ଶାଶୂଙ୍କ ସହିତ ଫେରାର ହେଲା ଜ୍ୱାଇଁ କିନ୍ତୁ ତାପରେ ଯାହା ହେଲା…ଜାଣନ୍ତୁ ପୁରା ଘଟଣା

ବର୍ତ୍ତମାନ ସମୟରେ ଆମେ ଏପରି ଅନେକ ଅଦ୍ଭୁତ କଥା ବିଷୟରେ ସବୁ ଜାଣିଥାଉ, ଯେଉଁଥିରେ ଆଜିକାଲି ବୈବାହିକ ଜୀବନରେ ଅନେକ ପ୍ରକାରର ସମସ୍ୟା ସବୁ ସୃଷ୍ଟି ହେଉଥିବାର ଦେଖାଯାଇଥାଏ। ଆମେ ବର୍ତ୍ତମାନ ଏପରି ଏକ କଥା ସମ୍ପର୍କରେ ଆଲୋଚନା କରିବା, ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ଏହାକୁ ସହଜରେ ବିଶ୍ୱାସ ଆଦୌ କରିପାରିବେ ନାହିଁ। ସୂଚନା ଅନୁସାରେ ଜଣେ ଜ୍ବାଇଁ ନିଜର ଶାଶୁଙ୍କ ସହ ଫେରାର ହୋଇଯାଇଛନ୍ତି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଅଟେ।

କଲିକତାରେ ଏପରି ଏକ ଅଦ୍ଭୂତ ଘଟଣା ଦେଖିବା ପାଇଁ ମିଳିଛି। ସୂଚନା ଅନୁଯାୟୀ ସେହି ବ୍ୟକ୍ତି ଜଣଙ୍କ ନିଜର ବିବାହ ପରେ ନିଜର ଶ୍ୱଶୁର ଘରେ ରହୁଥିଲେ। ଏହା ସହିତ ସେଠାରେ ରହିବା ସହ ତାଙ୍କର ଶାଶୂଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଧୀରେ ଧୀରେ ଗଢ଼ି ଉଠିଥିଲା ବୋଲି ଜଣା ପଡ଼ିଛି। ତେବେ ତାଙ୍କର ପତ୍ନୀ ପ୍ରିୟଙ୍କା ବର୍ତ୍ତମାନ ଏହି ଘଟଣାକୁ ନେଇ ଥାନାରେ ଏକ ଅଭିଯୋଗ କରିଛନ୍ତି।

ଏହାସହ ସେ ବର୍ତ୍ତମାନ ନିଜର ସ୍ଵାମୀ ଓ ନିଜର ମାଆଙ୍କ ବିରୁଦ୍ଧରେ ଥାନାରେ ଏକ ଏତଲା ମଧ୍ୟ ଦେଇଛନ୍ତି। ତାଙ୍କର ସ୍ଵାମୀ ତାଙ୍କ ସହିତ ଆଗରୁ ଅନେକ ଖରାପ ବ୍ୟବହାର କରୁଥିଲେ ମଧ୍ୟ ବୋଲି ସେ ଅଭିଯୋଗ କରିଛନ୍ତି। ଏହାସହିତ ତାଙ୍କର ସ୍ଵାମୀ ତାଙ୍କୁ ପୂର୍ବରୁ ମାର ପିଟ କରନ୍ତି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।

ତାଙ୍କର ସ୍ବାମୀଙ୍କର ନାମ ହେଉଛି ରାମକୃଷ୍ଣ। ତାଙ୍କର ପତ୍ନୀଙ୍କ ନାମ ହେଉଛି ପ୍ରିୟଙ୍କା। ସେ ନିଜର ପରିବାର ସହ ନିଜର ସ୍ଵାମୀଙ୍କ ସହିତ ରହିଆସୁଥିଲେ। ତାଙ୍କରସ୍ଵାମୀ ଓ ତାଙ୍କର ମାଆଙ୍କ ମଧ୍ୟରେ ଏପରି ଭାବରେ ଏକ ସମ୍ପର୍କ ଗଢି ଉଠିଥିଲା ପ ଏହା ସମ୍ପର୍କରେ ସେ ଆଦୌ ଜାଣି ପାରିନଥିଲେ। ତାଙ୍କର ସ୍ଵାମୀ ସୁଯୋଗ ଦେଖି ଅଚାନକ ଭାବରେ ତାଙ୍କର ମାଆଙ୍କୁ ନେଇ ଫେରାର ହୋଇ ଯାଇଥିଲେ।

ଏହାପରେ ପ୍ରିୟଙ୍କା ଏହା ବିରୋଧରେ ଥାନାରେ ଏକ ମାମଲା ରୁଜ୍ଜୁ କରିଛନ୍ତି। ପୋଲିସ ଏହା ଉପରେ ବର୍ତ୍ତମାନନିଜର ତଦନ୍ତ ଜାରି ରଖିଥିବାର ଶୁଣିବାକୁ ମିଳିଛି। ଏହାସହ ପୋଲିସ ବର୍ତ୍ତମାନ ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତି ଓ ସଂପୃକ୍ତ ମହିଳାଙ୍କୁ ଖୋଜୁଅଛି। ସେମାନେ କେଉଁଆଡେ ଯାଇଛନ୍ତି ଏହା ସମ୍ପର୍କରେ କୌଣସି ସଠିକ ସୂଚନା ମିଳିନାହିଁ।

ଏହା ଶୁଣିବାକୁ ମିଳୁଛିକି ସେମାନେ ବିବାହ କରି ଦେଇଛନ୍ତି। ପୋଲିସ ବର୍ତ୍ତମାନ ସେମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜ୍ଜୁ କରିବା ସହିତ ସେମାନଙ୍କୁ ଖୋଜୁଛି। ପୋଲିସ ଏହି ଘଟଣାର ତଦନ୍ତ କରିବା ସହ ବର୍ତ୍ତମାନ ସେମାନଙ୍କୁ ଗିରଫ କରିବା ପାଇଁ ବର୍ତ୍ତମାନ ପୋଲିସ ନିଜର ପ୍ରୟାସ ଜାରି ରଖିଛି ବୋଲି ଶୁଣିବା ପାଇଁ ମିଳୁଛି।

Leave a Reply

Your email address will not be published. Required fields are marked *