ଏହି ଗୋଟିଏ ଲକ୍ଷଣ ଯାହାକୁ କେବଳ ଓମିକ୍ରନ୍ ହିଁ ନେଇ ଆସିଥାଏ,ଜାଣନ୍ତୁ ସେ ଲକ୍ଷଣ କଣ ?

ପ୍ରବଳ ରୂପରେ ମାଡ଼ି ଚାଲିଛି ଓମିକ୍ରନ ।ତେବେ ଏହାକୁ କିପରି ଜାଣିବେ, ଏହା ହେଲେ ଆପଣ କିପରି କଣ କରିବେ ଆଜି ଆମେ ସେହି ବିଷୟ ରେ ଜାଣିବା । ଓମିକ୍ରନ୍ ର ଭାରିଏଣ୍ଟ କୁ ଆପଣ ସହଜ ସହଜରେ ଜାଣି ପାରିବେ । ତେବେ ଓମିକ୍ରନ ଭାରିଏଣ୍ଟ କିମ୍ବା ଇନଫେକସନ ଅଧିକ ଘାତକ କରିନଥାଏ ହେଲେ ତାହାକୁ ନଜର ଅନ୍ଦାଜ କରିବା ଆଦୌ ଉଚିତ ନୁହେଁ । ଏହି ଓମିକ୍ରନ ଭାରିଏଣ୍ଟ କରୋନାର ଡେଲ୍ଟା ଭାରିଏଣ୍ଟ ଠାରୁ ୩ ଗୁଣା ଅଧିକ ଜଲ୍ଦି ଆକ୍ରାନ୍ତ କରିଥାଏ ଏହା ସେମାନଙ୍କୁ ବି ଆକ୍ରାନ୍ତ କରିଥାଏ ଯେଉଁମାନେ ଆଗରୁ କୋଭିଡରେ ଆକ୍ରାନ୍ତ ହୋଇସାରିଛି

ତେବେ ଆସନ୍ତୁ ଜାଣିବା ଓମିକ୍ରନ ଲକ୍ଷଣ ବିଷୟରେ । ତେବେ ପ୍ରଥମେ ତ ଆପଣ ଙ୍କୁ ଜର ଆସିଥାଏ ।ଏହା ପରେ ୩ ରୁ ୪ ଦିନ ମଧ୍ୟରେ ଭଲ ହୋଇ ଯାଇ ଥାଏ । କ୍ଳାନ୍ତ ଅନୁଭବ କରିବେ ଯାହାକି ଧୀରେ ଧୀରେ ବଢି ଚାଲେ ଏବଂ ଶୁଖିଲା କାସ ହବ । ଶରୀରରେ ଯନ୍ତ୍ରଣା ହବ କିନ୍ତୁ ଏହି ସବୁ ଲକ୍ଷଣ ୫ ରୁ ୭ ଦିନ ମଧ୍ୟରେ ଦୂର ମଧ୍ୟ ହୋଇଯିବ ।

ଡେଲ୍ଟା ଭାରିଏଣ୍ଟର ସମୟ ରେ କିମ୍ବା ତାହା ପୂର୍ବରୁ ଯେଉଁ ସବୁ କରୋନା ଲକ୍ଷଣ ନଜର ଆସୁଥିଲା ତାହା ବର୍ତ୍ତମାନ ସମୟରେ ନଜର ଆସୁ ନାହିଁ ବୋଲି ଜଣାପଡ଼ିଛି । କୋଭିଡ19 ରେ ମାମଲାରେ ସୁଙ୍ଘିବା ଶକ୍ତି ଓ ସ୍ଵାଦ ଚାଲି ଯାଉ ଥିଲା । କିନ୍ତୁ ତାହା ବର୍ତ୍ତମାନ ଓମିକ୍ରନ ହେଲେ ସେମିତି କିଛି ଲକ୍ଷଣ ଦେଖା ଯାଇନାହିଁ । ଓମିକ୍ରନ ର କିଛି ନୂଆ ଲକ୍ଷଣ ସାମ୍ନାକୁ ଆସୁଛି ଯେମିତି କି ଓମିକ୍ରନ ହେଲେ ଭୋକ ଲାଗିବ ନାହିଁ। ଯଦି ଆପଣଙ୍କୁ ଜର ଥଣ୍ଡା ହେଉଛି , କାସ ହେଉଛି, ଓ ଭୋକ ଲାଗୁନାହିଁ ଯାଉଛି ତେବେ ଆପଣ ସତର୍କ ହୋଇ ଯାଅନ୍ତୁ ଓ ନିଜର କୋଭିଟ ଟେସ୍ଟ କରାନ୍ତୁ ।

ଏହି ସବୁ ଲକ୍ଷଣ କରୋନାର ଡେଲ୍ଟା ଭାରିଏଣ୍ଟରେ ନଥିଲା । ଯାହା ଓମିକର୍ନ ରେ ଦେଖିବାକୁ ମିଳୁଚି । ତେବେ ଆପଣ ପ୍ରଥମେ ଆରଟିପିସିଆର ଟେସ୍ଟ କରାନ୍ତୁ । ଯଦି ପଜିଟିବ ଆସୁଛି ତେବେ ଆପଣ ଆଇଶ୍ଳୋଏଟ ହୋଇ ଯାଆନ୍ତୁ । ନିଜର ଲକ୍ଷଣ ଗୁଡିକ ଉପରେ ଧ୍ୟାନ ଦିଅନ୍ତୁ । ଯଦି ଅଧିକ ସମସ୍ୟା ଆସୁଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Leave a Reply

Your email address will not be published. Required fields are marked *