ରେଳ ଷ୍ଟେସନରେ ଶୁଣାଯାଉଥିବା ସ୍ୱର ‘ଯାତ୍ରୀଗଣ କୃପୟା ଧ୍ୟାନ ଦେ’ କାହାର ? ଜାଣନ୍ତୁ କିଏ ଅଛି ଏହିସବୁ ପଛରେ …

ଭାରତୀୟ ରେଳ ଭାରତରେ ପରିବହନର ଏକ ପ୍ରମୁଖ ମାଧ୍ୟମ ଅଟେ | ରେଳଗାଡ଼ି ପାଇଁ ଭାରତର ବିକାଶ ବହୁତ ଦ୍ରୁତ ଗତିରେ ହେଇପାରୁଛି | ଟ୍ରେନ ପାଇଁ ଅନେକ ଲୋକ ଏକାସାଙ୍ଗରେ ବହୁତ ଲମ୍ବା-ଲମ୍ବା ଦୂରତା ଅତିକ୍ରମ କରିପାରନ୍ତି | ଏହାର ଭଡା ମଧ୍ୟ କମ୍ ହୋଇଥାଏ | ଟ୍ରେନରେ ଗୋଟେ ବିରାଟ ଇଞ୍ଜିନ୍ ଲଗା ହୋଇଛି ଯାହାକି ବହୁତ ଶକ୍ତିଶାଳୀ ଅଟେ |

ଟ୍ରେନ୍ ଏକାଥରକେ ଅନେକ ଡବାକୁ ଟାଣି ପରେ ଆଉ ବହୁତ ଶୀଘ୍ର ଗତି ମଧ୍ୟ କରିପାରେ | ଟ୍ରେନ୍ କେବଳ ଯାତ୍ରୀମାନଙ୍କ ଗତିବିଧି ପାଇଁ ନୁହେଁ ବରଂ ଭାରୀ-ଭାରୀ ଜିନିଷ ପରିବହନ ପାଇଁ ମଧ୍ୟ ବ୍ୟବହୃତ ହୁଏ | ଟ୍ରେନରେ ଲୋକମାନେ ଆରାମରେ ଯାତ୍ରା କରନ୍ତି | ପୁରୁଣା ଯୁଗରେ, ଯେତେବେଳେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ସପ୍ତାହେ ସମୟ ଲାଗୁଥିଲା, ବର୍ତ୍ତମାନ ଟ୍ରେନ୍ ପାଇଁ ସେଇ ଦୂରତା କିଛି ଘଣ୍ଟା ମଧ୍ୟରେ ପାର ହେଇପାରୁଛି |

ରେଳଗାଡ଼ି ପାଇଁ ହିଁ ଅନେକ ଗାଁ ଆଉ ସହର ପରସ୍ପର ସହିତ ଜଡିତ ହୋଇପାରିଛନ୍ତି | ଭାରତର ପ୍ରଗତିରେ ଟ୍ରେନର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି | ଟ୍ରେନରେ ଯାତ୍ରା କରିବାର ନିଜର ହିଁ ଗୋଟେ ଖାସ ଆନନ୍ଦ ଅଛି | କିନ୍ତୁ ଗୋଟିଏ ସ୍ୱର ଆମେ ରେଳ ଷ୍ଟେସନରେ ଅଧିକ ଶୁଣିଥାଉ | ସେ ହେଉଛନ୍ତି ସେହି ମହିଳା ଯିଏକି ‘ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ’ ଘୋଷଣା କରିଥାନ୍ତି |

ଟ୍ରେନ୍ ର ସୂଚନା ଦେବାବେଳେ,ଆମେ ପ୍ରତ୍ୟେକ ଷ୍ଟେସନରେ ଜଣେ ମହିଳାଙ୍କ ସ୍ୱର ରୁ ଶୁଣିଥାଉ ‘ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ’ ମାନେ ପଡିଲା? ଏହି ସ୍ୱର ପ୍ରତ୍ୟେକ ଷ୍ଟେସନରେ ସମାନ ଭଳି ହୋଇଥାଏ | ଏହି ମହିଳାଙ୍କ ସ୍ୱର ଆମେ ବର୍ଷ-ବର୍ଷ ଧରି ଶୁଣି ଅସୁଛେ, ହେଲେ ସବୁ ଷ୍ଟେସନରେ ଗୋଟେ ପରି ସ୍ୱର କାହିଁକି ଥାଏ?

ଆମେ ଆପଣଙ୍କୁ କହିରଖୁଛୁ ଯେ ଏହା ଅଲଗା-ଅଲଗା ମହିଳାଙ୍କର ନୁହେଁ ବରଂ ଗୋଟିଏ ହିଁ ମହିଳାଙ୍କର ସ୍ୱର ଅଟେ ଯିଏ କି 20 ବର୍ଷ ଧରି ଆନାଉନ୍ସ କରିଆସୁଛନ୍ତି | ଏହି ମହିଳା ଜଣଙ୍କ କିଏ ଯାହାଙ୍କର ସ୍ୱର ବର୍ଷ ବର୍ଷ ଧରି ଆମ କାନରେ ଶୁଣାଯାଉଛି | ଚାଲନ୍ତୁ ଆମେ ଆଜି ଆପଣଙ୍କୁ କହିବୁ | ରେଳ ଷ୍ଟେସନରେ ଘୋଷଣା କରିବା ସମୟରେ ଯେଉଁ ମହିଳାଙ୍କ ସ୍ୱର ଆପଣ ଶୁଣନ୍ତି ସେହି ମହିଳାଙ୍କ ନାମ ହେଉଛି ସରଳା ଚୌଧରୀ |

ସାରଲା ରେଳଷ୍ଟେସନରେ ଗତ 20 ବର୍ଷ ଧରି ଘୋଷଣା କରିଆସୁଛନ୍ତି | 1982 ମସିହାରେ ସାରଳା ରେଳ ଘୋଷକ ପଦ ପାଇଁ ପରୀକ୍ଷା ଦେଇଥିଲେ | ପରୀକ୍ଷାରେ ପାସ୍ ହେବା ପରେ ତାଙ୍କୁ କେନ୍ଦ୍ରୀୟ ରେଳବାଇରେ ଦୈନିକ ମଜୁରୀ ଦିଆଯାଇଥିଲା | ଏହା ପରେ, ତାଙ୍କର କଠିନ ପରିଶ୍ରମ ଆଉ ସ୍ୱରକୁ ଦୃଷ୍ଟିରେ ରଖି 1986 ମସିହାରେ ତାଙ୍କର ଏହି ପଦ ସ୍ଥାୟୀ ହୋଇଗଲା | ପୂର୍ବ ସମୟରେ ଘୋଷଣା କରିବା ଏତେ ସହଜ ନଥିଲା | ସେହି ସମୟରେ ପ୍ରତ୍ୟେକ ଷ୍ଟେସନକୁ ଯାଇ ଘୋଷଣା କରିବାକୁ ପଡୁଥିଲା |

ଏକ ସାକ୍ଷାତକାରରେ ସାରଳା କହିଛନ୍ତି ଯେ ପୂର୍ବ ସମୟରେ କମ୍ପ୍ୟୁଟର ନ ଥିବାରୁ ତାଙ୍କୁ ପ୍ରତ୍ୟେକ ଷ୍ଟେସନ କୁ ଯାଇ କରି ଘୋଷଣା କରିବାକୁ ପଡିଥାଏ | ସେ କହିଛନ୍ତି ଯେ ସେ ଅନେକ ଥର ବିଭିନ୍ନ ଭାଷାରେ ମଧ୍ୟ ଘୋଷଣା କରିସାରିଛନ୍ତି | ଏହି ଘୋଷଣାଗୁଡ଼ିକୁ ରେକର୍ଡ କରିବା ପାଇଁ 3 ରୁ 4 ଦିନ ଲାଗିଯାଉଥିଲା | କିନ୍ତୁ ପରେ ରେଳ ଷ୍ଟେସନର ସମସ୍ତ ଘୋଷଣା ପରିଚାଳନା କରିବାର କାର୍ଯ୍ୟ ଟ୍ରେନ୍ ପରିଚାଳନା ବ୍ୟବସ୍ଥାକୁ ଦିଆଗଲା |

ଷ୍ଟାଣ୍ଡବାଇ ମୋଡରେ ସାରଳାଙ୍କର ସ୍ୱରକୁ ଏହି ବିଭାଗ କଣ୍ଟ୍ରୋଲ ରୁମରେ ସେଭ କରିଦେଇଛନ୍ତି | ସାରଳା କହିଛନ୍ତି କି ତାଙ୍କର କିଛି ବ୍ୟକ୍ତିଗତ କାରଣରୁ ସେ 12 ବର୍ଷ ପୂର୍ବେ ଏହି ଚାକିରି ଛାଡିଥିଲେ ବୋଲି | ବର୍ତ୍ତମାନ ତାଙ୍କୁ OHE ବିଭାଗରେ ଅଫିସ୍ ଅଧୀକ୍ଷକ ଭାବରେ ପୋଷ୍ଟ କରାଯାଇଛି | ସେତେବେଳେ ସେ ବହୁତ ଖୁସି ହୁଅନ୍ତି ଯେତେବେଳେ ଲୋକମାନେ ତାଙ୍କ ଚେହରା ନ ଦେଖି ତାଙ୍କ ସ୍ୱରକୁ ପ୍ରଶଂସା କରନ୍ତି | ରେଳ ଷ୍ଟେସନରେ ନିଜର ସ୍ୱର ଶୁଣିବା ପରେ ତାଙ୍କ ବହୁତ ଭଲଲାଗେ |

Leave a Reply

Your email address will not be published. Required fields are marked *