ସୁନାମିର ତାଣ୍ଡବ …ଟୋଙ୍ଗା ପରେ କଲିକତାର ପାଳି,କାହିଁକି ଏପରି କହିଲେ ମାଳିକା ଭକ୍ତ,ଆଶ୍ଚର୍ଯ୍ୟ କଲା ଭଳି କଥା…ଦେଖନ୍ତୁ ଭିଡ଼ିଓ

ସାଧାରଣତଃ ବର୍ତ୍ତମାନ ସମୟର ଏହି ଅତ୍ୟାଧୁନିକ ସମାଜରେ ମନୁଷ୍ୟ ଆଧୁନିକତାର ବଶବର୍ତ୍ତୀ ହୋଇ ପୌରାଣିକ ତଥ୍ୟ ବା ଶାସ୍ତ୍ରଗତ ସୂଚନାକୁ ବିଶ୍ୱାସ ନ କରି ଉପେକ୍ଷା କରିଥାଏ । ତେବେ ସାଧାରଣରେ ଏହାକୁ ଉପେକ୍ଷା କରିବା ବା ଅବିଶ୍ୱାସ କରିବା ଯଥାର୍ଥ ଅଟେ । କାରଣ ପୂର୍ବରୁ ଆମେ ମାଳିକା ବଚନରେ ସାତ ଦିନ ସାତ ରାତି ଅନ୍ଧାର ହେବ ବୋଲି ସୂଚନା ପାଇଥିଲୁ ।

ପରନ୍ତୁ ଆଜି ପର୍ଯ୍ୟନ୍ତ ତାହା ଘଟିନାହିଁ । ତେଣୁ ଆଜିର ଆଧୁନିକ ମଣିଷ ଅନେକାଂଶରେ ଏହି ମାଳିକା ବଚନକୁ ବିଶ୍ୱାସ କରୁନାହାନ୍ତି । କିନ୍ତୁ ମହାପୁରୁଷ ଅଚ୍ୟୁତାନନ୍ଦ ଯେଉଁ ୧ ଲକ୍ଷ ୮୫ ଖଣ୍ଡ ଉପନ୍ୟାସ ଓ ଗ୍ରନ୍ଥ ଲେଖି ଯାଇଛନ୍ତି । ସେହି ସମସ୍ତ ଗ୍ରନ୍ଥ ମଧ୍ୟରୁ ୩୧୮ ଖଣ୍ଡ ଗ୍ରନ୍ଥରେ କଳିଯୁଗକୁ ନେଇ କିଛି ବିଶେଷ ଭବିଷ୍ୟବାଣୀ ସେ କରିଛନ୍ତି । ଯାହା ବର୍ତମାନ ସବୁ ସତ୍ୟ ହେବାରେ ଲାଗିଛି ଏବଂ ସେହି ଘଟଣାମାନ ସବୁ ଘଟି ଚାଲିଛି ।

ବନ୍ଧୁଗଣ ମାଳିକା ବର୍ଣ୍ଣନା ଦୀର୍ଘ ୬୦୦୦ ବର୍ଷ ପୂର୍ବେ ଲେଖା ହୋଇଥିଲେ ମଧ୍ୟ ଏହାର ଅନେକ ପ୍ରମାଣ ଆମେ ଏବେ ପାଉଛୁ । ଏହା ସତ ଯେ ମାଳିକା ବର୍ଣ୍ଣନାରେ ଏକ ପୂର୍ଣ୍ଣ ଅନୁଭବର ବିଚାର ଦେଖିବାକୁ ମିଳିଥାଏ । ମହାପୁରୁଷ ମାନଙ୍କର ଅନେକ ଶହେ ବର୍ଷ ତଳର ଦିବ୍ୟ କଥାକୁ ଦିବ୍ୟ ରଚନାକୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ ।

ଯଦିଓ ଏହାକୁ ଅନେକ ମାନିବାକୁ ରାଜି ନଥିଲେ ବି ଏହି ଘଟଣା ସବୁ ସତ । ତେଣୁ ଏହାକୁ ବୁଝି ବିଚାରି ନିଜକୁ ସତର୍କ କରାଇବା ସହ ନିଜ କର୍ମକୁ ଠିକ୍ କରିବା ଆବଶ୍ୟକ । ତେବେ ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା । ଆପଣମାନେ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ।

ତେବେ ଏହି ପାପ, ଅନୀତି ଭରା ସଂସାରରେ ଆମେ ସତ୍ ମାର୍ଗରେ ନିଜକୁ ପରିଚାଳିତ କରିବା ଆବଶ୍ୟକ । ତେବେ ମାଳିକାରେ ଅନେକ ଜିନିଷ ଏବଂ ସ୍ଥାନ ମାନଙ୍କ ବିଷୟରେ ବର୍ଣ୍ଣିତ ରହିଛି । କେବଳ ଓଡ଼ିଶା ନୁହଁ ସାରା ପୃଥିବୀ ବିଷୟରେ ଉଲ୍ଲେଖ ଅଛି । ଯାହାର ସଦ୍ୟତମ ଉଦାହରଣ ହେଲା ପଶ୍ଚିମ ଦକ୍ଷିଣ ପ୍ରଶାନ୍ତ ମହାସାଗରର ଟୋଙ୍ଗା ଦ୍ଵିପରେ ଆସିଥିବା ପ୍ରଳୟଙ୍କରୀ ସୁନାମୀ । ମାଲିକାରେ ଯାହା ଲେଖାଥିଲା କି ନଡ଼ିଆ ଗଛ ଉଚ୍ଚତାରେ ଲହରୀ ଆସିବ ସବୁ ପାଣିରେ ବୀଲିନ ହୋଇଯିବ ।

ଆମ ଦେଶ ଭାରତ ପବିତ୍ର ଆର୍ଯ୍ୟଭୂମି ଯେଉଁଠାରେ ଭଗବାନ ବିଭିନ୍ନ ଅବତାର ଗ୍ରହଣ କରି ଧରାପୃଷ୍ଠରେ ଜନ୍ମ ନେଇଛନ୍ତି । ତେଣୁ ଏଠାରେ ପ୍ରଥମେ ପ୍ରଳୟର ବିଶେଷ ପ୍ରଭାବ ପଡ଼ିବ ନାହିଁ । ପାଶ୍ଚାତ୍ୟ ଦେଶ ପରେ ଭାରତରେ ବିନାଶ ଘଟିବ ଏବଂ ସର୍ବପ୍ରଥମେ କଲିକତା ସହର ଧ୍ୱଂସ ହୋଇଯାଇ ନଦୀରେ ପରିଣତ ହୋଇଯିବ । ଆଗକୁ ସାତ ଦିନ ପାଇଁ ସୂର୍ଯ୍ୟକୁ ଢାଙ୍କି ରଖିବ କଳା ବାଦଲ । ଆଉ ଏହା ହେଉଛି ସାତରାତି ଅନ୍ଧାର ହେବାର ତାତ୍ପର୍ଯ୍ୟ ।

Leave a Reply

Your email address will not be published. Required fields are marked *