ଜନ୍ମ ସମୟରେ ବାପା-ମାଆ କହିଲେ କିନ୍ନର,ତାପରେ ଘରୁ ବାହାର କରିଦେଲେ,ଆଉ ୨୩ ବର୍ଷ ପରେ ମନୀଷ ହେଲା ମନୀଷା

ଅନେକ ସମୟରେ ଏପରି ଘଟଣା ଆମ ଚାରିପାଖରେ ଘଟେ। ଯାହା ନିଆଁ ପରି ବ୍ୟାପିଥାଏ। ଏହି ଘଟଣାଗୁଡ଼ିକ ବେଳେବେଳେ ଆମକୁ ଆଶ୍ଚର୍ଯ୍ୟ କରିଦିଏ ଏବଂ ବେଳେବେଳେ ଆମକୁ ବହୁତ ଚିନ୍ତା କରିବାକୁ ଏବଂ ବୁଝିବାକୁ ବାଧ୍ୟ କରେ କି ସଙ୍ଗେ ସଙ୍ଗେ କୌଣସି ନିଷ୍ପତ୍ତିରେ ପହଞ୍ଚିବା ଉଚିତ୍ ନୁହେଁ । ଏହିପରି ଗୋଟିଏ କାହାଣୀ ଭାଗଲପୁର ଜିଲ୍ଲାର।

ଏଠାରେ ଜନ୍ମ ହୋଇଥିବା ଝିଅ କୁ ପିତାମାତା ଦେଖୁ ଦେଖୁ କିନ୍ନର ବୋଲି କହିଥିଲେ। ଏପରି ପରିସ୍ଥିତିରେ ଝିଅର ପିତାମାତା ଝିଅପାଇଁ କୌଣସି ପଦକ୍ଷେପ ନେଇନଥିଲେ କିମ୍ବା ଝିଅକୁ ଡାକ୍ତରଙ୍କ ନିକଟରେ ଦେଖାଇବାକୁ ଚିନ୍ତା କରିନଥିଲେ ଏବଂ ଝିଅକୁ ନପୁଂସକ ଭାବରେ ବିବେଚନା କରିଥିଲେ। କେବଳ ଏତିକି ନୁହେଁ ଝିଅଟିର ନାମ ମଧ୍ୟ କରିଥିଲେ ଏବଂ ନାମକୁ ମନୀଷ ରଖି ତାଙ୍କୁ ସମାଜରେ ଏକ ବାଳକ ବୋଲି କହିବା ଆରମ୍ଭ କଲେ।

ଏହି କାହାଣୀଟି ପ୍ରାୟ 23 ବର୍ଷ ଧରି ଏହିପରି ଚାଲିଥିଲା ​​ଏବଂ ଏକ କିନ୍ନର ଭାବରେ ଜନ୍ମ ହୋଇଥିବା ଝିଅଟି ପିତାମାତାଙ୍କ ଦୃଷ୍ଟିରେ ନପୁଂସକ ଥିବାବେଳେ ସମାଜର ଆଖିରେ ପୁଅ ଥିଲା।

କିନ୍ତୁ କୁହାଯାଏ ଯେ ଭାଗ୍ୟର ଲେଖାକୁ କିଏ ଏଡ଼ାଇ ପାରିବ ଏବଂ ତାପରେ ପ୍ରାୟ 23 ବର୍ଷ ପରେ ଏପରି ପରିସ୍ଥିତି ଆସିଲା ଯେତେବେଳେ ମନୀଷ ଭିତରେ ରହୁଥିବା ମନୀଷା ଜାଗ୍ରତ ହେଲା ଏବଂ ପରେ ଅପରେସନ୍ ପରେ ସେ ତାଙ୍କର ପ୍ରକୃତ ପରିଚୟ ସେ ପାଇଲେ । ଆସନ୍ତୁ ଜାଣିବା ଏହାର ପୁରା କାହାଣୀ।

ବିହାରର ଭାଗଲପୁରରେ ଏକ ଅଜବ ମାମଲା ଦେଖିବାକୁ ମିଳିଥିଲା। ଯେତେବେଳେ ପିଲାଟି ଦିନରୁ ମନୀଷ ଭାବରେ ରହୁଥିଲେ। ଅପରେସନ୍ ରେ 23 ବର୍ଷ ପରେ ମନୀଷା ହୋଇଗଲେ। ବର୍ତ୍ତମାନ ଏହି ଝିଅଟି ମନୀଷା ଭାବରେ ତାଙ୍କର ପ୍ରକୃତ ପରିଚୟ ପାଇଛି।

କେବଳ ଏତିକି ନୁହେଁ ମନୀଷ ରୁ ମନୀଷା ହେବା ମାତ୍ରେ ତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ଖୁସିର ବାତାବରଣ ସୃଷ୍ଟି ହୁଏ ଏବଂ ଲୋକମାନେ ମନୀଷାଙ୍କୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଆସୁଛନ୍ତି। ମନୀଷାଙ୍କ ସହ ଜଡିତ ବିଶେଷ କଥା ହେଉଛି ଯେ ସେ ବର୍ତ୍ତମାନ ଜଣେ ମାଆ ମଧ୍ୟ ହୋଇପାରିବେ।

ଏହି ସମଗ୍ର ବିଷୟ ଭାଗଲପୁରର ସିକନ୍ଦରପୁର ଅଞ୍ଚଳର ଏବଂ ମନୀଷା ଏହି ଅଞ୍ଚଳରେ ଏକ ଛୋଟ ଘରେ ରୁହନ୍ତି। ମନୀଷାଙ୍କ ଯୌନାଙ୍ଗ ଜନ୍ମରୁ ହିଁ ପରସ୍ପର ସହିତ ଲାଗି ରହିଥିଲା ​​ଏବଂ ପିତାମାତା ଡାକ୍ତରଙ୍କୁ ଦେଖାଇବା ପରିବର୍ତ୍ତେ ମନୀଷାଙ୍କୁ ନପୁଂସକ ଭାବରେ ବିବେଚନା କରିଥିଲେ। କିନ୍ତୁ ମନୀଷ ରୁ ମନୀଷା ହୋଇଥିବା ଏହି ଯୁବତୀ ପୁନର୍ବାର ଅସ୍ତ୍ରୋପଚାର ପାଇଁ ଚେଷ୍ଟା କରିଥିଲେ।

ମନୀଷା ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି। ଏହା ପରେ ସେ କିଶୋର ଅବସ୍ଥାରେ ଏକ ପୋଷାକ ଦୋକାନରେ କାମ କରିବା ଆରମ୍ଭ କରିଥିଲେ କିନ୍ତୁ ବର୍ତ୍ତମାନ ଏକ ଅପରେସନ୍ ପରେ ସେ ଜଣେ ସମ୍ପୂର୍ଣ୍ଣ ଝିଅ ହୋଇପାରିଛନ୍ତି ଏବଂ ବର୍ତ୍ତମାନ ସେ ମଧ୍ୟ ଜଣେ ମାତା ହୋଇପାରିବେ। ଯାହାଫଳରେ କେବଳ ମନୀଷା ନୁହେଁ ତାଙ୍କ ପରିବାର ମଧ୍ୟ ଖୁସି ଅଟନ୍ତି।

ଏହି ପରିପ୍ରେକ୍ଷୀରେ ମନୀଷା କହିଛନ୍ତି ଯେ ବର୍ତ୍ତମାନ ସେ ଅନ୍ୟ ଝିଅମାନଙ୍କ ପରି ଚାଲିଚଳଣୀ ଏବଂ ପୋଷାକ ପିନ୍ଧିବାର ଇଚ୍ଛା ପୂରଣ କରିପାରିବେ। କେବଳ ଏତିକି ନୁହେଁ ସେ କହିଛନ୍ତି ଯେ ବର୍ତ୍ତମାନ ସେ ବିନା ଦ୍ୱିଧାରେ ନିଜ ଜୀବନକୁ ବଞ୍ଚି ପାରିବେ। ଏହାପୂର୍ବରୁ ସେ ଭୟ କରୁଥିଲେ ସମାଜର ସବୁ ଦୁଵିଧା ତାଙ୍କ ପଥରେ ଆସୁଥିଲା। କିନ୍ତୁ ବର୍ତ୍ତମାନ ସେ ମୁକ୍ତ ଅଛନ୍ତି।

ଯେତେବେଳେ ମନୀଷା ଏକ ପୋଷାକ ଦୋକାନରେ କାମ କରୁଥିଲେ, ସେତେବେଳେ ତାଙ୍କୁ ଝିଅମାନଙ୍କ ପାରୁ ଋତୁସ୍ରାବ ହେଉଥିଲା। ତାପରେ ତାଙ୍କ ଶରୀର ଝିଅ ଶରୀରରେ ପରିବର୍ତ୍ତନ ହେବାକୁ ଲାଗିଲା ଏବଂ ସେ ଏହି ସବୁ ବିଷୟରେ ତାଙ୍କ ମାଆଙ୍କୁ ମଧ୍ୟ ଜଣାଇଲେ। ଯେତେବେଳେ ମାଆ ଏହି ଦୋକାନର ମାଲିକଙ୍କୁ ଏହି ସୂଚନା ଦେଇଥିଲେ ସେତେବେଳେ ମନୀଷାଙ୍କୁ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସରସ୍ୱତୀ ପାଣ୍ଡେଙ୍କୁ ଦେଖାଯାଇଥିଲା।

ଏହି କ୍ଷେତ୍ରରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସରସ୍ୱତୀ ପାଣ୍ଡେ କୁହନ୍ତି ଯେ ଯେତେବେଳେ ମନୀଷା (ମନୀଷ) ଙ୍କୁ ଚିକିତ୍ସା ପାଇଁ ଅଣାଯାଇଥିଲା, ସେତେବେଳେ ତାଙ୍କର ସ୍ତନ ଏକ ବିକଶିତ ଅବସ୍ଥାରେ ଥିଲା। ଋତୁଶ୍ରାବର ଆଗମନ ସହିତ ସେ ଏକ ଝିଅ ବୋଲି ସ୍ପଷ୍ଟ ହୋଇଥିଲା। ଯେତେବେଳେ ତାଙ୍କର ଅଲଟ୍ରାସାଉଣ୍ଡ କରାଯାଇଥିଲା ସେତେବେଳେ ଗର୍ଭାଶୟ ଏଥିରେ ବିକଶିତ ହୋଇଥିବା ଦେଖିବାକୁ ମିଳିଥିଲା ​। କେବଳ ଯୌନାଙ୍ଗ ଯୋଡିହୋଇରହିଥିଲା।

ତାପରେ ଅପରେସନ୍ ମାଧ୍ୟମରେ ଏହାକୁ ସଠିକ୍ ଆକୃତି ଦିଆଗଲା। କେବଳ ଏତିକି ନୁହେଁ ଡକ୍ଟର ସରସ୍ୱତୀ ପାଣ୍ଡେ କହିଛନ୍ତି ଯେ ମନୀଷାଙ୍କ ମାମଲା ତାଙ୍କ ଜୀବନରେ ତୃତୀୟ ଥର ପାଇଁ ଆସିଛି।

ବର୍ତ୍ତମାନ ସବୁକିଛି ଭଲ ଅଛି ଏବଂ ମନୀଷ ବର୍ତ୍ତମାନ ତାଙ୍କର ପ୍ରକୃତ ଜୀବନ ମନୀଷା ଭାବରେ ବଞ୍ଚିବା ପାଇଁ ମୁକ୍ତ। ମନୀଷା ତାଙ୍କର ତିନି ଭାଇ ଏବଂ ଚାରି ଭଉଣୀଙ୍କ ମଧ୍ୟରୁ ଜ୍ୟେଷ୍ଠ ଏବଂ ସେ ବର୍ତ୍ତମାନ ତାଙ୍କର ସମସ୍ତ ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଛନ୍ତି।

Leave a Reply

Your email address will not be published. Required fields are marked *