ମାର୍କେଟକୁ ଆସିଲା ପପୁ ପମ ପମଙ୍କ ନୂଆ କମେଡି ଗୀତ ‘ତୁ କିଏ ବେ’…କଦଳୀ ଅଣ୍ଡା ଖାଉନ, କଣ ଅରେଞ୍ଜ ଜୁସ୍ ପିଉନ…

ଆମେ ଆମର ମନରଞ୍ଜନ ପାଇଁ ଅନେକ କିଛି କାର୍ଯ୍ୟ କରିଥାଉ । ତେବେ ଅନେକ ଲୋକ ନିଜର ମନରଞ୍ଜନ ପାଇଁ ସୋସିଆଲ ମିଡିଆରେ ଥିବା ଅନେକ ତଥ୍ୟ ଦେଖିଥାନ୍ତି। ଆଉ କିଛି ଲୋକ ଫିଲ୍ମ ଦେଖିବାକୁ ଭଲ ପାନ୍ତି। ପରଦା ପଛରେ ରହି ଥିବା କଳାକାର ମାନଙ୍କୁ ଦେଖିବାକୁ ବହୁତ ପସନ୍ଦ କରନ୍ତି।

ସେହି ହିରୋ ହିରୋଇନ ମାନକ ବିଷୟ ରେ ଜାଣିବା , ତାଙ୍କ ଷ୍ଟାଇଲକୁ ଆଦି ଦେଖି ଆମ ଆମ ଯୋଡି ବାଛିଥାଉ । ଆମ ଆମେ ମାନେ ସେହି ଯୋଡିକୁ ବହୁତ ଭଲ ପାଇବା ଦେଇଥାଉ , ଅନେକ ପ୍ରଶଂସା କରି ଥାଉ। ଆମର ଏହି ବ୍ୟସ୍ତଭରା ଜୀବନରେ ଆମେ ହସିବାକୁ ମଧ୍ୟ ସମୟ ପାଉନୁ।

ତେବେ ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ଅନେକ ହାସ୍ୟ ଅଭିନେତା ମାନେ ରହିଛନ୍ତି। ତେବେ ପପୁଠୁ ଆରମ୍ଭ କରି ଗୁଡ଼ୁ ପର୍ଯ୍ୟନ୍ତ ସମସ୍ତେ ଜଣେ ଜଣେ ବହୁତ ଭଲ ହାସ୍ୟ ଅଭିନେତା ରହିଛନ୍ତି। ତେବେ ଆମେ ସମସ୍ତ ତାଙ୍କ କମେଡିକୁ ବହୁତ ପସନ୍ଦ କରୁ ।

ତେବେ ପପୁ ଙ୍କ କମେଡିକୁ ସମସ୍ତ ବହୁତ ପସନ୍ଦ କରି ଥାଉ।ତାଙ୍କୁ ଅନେକ ଲୋକ ତାଙ୍କୁ ବିଭିନ୍ନ ସୋକୁ ମଧ୍ୟ ଡାକି ଥାନ୍ତି , ଆଉ ତାଙ୍କର ମଜାଳିଆ କଥା ପାଇଁ ଲୋକ ତାଙ୍କୁ ବହୁତ ପସନ୍ଦ କରନ୍ତି ତେବେ ପପୁ ଅନେକ କେମେଡ଼ି ସୋ , ଅନେକ ଗୀତ , ଆଦି ମାଧ୍ୟମରେ ଲୋକଙ୍କ ମନରଞ୍ଜନ କରିଥାନ୍ତି।

ତେବେ ଆପଣ ଜାଣି ଥିବେ ପପୁ ଙ୍କର ଏକ ତରଙ୍ଗରେ ପ୍ରସାରିତ excuse me ଯାହା କହିବି ସତ କହିବି ରେ ବିଭିନ୍ନ ଚରିତ୍ର ରେ ଆସି ଦର୍ଶକ ମାନଙ୍କୁ ହସାଇ ବେଶ୍ ନାମ କରି ପାରିଥିଲେ ।ତେବେ ଆପଣ ମାନେ ଜାଣି ଥିବେ କିଛି ଦିନ ପୂର୍ବରୁ ତାଙ୍କର ଦେହ ଅସୁସ୍ଥ ଥିଲା । ସେଥି ପାଇଁ ସେ ଚଳଚିତ୍ର ଦୁନିଆ ରୁ କିଛି ଦିନ ଦୁରେଇ ରହିଥିଲେ।ମଜାଳିଆ ସଙ୍ଗୀତ କୁ ଏକ ଭିନ୍ନ ଅନ୍ଦାଜ ରେ ଗାଈ ପ୍ରଶଂସା ପାଇ ଥାନ୍ତି ।

ନିକଟ ରେ ସେ ପୁଣି ଥରେ ଏକ ଗୀତକୁ ନିର୍ଦ୍ଦେଶନା ଦେଇ ଗାଇଛନ୍ତି । ଗୀତ ଟି ର ନାମ “ତୁ କିଏ ବେ ” । ଏଥିରେ ମ୍ୟୁଜିକ୍ ଗଣେଶ ପ୍ରସାଦ ଦେଇଛନ୍ତି । ତେବେ ୟୁଟ୍ୟୁବ୍ ରେ ଏହି ଗୀତ ପ୍ରସାରିତ ହେବାକୁ ମାତ୍ର ୭ ଦିନ ଭିତରେ ୫ ଲକ୍ଷ ଭିୟୁରସ ହୋଇଛନ୍ତି। ତେବେ ତା ସହ ଅନେକ ଲାଇକ ମଧ୍ୟ ଆସିଛି ।ତେବେ ଏହା ଆଗକୁ ହିଟ ହବ କି ନାହିଁ ସମୟ କହିବ। କିନ୍ତୁ ଏହା ୟୁଟୁବରେ ଧୀରେ ଧୀରେ ଭାଇରଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *