ସରପଞ୍ଚଙ୍କ ଦରମା କେତେ ଓ ଯୋଗ୍ୟତା କଣ ? ଏହା ସହ ଜାଣନ୍ତୁ କଣ କଲେ ଜଣେ ହୋଇପାରିବ ସରପଞ୍ଚ।

ଆଗକୁ ଆସୁଚି ଇଲେକ୍ସନ ଆଉ ଆରମ୍ଭ ହେବାକୁ ଯାଉଛି ସରପଞ୍ଚ ପଦବୀରେ ଛିଡ଼ା ହେବାକୁ ଯାଉଥିବା କେଣ୍ଡିଡେଟଙ୍କର ନାମାଙ୍କନ ଦାଖଲ । ତେବେ ଆସନ୍ତୁ ଜାଣିବା ଜଣେ ଯୋଗ୍ୟ ସରପଞ୍ଚ ହେବା ପାଇଁ କଣ କଣ ଯୋଗ୍ୟତା ଥିବା ଦରକାର ଓ ଜଣେ ସରପଞ୍ଚଙ୍କ ଦରମା କେତେ ହେବା ଦରକାର ।ସରପଞ୍ଚଙ୍କ କାର୍ଯ୍ୟ କଣ ଅଟେ ଏମିତି ଅନେକ କିଛି ।ଆସନ୍ତା ମାସ ଫେବୃଆରୀ ୧୬ରୁ ଆରମ୍ଭ ହେଇଛି ରାଜ୍ୟରେ ପଞ୍ଚାୟତ ନିର୍ବାଚନର ନାମାଙ୍କ ଦାଖଲ । ସବୁଠାରେ ପ୍ରସ୍ତୁତି ଆରମ୍ଭ ହୋଇଛି ସବୁ ରାଜନୈତିକ ଦଳ ପଞ୍ଚାୟତ ନିର୍ବାଚନ ପାଇଁ ଜୋର ସୋରରେ ଲାଗି ପଡିଛନ୍ତି।

ପଞ୍ଚାୟତ ହେବା ପାଇଁ ସରପଞ୍ଚଙ୍କ ଯୋଗ୍ୟତା କଣ ଥିବା ଦରକାର।ତାଙ୍କର କାମ କଣ ରହିଛି ଏବଂ ସରପଞ୍ଚ କିଭଳି ନିର୍ବାଚିତ ହୁଅନ୍ତି ଓ ସରପଞ୍ଚଙ୍କ ଦରମା କେତେ।ତେବେ ଆଜି ଆମେ ଜାଣିବା ସରପଞ୍ଚ ପଦବୀ ସହିତ ଜଡିତ ଅନେକ ତଥ୍ୟ। ୨୦୦୦ରୁ ୬୦୦୦ ଲୋକଙ୍କୁ ନେଇ ଗଠିତ ହୋଇଥାଏ ଗ୍ରାମ ପଞ୍ଚାୟତ। ଗ୍ରାମ ପଞ୍ଚାୟତ ମୁଖ୍ୟତଃ ୩ଟି ପ୍ରକାରର ଯାଇଥାଏ। ପ୍ରଥମ ସରପଞ୍ଚ ଏବଂ ଦ୍ୱିତୀୟ ରେ ନାଏବ ସରପଞ୍ଚ ଓ ତୃତୀୟ ୱାର୍ଡ ମେମ୍ବର ।

ସରପଞ୍ଚ ହେବା ପାଇଁ ପାଈ ପ୍ରଥମେ ତାଙ୍କୁ ୨୧ ବର୍ଷ ହୋଇଥିବା ଦରକାର। ଭୋଟର ତାଲିକାରେ ତାଙ୍କର ନାମ ଥିବା ଦରକାର। କୁଷ୍ଠ ବା ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ନଥିବା ଦରକାର। ସେ ଦେବାଳିଆ ହୋଇ ନଥିବେ ଓ ସେ ପଞ୍ଚାୟତର ୱାର୍ଡ ମେମ୍ବର ହୋଇ ନଥିବା ଦରକାର । ଯେଉଁ ପ୍ରାର୍ଥୀ ସରପଞ୍ଚ ପଦବୀ ପାଇଁ ଚୟନ ହୋଇଛନ୍ତି ସେ ସରକାରି କର୍ମଚାରୀ ହୋଇ ନଥିବେ ଓ ନିର୍ବାଚନ ଆଇନ ଦ୍ଵାରା ଦଣ୍ଡିତ ହୋଇ ନଥିବେ । ସରପଞ୍ଚ କ କାମ ଦୁଇ ପ୍ରକାର ହେଇଥାଏ । ଗୋଟିଏ ବାଧ୍ୟତାମୂଳକ ଓ ଅନ୍ୟଟି ଇଚ୍ଛାଧୀନ।

ବାଧ୍ୟତାମୂଳକ କାର୍ଯ୍ୟରେ ରାସ୍ତା ନିର୍ମାଣ ଓ ତାର ରକ୍ଷଣା ବେକ୍ଷଣ।ଏହା ସହ ରାସ୍ତା ରେ ଆଲୋକ ବ୍ୟବସ୍ଥା,ସର୍ବ ସାଧାରଣଙ୍କ ପାଇଁ ଜଳ ଯୋଗାଣ।ଜନ୍ମ,ମୃତ୍ୟୁ,ବିବାହ ପଞ୍ଜିକରଣ। ହାଟ ପ୍ରତିଷ୍ଠା ଓ ଜାନି ଯାତ୍ରା । ଏ ସମସ୍ତ କାର୍ଯ୍ୟ ସରପଞ୍ଚଙ୍କ ବାଧ୍ୟତାମୂଳକ କାର୍ଯ୍ୟ ହେଇଥାଏ ।ଏହା ବ୍ୟତୀତ ଗ୍ରାମର ଜଙ୍ଗଲର ସୁରକ୍ଷା, କୃଷି ଓ ମେଳା ଆଦି ପରିଚାଳନା କରିବା,ଗାଧୁଆ ଘାଟପାଠାଗାର ପ୍ରତିଷ୍ଠା କରିବା, ନିର୍ମାଣ କରିବା,ନିଶା ନିବାରଣ କାର୍ଯ୍ୟ।ଏ ସବୁ କାର୍ଯ୍ୟ ସରପଞ୍ଚଙ୍କ ଇଚ୍ଛାଧୀନ କାର୍ଯ୍ୟରେ ଅନ୍ତର୍ଭୁକ୍ତ ହେଇଥାଏ । ଜଣେ ସରପଞ୍ଚ ସାମ୍ବିଧାନିକ ନିୟମ ଅନୁସାରେ ମାସିକ ୨୫୦୦ ଟଙ୍କା ଦରମା ଆକାରରେ ପାଇଥାଆନ୍ତି ।

Leave a Reply

Your email address will not be published. Required fields are marked *