ଆଜି ବଲିଉଡରେ ରାଜ କରୁଛନ୍ତି ଏହି ଅଭିନେତ୍ରୀ,ପିଲାଦିନର ଫଟୋ ଦେଖି ଚିହ୍ନି ପାରୁ ନାହାନ୍ତି ପ୍ରଶଂସକ,କହିଲେ ଏ ଅଭିନେତ୍ରୀ ଜଣକ କିଏ ?

ହିନ୍ଦୀ ସିନେମାରେ ଆଜିର ପିଢ଼ି ରେ ଅନେକ ସୁନ୍ଦର ଏବଂ ଦକ୍ଷ ଅଭିନେତ୍ରୀ ଅଛନ୍ତି | ଗୋଟିଏ ପରେ ଗୋଟିଏ ବଲିଉଡ ସିନେମାରେ ନୂଆ ନୂଆ କଳାକାରମାନେ ପ୍ରବେଶ କରୁଛନ୍ତି | ଏଥି ସହିତ, ଗତ କିଛି ବର୍ଷ ମଧ୍ୟରେ, ଅନେକ ତାରକା ମାନେ ହିନ୍ଦୀ ସିନେମାରେ ନିଜର କ୍ୟାରିଅର୍ ଗଢିବାକୁ ନିଷ୍ପତ୍ତି ନେଇଛନ୍ତି | ଉଲ୍ଲେଖନୀୟ ଏହା କି ପ୍ରତିବର୍ଷ ଶହ ଶହ ଲୋକ ବଲିଉଡରେ ନିଜ ଭାଗ୍ୟ ପରୀକ୍ଷା କରଥାନ୍ତି, ଯଦିଓ କେବଳ ଜଣଙ୍କର ହିଁ ଭାଗ୍ୟ ଉଜ୍ଜ୍ୱଳ ହୋଇପାରିଥାଏ |

ହିନ୍ଦୀ ସିନେମାରେ ଏହି ସମୟରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅନେକ ହିଟ୍ ପିଲ୍ମ ଦେଇସାରିଛନ୍ତି ଏବଂ ପ୍ରଶଂସକଙ୍କ ମଧ୍ୟରେ ସର୍ବଦା ଚର୍ଚ୍ଚାର ବିଷୟ ହୋଇ ରହିଥାନ୍ତି | ଏହି ଅଭିନେତ୍ରୀମାନଙ୍କର ଏକ ବଡ଼ ଫ୍ୟାନ ଫୋଲୋଇଙ୍ଗ ରହିଛି ଏବଂ ସୋସିଆଲ ମିଡିଆରେ ପ୍ରାୟତ ଏହି ଅଭିନେତ୍ରୀମାନଙ୍କର ଫୋଟୋ ଗୁଡ଼ିକ ଧୁମ ମଚାଇଥାଏ । ବର୍ତ୍ତମାନ,ଜଣେ ଅଭିନେତ୍ରୀଙ୍କ ପିଲାଦିନର ଫଟୋ ହେଡଲାଇନରେ ଅଛି | ପ୍ରାୟତଃ ବହୁତ କମ୍ ଲୋକ ସେହି ଅଭିନେତ୍ରୀଙ୍କୁ ଚିହ୍ନିବାରେ ହେଉଛନ୍ତି | କିନ୍ତୁ ନିରୀହ ଏବଂ ସୁନ୍ଦର ଦିଶୁଥିବା ଏହି ଶିଶୁ କନ୍ୟା କୁ ଚିହ୍ନିବା ସମସ୍ତଙ୍କର ହାତର କଥା ନୁହେଁ |

