ହୋଇଯାଆନ୍ତୁ ସାବଧାନ : Airtel ରୁ BSNL କରିବା ଚକ୍କରରେ ବ୍ୟାଙ୍କରୁ କଟିଗଲା ୧୩ ଲକ୍ଷ ଟଙ୍କା

ବର୍ତ୍ତମାନର ଯୁବ ପିଢ଼ି ମୋବାଇଲ ଓ ଇଣ୍ଟରନେଟକୁ ଅନେକ ଖରାପ ରାସ୍ତାରେ ବ୍ୟବହାର କରୁଛନ୍ତି । କୌଣସି କାର୍ଯ୍ୟ କରିବା ପୂର୍ବ ରୁ କେହି କୌଣସି କଥା ଭାବୁ ନାହାଁନ୍ତି । ଯାହା ଫଳରେ ଯୁବ ପିଢ଼ି ନିମ୍ନ ଗାମୀ ହେଉଛନ୍ତି । ଇଣ୍ଟରନେଟ ରେ ଗେମ୍ ଖେଳି ଅନେକ ସମୟକୁ ଅପବ୍ୟୟ କରିବା ସହିତ ପଇସା ମଧ୍ୟ ବରବାଦ୍ କରୁଛନ୍ତି । ଯାହା ଫଳରେ ଭବିଷ୍ୟତ ଅନ୍ଧାର ହୋଇ ଯାଉଚି । ଆଜିର ଯୁବ ପିଢ଼ି କାଲି ଦେଶର ଭବିଷ୍ୟତ ।

ତେବେ ସବୁ କିଛି ର ଭୁଲ୍ ବ୍ୟବହାର ପାଇଁ ଦେଶର ଭବିଷ୍ୟତ ମଧ୍ୟ ଅନ୍ଧାର ରେ ଯାଇ ପଡିଛି । ତେବେ ଅନେକ ସ୍ଥାନ ରେ ଅନେକ ଏପରି ଘଟଣା ଘଟେ ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ । ତେବେ ଆଜି କାଲି ର ଲୋକ ଏପରି ଅଛନ୍ତି ଯେଉଁ ମାନେ ଅନଲାଇନକୁ ବ୍ୟବହାର କରି ସମସ୍ତଙ୍କୁ ଠକୁଛନ୍ତି । ଯାହା ଫଳ ରେ ବର୍ତ୍ତମାନର ଭବିଷ୍ୟତ ଅନ୍ଧାର । ଲୋକେ ବହୁତ୍ ପରିମାଣ ରେ ଠକାମୀ ର ସ୍ବୀକାର ହେଉଛନ୍ତି ।

ତେବେ ଆଜି ଆମ ମାନଙ୍କ ପାଖରେ ଏପରି ଏକ ଭିଡିଓ ଆସି ପହଁଚିଛି ଯାହା ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ ଓ ନିଜେ ନିଜକୁ ସତର୍କ କରେଇ ନେବେ । ଆପଣ ମାନେ ସାବଧାନ ହୋଇ ଯାଆନ୍ତୁ । ସାଧାରଣ ସିମକୁ ପୋର୍ଟରେଟ କରିବା ପରେ ଭି ଆପଣ ବିରାଟ ଲୋସ୍ ସହି ପାରନ୍ତି । ପୋର୍ଟାବିଲିଟି ନାମ ରେ ଚାଲିଛି ସାଇବର ଠୋକେଇ ।

ରାଜଧାନୀ ଚନ୍ଦ୍ରଶେଖର ପୁର ଅଞ୍ଚଳ ର ବାସିନ୍ଦା ଏହିପରି ଗୋଟିଏ ଠକାମୀ ରେ ସ୍ବୀକାର ହୋଇଛନ୍ତି । ସେ ଭୁବନେଶ୍ଵର ର ସରସ୍ଵତୀ ଶିଶୁ ମନ୍ଦିର ପାଖରେ ଥିବା ଗୋଟିଏ ଦୋକାନ ରେ ପୋର୍ଟାବିଲିଟି କରିବା ପାଇଁ ଯାଇଥିଲେ ଓ ସେହିଠାରେ ତାଙ୍କ ଆଧାର କାର୍ଡ ଜେରକ୍ସ ଦେବା ସହିତ ଫୋଟୋ ଦେଇ ନିଜ ସିକୁ ଏୟାରଟେଲ ରୁ ବିଏସଏନଏର ସିମ୍ କୁ କରିଥିଲେ ଏବଂ ଦୋକାନୀ ମଧ୍ୟ କହିଥିଲେ ୩ ଦିନ ପରେ ପୋର୍ଟରୀ ହୋଇଯିବ ।

୩ଦିନ ପରେ ତାଙ୍କ ମୋବାଇଲକୁ ମେସେଜ ଆସିଲା ଓ ଗୋଟିଏ ନମ୍ୱରକୁ କୋଲ୍ କରିଲେ ବିଏସଏନଏର ସିମ୍ ହୋଇଯିବ ବୋଲି ଲେଖା ହୋଇଥିଲା । ତା ପରେ ପେମେଣ୍ଟ ନେବା ବାହାନା କରି ଠକ ମାନେ ଓଟିପି ନମ୍ୱର୍ ନେଇ ନେବା ପରେ ତାଙ୍କ ମୋବାଇଲ୍ କୁ ହେକ କରିନେଲେ । ଏହା ପରେ ପରେ ତାଙ୍କ ଆକାଉଣ୍ଟ୍ ରୁ ୧୩ ଲକ୍ଷ ଟଙ୍କା ସେହି ମାନେ ନେଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *