“ମୁଁ ତାଙ୍କ ପଛରେ ଗୋଡେଇଲି କିନ୍ତୁ ପାରିଲିନି”, ଖୁଚୁରା ମାଗିବାକୁ ଆସି ଟଙ୍କା ନେଇ ଚମ୍ପଟ ମାରିଲେ ଲୁଟେରା,ଦେଖନ୍ତୁ ଭିଡ଼ିଓ…

ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଲଜ୍ଜାଜନକ ଖବର ଗୋଟେ ସାମ୍ନାକୁ ଆସିଛି ତାହା ହେଉଛି ଆମ ରାଜଧାନୀ ଭୁବନେଶ୍ବରରେ ପୁଣି ଏକ ଅଭିନବ ଉପାୟରେ ଲୁଟ୍ ହୋଇଛି । ଖୁଚୁରା ମାଗିବା ଆଳରେ ଜଣେ ଦୁର୍ବୃତ୍ତ ରବିବାର ଦିନ ଜଣେ ଭେରାଇଟି ଷ୍ଟୋର୍‌ ଦୋକାନୀଙ୍କ ଠାରୁ ୨ ହଜାର ଟଙ୍କାର ଚୂନ ମାରିଛି ।

ଏ ସଂପର୍କରେ ସଂପୃକ୍ତ ବ୍ୟବସାୟୀଜଣଙ୍କ ଥାନାରେ ଅଭିଯୋଗ କରିବାରୁ ପୁଲିସ ତଦନ୍ତ ଆରମ୍ଭ କରିଛି । ଆସନ୍ତୁ ଜାଣିବା ଏବେ ସମ୍ପୂର୍ଣ ଖବର । ତେବେ ମିଳିଥିବା ସୂଚନାନୁଯାୟୀ, ଗତ ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଖାରବେଳନଗର ଥାନା ଅନ୍ତର୍ଗତ ସତ୍ୟନଗର ୟୁନିଟ୍-୪ ରେ ଥିବା ଏକ ଭେରାଇଟି ଷ୍ଟୋର୍‌କୁ ଜଣେ ଯୁବକ ଆସି ପ୍ରଥମେ ୧୦ ପ୍ୟାକେଟ କ୍ଷୀର, ୧୦ ପ୍ୟାକେଟ ଦହି ଏବଂ ଅମୁଲ୍ ପ୍ୟାକେଟ ୨ଟା ଆଉ ହର୍ଲିକ୍ସ୍ ପ୍ୟାକେଟ ୨ଟା ଆଉ ଚିନି ୨ କିଲୋ ମାଗିଲେ ।

ଦୋକାନୀ ଜଣକ ଏତିକି ଜିନିଷ ପୁରେଇବା ସମୟରେ ସେ ଉକ୍ତ ଦୋକାନୀ ଜଣକଙ୍କୁ ୨ ହଜାର ଟଙ୍କାର ଖୁଚୁରା ମାଗିଥିଲା । ବ୍ୟବସାୟୀଜଣକ ଖୁଚୁରା ଦେବା ପରେ ଯୁବକଜଣଙ୍କ ପାଖ ମେଡିସିନ୍ ଷ୍ଟୋର୍‌ରେ ଟଙ୍କା ଭୁଲ୍‌ରେ ଛାଡ଼ି ଦେଇ ଆସିଥିବା କହିଥିଲା । ଦୋକାନୀ ଜଣକ ମନା କରିବାରୁ ସାଙ୍ଗରେ ପୁଅକୁ ପଠାଇ ଟଙ୍କା ନେଇଯିବାକୁ ବ୍ୟବସାୟୀଙ୍କୁ ଅନୁରୋଧ କରିଥିଲା ।

ସେ ନିଜକୁ ପାଖରେ ଥିବା ଜନୌଷଧି ଘରର ମାଲିକ ବୋଲି ପରିଚୟ ଦେଇଥିଲା । ତା କଥା ରେ ବିଶ୍ୱାସ କରିନେଇ ବ୍ୟବସାୟୀଜଣଙ୍କ ସେଥିରେ ରାଜି ହେବା ସହ ତାଙ୍କ ପୁଅକୁ ଉକ୍ତ ଯୁବକ ସାଥିରେ ଛାଡ଼ିଥିଲେ । ଯୁବକଜଣଙ୍କ ଗାଡ଼ିରେ ବସାଇ କିଛି ବାଟ ଯିବା ପରେ ଡବଲ ହେଲମେଟ୍ ନଥିବାରୁ ଆଗରେ ଟ୍ରାଫିକ୍‌ ପୁଲିସ ଧରିବ କହି ଦୋକାନୀଙ୍କ ପୁଅକୁ ୟୁନିଟ୍‌-୪ ଟ୍ରାଫିକ୍‌ ଛକ ନିକଟରେ ଗାଡ଼ିରୁ ଓହ୍ଲାଇ ଦେଇଥିଲା

ଏପଟେ କିଛି ସମୟ ଅତିବାହିତ ହୋଇଗଲା ପରେ ପୁଅ ନ ଫେରିଥିବା ରୁ ଦୋକାନୀ ଜଣଙ୍କ ପଛରେ ଗୋଡ଼ାଇ ଗୋଡ଼ାଇ ମଧ୍ୟ ଯାଇଥିଲେ । ବ୍ୟବସାୟୀଙ୍କ ପୁଅ ଗାଡ଼ିରୁ ଓହ୍ଲାଇବା ପରେ ଦୁର୍ବୃତ୍ତ ଗାଡ଼ି ନେଇ ଚମ୍ପଟ୍ ମାରିଥିଲା । ପରେ ଘଟଣା ସଂପର୍କରେ ବ୍ୟବସାୟୀଙ୍କ ପୁଅ ଆସି ବାପାଙ୍କୁ ଜଣାଇଥିଲେ ।

ତାପରେ ଦୋକାନୀ ଜଣକ ପୋଲିସ୍ ଷ୍ଟେସନ୍ ଅଭିଯୋଗ କରିବାକୁ ଯାଇଥିବା ବେଳେ ସେଠାରେ ପୋଲିସ୍ ମଧ୍ୟ ପ୍ରଥମେ କଥା ଶୁଣି ନଥିଲେ ଏବଂ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । କିନ୍ତୁ ପରେ ପୁଲିସ ଦୋକାନୀଙ୍କ ଫୋନ୍ ନମ୍ବର ରଖିଥିଲେ ଏବଂ ଉକ୍ତ ବ୍ୟବସାୟୀ ଜଣକ ମିଡ଼ିଆରେ ସାହାର୍ଯ୍ୟ ନେବା ପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଛାନଭିନ୍ କରିବା ସହ ସିସି କ୍ୟାମେରା ଆଧାରରେ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *