ରହସ୍ୟମୟ ବ୍ରିଜ: ଏହି ରହସ୍ୟମୟୀ ପୋଲ ଉପରେ ପହଞ୍ଚିବା ମାତ୍ରେ ଡିଆଁ ମାରି ଆତ୍ମହତ୍ୟା କରିଦିଅନ୍ତି କୁକୁର, ଜାଣନ୍ତୁ କଣ ରହିଛି ଏମିତି କରିବାର କାରଣ !

ଦୁନିଆରେ ଏମିତି ଅନେକ ରୋଗ ଅଛି ଯେଉଁଥିରେ ଲୋକ ପୀଡିତ ଅଛନ୍ତି। କିନ୍ତୁ ଏମିତି ଏକ ଅଦୃଶ୍ୟ ମହାମାରୀ ଅଛି ଯାହା ଲୋକଙ୍କୁ ଧୀରେ ଧୀରେ ନିଜର ବଶ କରୁଛି। ବର୍ତ୍ତମାନ ସମୟରେ କିଛି ବ୍ୟକ୍ତି ଅଶାନ୍ତି, ଡିପ୍ରେସନରେ ଆସି ନିଜ ଜୀବନକୁ ଶେଷ କରିଦେଉଛନ୍ତି ଅର୍ଥାତ ଆତ୍ମହତ୍ୟା କରିଦେଉଛନ୍ତି। ଆତ୍ମହତ୍ୟା କରିବା କଥା ଚିନ୍ତା କରିଲେ ଶରୀରର ଲୋମ ଟାଙ୍କୁରି ଯାଏ, କିନ୍ତୁ ଲୋକ ଏମିତି କରୁଛନ୍ତି।

କିନ୍ତୁ, ମଣିଷ ଆତ୍ମହତ୍ୟା କରିଥାଏ ତୋ ଏହାର କାରଣ ବୁଝାପଡେ, କିନ୍ତୁ ଯେତେବେଳେ କୌଣସି ପଶୁ ଆତ୍ମହତ୍ୟା କରେ ତେବେ ବହୁତ ଆଶ୍ଚର୍ଯ୍ୟ ଲାଗେ। ଆଜ୍ଞା ହଁ! ଏହି ଦୁନିଆରେ ଏମିତି ଏକ ପୋଲ ଅଛି ଯେଉଁଠି କୁକୁର ଡିଆଁ ମାରି ଆତ୍ମହତ୍ୟା କରନ୍ତି। ଏହି କଥା ଶୁଣି ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିବେ। କୁକୁର ଓ ପୋଲ ମଧ୍ୟରେ କଣ ସମ୍ବନ୍ଧ ଅଛି, ଯେଉଁଠି କୁକୁର ଚଢିବା ମାତ୍ରେ ମୃତ୍ୟୁକୁ କୁଣ୍ଢାଇ ପକାଏ। ଆସନ୍ତୁ ଜାଣିବା ଏହି ପୋଲ କେଉଁଠି ଅଛି ଓ କୁକୁର ଆତ୍ମହତ୍ୟା କରିବାର ରହସ୍ୟ କଣ ରହିଛି…

ଏହି ରହସ୍ୟମୟୀ ପୋଲ ଅଛି ସ୍କଟଲାଣ୍ଡରେ। ଯାହାକି ଆତ୍ମହତ୍ୟା ପାଇଁ ଜଣାଶୁଣା। ଏହି ପୋଲ ଡଗ୍ସ ସୁସାଇଡ(କୁକୁର ଆତ୍ମହତ୍ୟା) ବ୍ରିଜ ନାମରେ ମଧ୍ୟ ଜଣାଶୁଣା। ଏହି ପୋଲର ଉଚ୍ଚତା ୫୦ ଫୁଟ। ଏହି ବ୍ରିଜ ଉପରେ କେହିବି କୁକୁର ବୁଲିବା ପାଇଁ ଆସିଲେ ନିଜେ ନିଜେ ସେ ପୋଲ ତଳକୁ ଡିଆଁ ମାରିଦିଏ। ବର୍ତ୍ତମାନ ପର୍ଯ୍ଯନ୍ତ ଏହି ପୋଲରୁ ଅନେକ କୁକୁର ଡିଆଁ ମାରି ଆତ୍ମହତ୍ୟା କରିସାରିଛନ୍ତି।

ଏକ ମିଡିଆ ରିପୋର୍ଟ ଅନୁସାରେ, ବର୍ତ୍ତମାନ ପର୍ଯ୍ଯନ୍ତ ଏହି ପୋଲର ରହସ୍ୟ କାହାରିକୁ ଜଣାପଡି ନାହିଁ। ବର୍ତ୍ତମାନ ପର୍ଯ୍ଯନ୍ତ ଏହି ପୋଲ ରହସ୍ୟ ହୋଇ ରହିଛି। ବାସ୍ତବରେ ପ୍ରତ୍ଯେକ କୁକୁର କାହିଁକି ଏହି ପୋଲ ଉପରକୁ ଆସି ଡିଆଁ ମାରି ଆତ୍ମହତ୍ୟା କରିଥାନ୍ତି? ସ୍ଥାନୀୟ ଲୋକ କୁହନ୍ତିକି ବର୍ତ୍ତମାନ ପର୍ଯ୍ଯନ୍ତ ଏହି ପୋଲରୁ ଡିଆଁ ମାରିଥିବା ୫୦ ଜଣ କୁକୁରଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି।

କୁକୁରଙ୍କର ଆତ୍ମହତ୍ୟାକୁ ଦେଖି ଏହା ସହ ଜଡିତ ଏକ ନୋଟିସ ମଧ୍ୟ ଲଗାଯାଇଛି। ଯାହା ଫଳରେ ସେଟାକୁ ଆସୁଥିବା ଲୋକମାନେ ଜାଣିପାରିବେ। ଏହି ପୋଲର ନିର୍ମାଣ ୧୯୫୦ ମସିହାରେ ହୋଇଥିଲା। ଲୋକ କୁହନ୍ତିକି ଯେବେଠୁ ପୋଲର ନିର୍ମାଣ ହୋଇଛି ଏହିପରି ଘଟଣା ସବୁ ଦେଖାଯାଏ।

ଅନେକ କାହାଣୀ ପ୍ରସିଦ୍ଧ:-

ଏହି ପୋଲ ସହ ଜଡିତ ଥିବା ଅନେକ ଘଟଣା-କାହାଣୀ କୁହାଯାଏ। କିଛି ଲୋକ ଏହି ପୋଲକୁ ଭୁତ ପ୍ରେତ ସହ ଯୋଡି ଦେଖନ୍ତି। ଅନେକ ଲୋକଙ୍କର କହିବା କଥାକି ପୋଲ ଉପରେ ଚଢିବା ମାତ୍ରେ କୁକୁର ଭିତରେ ଭୁତ ଆସିଯାଏ ଓ ସେ ପୋଲ ତଳକୁ ଡିଆଁ ମାରି ଆତ୍ମହତ୍ୟା କରିଦିଏ। ଯେଉଁ ଲୋକଙ୍କର କୁକୁର ଏଠାରେ ଆସି ଆତ୍ମହତ୍ୟା କରିଛନ୍ତି ସେମାନଙ୍କର କହିବା କଥାକି ଏଠାରେ କିଛି ଅଜିବ ଜିନିଷ ଅଛି ଯେଉଁ କାରଣରୁ ଏଠାରେ ଏମିତି ଘଟଣା ସବୁ ଘଟେ।

କିଛି ଲୋକ କୁହନ୍ତିକି ଏହି ବ୍ରିଜ ଉପରେ ଲେଡି ଅଫ ଓଭରଟୋନ ଆତ୍ମହତ୍ୟା କରିଥିଲେ, ଯିଏ ନିଜର ସ୍ଵାମୀଙ୍କର ମୃତ୍ୟୁ ପରେ ଏଠାରେ ୩୦ ବର୍ଷ ