ମିହିର ଦାସଙ୍କର ଦଶାହ ଅବସରରେ ସିଦ୍ଧାର୍ଥ ମହାପାତ୍ର ଯାହା କଲେ,ଆପଣ ଦେଖିଲେ ମଧ୍ୟ କାନ୍ଦି ପକାଇବେ,ଦେଖନ୍ତୁ ଭିଡ଼ିଓ

ଆପଣମାନେ ନିଶ୍ଚିତ ଜାଣିଥିବେକି ଓଡିଆ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ଅଭିନେତା ମିହିର ଦାସଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ତେବେ ତାଙ୍କର ଦଶାହ କର୍ମ ରୀତି ନୀତି ଅନୁସାରେ ସଂପୂର୍ଣ୍ଣ ହୋଇଛି ବୋଲି ସୂଚନା ମିଳିଛି। ଅଭିନେତା ମିହିର ଦାସଙ୍କର ଆଜି ହେଉଛି ଏକାଦଶ କର୍ମ। ଗତକାଲି ତାଙ୍କର ଦଶାହ କର୍ମ ଶେଷହୋଇଛି। ଏହି ଦଶାହ କର୍ମରେ ଓଡିଆ ସିନେମା ଜଗତର ଅନେକ କଳାକାରମାନେ ଯୋଗଦାନ ଦେଇ ତାଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଏ ବିଷୟରେ ଓଡିଶା ଆସୋସିଏସନ ତରଫରୁ ଏକ ସଭା ମଧ୍ୟ ଅନୁଷ୍ଠିତ କରାଯାଇଥିଲା। ଏହାର ଭିଡିଓ ଓ ଫଟୋ ଅଭିନେତା ଶ୍ରୀତମ ଦାସ ନିଜର ସୋସିଆଲ ଆକାଉଣ୍ଟରେ ଦର୍ଶକମାନଙ୍କ ସହିତ ସେୟାର କରିଛନ୍ତି। ଏହା ସହ ଅଭିନେତା ସିଦ୍ଧାର୍ଥ ମହାପାତ୍ର ନିଜର ସୋସିଆଲ ଆକାଉଣ୍ଟରେ ମଧ୍ୟ ଏହି ସଭାର କିଛି ଫଟୋ ଓ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ।

ସିଦ୍ଧାର୍ଥ ପୋଷ୍ଟ କରି ଲେଖିଛନ୍ତିକି ଆଜି ସ୍ଵର୍ଗତ ମିହିର ଦାସଙ୍କର ଦଶାହ ଦିବସରେ ଓଡିଆ ସିନେ ଆତିଷ୍ଟ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀତମ ଦାସ ଓ ସଭାପତି ସିଦ୍ଧାର୍ଥ ମହାପାତ୍ରଙ୍କର ସଭାପତିତ୍ଵରେ ପଟିୟା ସ୍ଥିତ ଆର୍ଟିଓ-୨ ନିକଟରେ ଷ୍ଟାଇଲା ଗାର୍ଡନରେ ଅଶୃଳ ଶ୍ରଦ୍ଧାଞ୍ଜଳି ସଭାର ଉପସ୍ଥାପନା କରାଯାଇଥିଲା।

ଏହି ସଭାରେ ସଂଘର କଳାକାରମାନେ ଉପସ୍ଥିତ ରହି ମିହିର ଭାଇଙ୍କର ସ୍ମୃତି ଚରଣ କରିବା ସହିତ ତାଙ୍କ ସହ ବିତାଇଥିବା ସମୟର ସ୍ମୃତିସବୁ ମନେ ପକାଇଥିଲେ। ଏଥିରେ ଅନ୍ୟ ସଭ୍ୟମାନଙ୍କ ମଧ୍ୟରେ ସେକ୍ରେଟାରୀ ମିସ ଉଶ୍ଵସୀ, କୁନା ତ୍ରିପାଠୀ, ବିଜୁ ବଡ ଜେନା, ସୁରେଶ ମିଶ୍ର ତଥା ଅଶୃମୋଚନ, ବିଦୂସ୍ମିତା, ଗୁନଗୁନ, ହୃଷୀକେଶ, ହାର ରଥ, ପ୍ରେମାଜନ ମେହରା ଓ ସୂର୍ଯ୍ୟ ଦେଓ ଆଦି ଉପସ୍ଥିତ ରହିଥିଲେ।

ମିହିର ଭାଇଙ୍କ ନାମରେ କୌଣସି ଏକ ସ୍ଥାନରେ ପାର୍କ ବା ରାସ୍ତା ନାମିତ ହେଉ ବୋଲି ସଂଘ ତରଫରୁ ସରକାରକୁ ଅନୁରୋଧ କରାଯିବ ବୋଲି ଏହି ସଭାରେ ନିଷ୍ପତ୍ତି ନିଆଯାଇଥିଲା। ତେବେ ଅଭିନେତା ମିହିର ଦାସଙ୍କର ଦଶାହ କର୍ମରେ ଶ୍ରୀତମ ଦାସ ଓ ସିଦ୍ଧାର୍ଥ ମହାପାତ୍ରଙ୍କ ସଭାପତିତ୍ଵରେ ସଭାକୁ ଅନୁଷ୍ଠିତ କରାଯାଇଥିଲା। ଆମେମାନେ ସମସ୍ତେ ଭଗବାନଙ୍କ ନିକଟରେ ମିହିର ଭାଇଙ୍କର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରୁଅଛୁ।

Leave a Reply

Your email address will not be published. Required fields are marked *