ଛାତିରେ ପଥର ରଖି ଅକାଳରେ ଝଡ଼ି ଯାଇଥିବା ଦୁଇ ଝିଅଙ୍କ ଆଖି ଦାନ କରି ଦେଲେ ବାପା ମା,ଆଉ ତା ପରେ …ଦେଖନ୍ତୁ ଭିଡ଼ିଓ

ବର୍ତମାନ ର ସମୟ ଭାରି ଜଟିଳତର । ପ୍ରତିଟି ମୁହୂର୍ତ୍ତ ରେ ଦୁର୍ଘଟଣା ଆଖି ଖୋଲି ଚାହିଁ ରହିଛି । ଜୀବନ ରେ ବହୁତ୍ କିଛି ଦୁର୍ଘଟଣା ଘଟିଥାଏ ଯାହା କୁ କେବେ ଭି କଳନା କରାଯାଇ ପାରିନାହିଁ । ଏହି କିଛି ଘଟଣା ଜୀବନ ରେ ଘଟିବାକୁ ଯାଉଚି ତାହା କେବେ ଭି ଆଶା କରାଯାଇ ନଥାଏ । ସତ କହିବା ପାଇଁ ଗଲେ ବିପଦ ଯେତେବେଳେ ଆସିଥାଏ ତାହା ନ କହି ଆସିଥାଏ । ଘରେ ଲୁଚି ବସିଲେ ଭି ବିପଦ ଯଦି ପଡ଼ିବାର ଥାଏ ତେବେ ତାହା କୌଣସି ମୋତେ ଆସି ଯାଇଥାଏ ଯେତେ ସତର୍କତା ଅବଲମ୍ବନ କରିଲେ ଭି ।

ତେଣୁ ଆମେ ସଦା ସର୍ବଦା ବିଶ୍ୱାସ କରିଥାଉ କି ଜୀବନ କେତେବେଳେ କଣ ବିପଦ ପଡ଼ିବ ତାହା ଜଣା ନାହିଁ । ତେଣୁ ଯେତେ ସତର୍କତା ଅବଲମ୍ବନ କରି ଯେ କୌଣସି କାର୍ଯ୍ୟ କରିବା ଉଚିତ୍ । ପ୍ରତି ଟି ପଦେ ପଦେ ବିପଦ ରହିଛି , ଦୁର୍ଘଟଣା ଘଟୁଛି । ତେବେ ଦୁଃଖ ମଣିଷ ଜୀବନରେ କେବେ ଆସିଥାଏ ଏହାର କେବେ ମଧ୍ୟ ପୂର୍ବାନୁମାନ କରି ହେବ ନାହିଁ । ତେବେ ତାଙ୍କର ଜୀବନରେ ମଧ୍ୟ ସେହିଭଳି ଦୁଃଖ ଏକ ସାଙ୍ଗରେ ଚାଲି ଆସିଥିଲା ।

ଓଡ଼ିଶା ରେ ମକର ସଂକ୍ରାନ୍ତି ରେ ଘରେ ପିଠା ପଣା ହୋଇଥାଏ । ତେବେ ଢେଙ୍କାନାଳ ଜିଲ୍ଲାର ଗନ୍ଧିଆ ବ୍ଲକର ବାସିନ୍ଦା ସମରେନ୍ଦ୍ର ସାହୁଙ୍କ ଘରେ ମଧ୍ୟ ମକର ରେ ହୋଇଥିଲା ପିଠା ପଣା । ସମସ୍ତେ ଏକାଠି ଭୋଜନ ମଧ୍ୟ କରିଥିଲେ । କିନ୍ତୁ ଏହା ତାଙ୍କର ଜୀବନରେ ଏକ ଅଦ୍ଭୁତ ପରିବର୍ତ୍ତନ ନେଇ ଆସିବ ଏହା ସେମାନେ କେବେ ଚିନ୍ତା ମଧ୍ୟ କରି ନଥିଲେ । ତେବେ ସେମାନେ ଖାଇବା ପରେ ଅଚାନକ ଭାବରେ ତାଙ୍କର ଦୁଇ ଝିଅଙ୍କ ପେଟ କାଟିବା ଆରମ୍ଭ ହୋଇ ଯାଇଥିଲା ।

ତେବେ ପିତା ଔଷଧ ଦୋକାନରୁ ଔଷଧ ଆଣି ସେମାନଙ୍କୁ ଖାଇବା ପାଇଁ ଦେଇଥିଲେ । ତେବେ ଏହା ପରେ ମଧ୍ୟ ସେମାନଙ୍କର ପେଟ ଭଲ ହୋଇ ନଥିଲା । ଯାହା ଫଳରେ ଶେଷରେ ସେମାନଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନେଇ ଯାଇଥିଲେ । ଏହାପରେ ସେଠାରେ ପହଞ୍ଚିବା ପରେ ତାଙ୍କର ସାନ ଝିଅଙ୍କ ମୃତ୍ୟୁ ହୋଇ ଯାଇଥିଲା । ଏହାର ଗୋଟେ ଦିନ ପରେ ତାଙ୍କର ବଡ଼ ଝିଅଙ୍କ ର ମଧ୍ୟ ମତ୍ୟୁ ହୋଇ ଯାଇଥିଲା ।

ତେବେ ସମରେନ୍ଦ୍ର ସାହୁ ଙ୍କ ବଡ଼ ଝିଅଙ୍କ ନାମ ଶୁଭଲକ୍ଷ୍ମି ଓ ସାନ ଝିଅଙ୍କ ନାମ ହେଉଛି ଭାଗ୍ୟଲକ୍ଷ୍ମୀ । ଏହା ସହିତ ତାଙ୍କର ଏକ ଛୋଟ ପୁଅ ମଧ୍ୟ ଅଛି । ତେବେ ସେମାନେ ନିଜର ଦୁଇ ଝିଅଙ୍କ ଚକ୍ଷୁ ଦାନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଯାହା ଫଳରେ ସେମାନଙ୍କ ଝିଅର ଆଖିରେ ଆଉ କେହି ଦୁନିଆ ଦେଖି ପାରିବେ । ଏହି ନିଷ୍ପତି ଦ୍ଵାରା ସେମାନଙ୍କ ମାନବିକତାର ଏକ ବହୁତ ବଡ଼ ଉଦାହରଣ ହେଉଛି । କାରଣ ଝିଅ ଦୁଇ ଜଣ ମୃତ୍ୟୁ ଶଯ୍ୟା ରେ ମୃତ । କିନ୍ତୁ ଚକ୍ଷୁ କାହିଁକି ବା ଚାଲିଯିବ ଜୁଇ ନିଆରେ । ତେଣୁ ଉଭୟ ବାପା ଓ ମା ଝିଅ ଦୁଇ ଜଣଙ୍କ ଚକ୍ଷୁ ଦାନ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *