଆଶାର ଆଲୋକ। ଆଉ ତପସ୍ଵନୀଙ୍କ ମନରେ ଥିବା ଆଶାର ଆଲୋକ ଭରି ପାରିଥାଆନ୍ତା କି ମିହିର ଦାସଙ୍କ ଆଶାର ଆଲୋକ ।

କାରଣ ତପସ୍ଵନୀ ଆଉ ସୁମିତଙ୍କ କଥା ସବୁ ଆଡେ ଚର୍ଚ୍ଚାର ବିଷୟ ପାଲଟିଥିଲା ବେଳେ ଏବେ ପ୍ରଶ୍ନ ଜୀବନ ସତରେ ଫେରି ପାରିବ ସେମାନଙ୍କ ଖୁସି। ଏହି ଆଶା ର ଆଲୋକ ଅନେକ ଝିଅ ପୁଅଙ୍କ ଜୀବନ କୁ ଠିକ୍ କରିଥିବା ବେଳେ ଏବେ ପ୍ରଶ୍ନ ଉଠୁଚି କି କଣ ଏହା ମଧ୍ୟ ଏମାନଙ୍କ ଜୀବନ କୁ ସୁଧୁରି ପାରିଥାନ୍ତା। କଣ ଆଶା ର ଆଲୋକ ଏକ ମାତ୍ର ବିକଳ୍ପ ଅଟେ ।

କାରଣ ସୁମିତ ଆଉ ତପସ୍ଵନୀଙ୍କ ଭିତରେ ଥିବା ଅଡୁଆ ସୂତା ଟି ଫିଟି ପାରିବ । ହୁଏତ ଉଭୟ ପକ୍ଷ ଆସିଥିଲେ ଏହା ସମ୍ଭବ ହୋଇ ପାରିଥାନ୍ତା । ଏପଟେ ଦେଖିବାକୁ ଗଲେ ସୁମିତ କୋର୍ଟ କୁ ଆସି ତାଙ୍କ ପକ୍ଷ ରଖୁ ନାହାନ୍ତି ଆଉ ସେ ଆଶା ର ଆଲୋକ ର ମଞ୍ଚକୁ ଆସିଥାନ୍ତି କହିଛନ୍ତି । ତପସ୍ୱନିଙ୍କ ଜୀବନ ରେ ନୁଆ ରଙ୍ଗ ଭରି ପାରିବ କି ଆଶା ର ଆଲୋକ ।

Leave a Reply

Your email address will not be published. Required fields are marked *