କେନ୍ଦ୍ର ସରକାରଙ୍କର ଦମଦାର ସ୍କିମ ! କେବଳ ୨୧୦ ଟଙ୍କା ଜମା କରି ମାସକୁ ୫୦୦୦ ଟଙ୍କା ଲେଖାଏଁ ପାଆନ୍ତୁ, ଜାଣନ୍ତୁ କିପରି ?

ପ୍ରତ୍ୟେକ ମଣିଷ ନିଜର ବୃଦ୍ଧାବସ୍ଥା ସମୟରେ ଆର୍ଥିକ ସ୍ଥିତି ହିସାବରେ ଭଲ କରିବାକୁ ଚାହିଁଥାନ୍ତି। ଯେଉଁଥିରେ କୌଣସି ସମସ୍ୟା ଆସୁନଥିବ। ଆଧୁନିକ ସମୟରେ ପ୍ରତ୍ଯେକ ଲୋକ ଏପରି ସ୍ଥାନରେ ନିବେଶ କରିବା ପାଇଁ ଚାହାନ୍ତି ଯେଉଁଠି ତାଙ୍କର ପଇସା ସୁରକ୍ଷିତ ରହିବ। ଏବଂ ଭଲ ଲାଭ ମଧ୍ୟ ହେବ। ତେବେ ଯଦି ଆପଣ ଏପରି ସ୍ଥାନରେ ନିଜର ପଇସା ଲଗାଇବା ପାଇଁ ଚାହୁଁଛନ୍ତି ତେବେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। କାରଣ ବର୍ତ୍ତମାନ କେନ୍ଦ୍ର ସରକାର ଅଟଳ ପେନସନ ଯୋଜନା ଆରମ୍ଭ କରିଦେଇଛନ୍ତି।

ଏହି ଅଟଳ ପେନସନ ଯୋଜନାରେ ନିବେଶ କରିବା ଦ୍ୱାରା ଆପଣଙ୍କୁ ପ୍ରତି ମାସରେ ପେନସନ ମିଳିବ କିନ୍ତୁ ଏଥିପାଇଁ ମଧ୍ୟ କିଛି ସର୍ତ୍ତର ପାଳନ କରିବାକୁ ପଡ଼ିବ। ଏହି ଯୋଜନାରେ ୧୮ ରୁ ୪୦ ବର୍ଷର କେହିବି ନାଗରିକ ନିବେଶ କରି ପେନସନର ଲାଭ ସମ୍ପୂର୍ଣ ରୂପରେ ଉଠାଇପାରିବେ। କେବଳ ତାଙ୍କ ନିକଟରେ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ଏକ ଆକାଉଣ୍ଟ ଥିବା ଆବଶ୍ୟକ। ଅଟଳ ପେନସନ ଯୋଜନାରେ ୬୦ ବର୍ଷ ପରେ ଜମାକର୍ତ୍ତାଙ୍କୁ ପେନସନ ମିଳିବା ଆରମ୍ଭ ହୋଇଯାଏ।

ଏପିୱାଇର ଟଙ୍କା ଆପଣଙ୍କ ଦ୍ୱାରା କରାଯାଇଥିବା ନିବେଶ ଏବଂ ବୟସ ଉପରେ ନିର୍ଭର କରେ। ଏହି ଯୋଜନା ଅନୁସାରେ ଅତି କମରେ ୧୦୦୦ ଟଙ୍କା , ୨୦୦୦ ଟଙ୍କା , ୩୦୦୦ ଟଙ୍କା , ୪୦୦୦ ଟଙ୍କା ଏବଂ ଅତି ବେଶୀରେ ୫୦୦୦ ଟଙ୍କା ପ୍ରତି ମାସ ଅନୁସାରେ ପେନସନ ମିଳିପାରେ। ଏଥିପାଇଁ ଆପଣଙ୍କୁ ବ୍ୟାଙ୍କରେ ରେଜିଷ୍ଟ୍ରେସନ କରିବା ପାଇଁ ପଡ଼ିବ।

ଆପଣ ଯେତେ ଶୀଘ୍ର ଅଟଳ ପେନସନ ଯୋଜନା ସହ ଜଡ଼ିତ ହେବେ ୬୦ ବର୍ଷ ବୟସ ପରେ ପ୍ରତି ମାସ ୫୦୦୦ ଟଙ୍କା ଲେଖାଏଁ ଆପଣ ପାଇବେ। ପେନସନ ପାଇଁ ପ୍ରତି ମାସ ୨୧୦ ଟଙ୍କା ଜମା କରିବା ପାଇଁ ପଡ଼ିବ। ଏହି ଯୋଜନାରେ ପ୍ରତିଦିନ ୭ ଟଙ୍କା ଜମା କରି ଆପଣ ପ୍ରତି ମାସ ୫୦୦୦ ଟଙ୍କା ଲେଖାଏଁ ପେନସନ ପାଇପାରିବେ। ପ୍ରତିମାସ ୧୦୦୦ ଟଙ୍କା ମାସିକ ପେନସନ ପାଇଁ ପ୍ରତିମାସ କେବଳ ୪୨ ଟଙ୍କା ଜମା କରିବାକୁ ପଡ଼ିବ।

ଅଟଳ ପେନସନ ଯୋଜନାରେ ନିବେଶ କରୁଥିବା ଲୋକମାନଙ୍କୁ ଇନକମ ଟ୍ୟାକ୍ସ ଆକ୍ଟ ୮୦ସି ଅନୁସାରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିଥାଏ। ଏହାବ୍ୟତୀତ ସ୍ୱତନ୍ତ୍ର ମାମଲାରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଟ୍ୟାକ୍ସର ଲାଭ ମଧ୍ୟ ପାଇବେ। ତେବେ ବିଳମ୍ବ ନକରି ଏହି ଯୋଜନାରେ ଲାଭ ନିଅନ୍ତୁ। ଏବଂ ନିଜର ବାର୍ଦ୍ଧକ୍ୟ ଜୀବନକୁ ସୁଖମୟ କରନ୍ତୁ।

Leave a Reply

Your email address will not be published. Required fields are marked *