କହିରଖୁଛୁ ଯେ ଏହି ଛୋଟ ଝିଅଟି ଆଜି ହିନ୍ଦୀ ସିନେମାର ଏକ ବଡ ନାମ | ସେ ଅନେକ ମହାନ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ତାଙ୍କ ଅଭିନୟ ସହିତ ତାଙ୍କ ସୁନ୍ଦରତା ରେ ନିଜ ପ୍ରଶଂସକଙ୍କ ହୃଦୟ ଜିତିଯାଆନ୍ତି | ତେଣୁ ଯଦି ଆପଣ ଏହି ଅଭିନେତ୍ରୀଙ୍କୁ ଚିହ୍ନିବାରେ ସକ୍ଷମ ହୋଇ ପାରୁନାହାଁନ୍ତି,ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ ଏହି ନିରୀହ ଦେଖାଯାଉଥିବା ଝିଅଟି ଅଭିନେତ୍ରୀ କ୍ରିତି ସାନନ୍ ଅଟନ୍ତି |

କ୍ରିତି ସାନନ୍ ଖୁବ୍ କମ୍ ସମୟ ମଧ୍ୟରେ ହିନ୍ଦୀ ସିନେମାର ଏକ ବଡ ନାମ ପାଲଟି ଯାଇଛନ୍ତି | କ୍ରିତି ଆଜି ଯେତିକି ସୁନ୍ଦର, ସେ ପିଲାଦିନେ ମଧ୍ୟ ସେତିକି ସୁନ୍ଦର ଥିଲେ | ଆପଣ ଫୋଟୋରେ ଦେଖିପାରୁଥିବେ ଯେ ସେ କ୍ୟାମେରାରେ ମଧ୍ୟ ବହୁତ ଉତ୍ସାହ ଏବଂ ଖୁସିର ସହିତ ପୋଜ୍ ଦେଉଛନ୍ତି | ସତେ ଯେପରି ସେ ଏହା କହୁଛନ୍ତି ଯେ ବଡ ହେବା ପରେ ମଧ୍ୟ ମୋତେ କ୍ୟାମେରାକୁ ହିଁ ସାମ୍ନା କରିବାକୁ ପଡିବ ଏବଂ ସେ ମଧ୍ୟ ଏହା କରି ଦେଖାଇଛନ୍ତି |

କ୍ରିତି ସାନନ୍ ୨୭ ଜୁଲାଇ ୧୯୯୦ ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ | ସେ ୩୧ବର୍ଷ ବୟସର ହୋଇଗଲେଣି | କ୍ରିତି ୨୦୧୪ ମସିହାରୁ ହିନ୍ଦୀ ସିନେମାରେ କାମ କରିଆସୁଛନ୍ତି, ସେ ୨୦୧୪ ମସିହାରେ ଫିଲ୍ମ ‘ହେରୋପନ୍ତି’ରୁ ହିନ୍ଦୀ ସିନେମାରେ ପାଦ ଦେଇଥିଲେ। ତାଙ୍କର ବିପରୀତରେ ଟାଇଗର ଶ୍ରଫ୍ ଏହି ଚଳଚ୍ଚିତ୍ରରେ କାମ କରିଥିଲେ | ଏହା ମଧ୍ୟ ଟାଇଗରଙ୍କ ଡେବ୍ୟୁ (ପ୍ରଥମ)ଫିଲ୍ମ ଥିଲା |

‘ବରେଲି କି ବାର୍ଫି’, ‘ପାନିପତ’, ‘ଲୁକା ଛୁପି’, ମୀମି, ପରି ଚଳଚ୍ଚିତ୍ର ରେ ନଜର ଆସିଥିବା କ୍ରିତି ଙ୍କ ଆଗାମୀ ଚଳଚ୍ଚିତ୍ର ହେଉଛି ‘ଭେଡିଆ’, ‘ଶେହଜାଦା’ ‘ଗଣପଥ’,’ଆଦିପୁରୁଷ’ ଏବଂ ଅକ୍ଷୟ କୁମାରଙ୍କ ‘ବଚ୍ଚନ ପାଣ୍ଡେ’ ଇତ୍ୟାଦି |

Leave a Reply

Your email address will not be published. Required fields are marked *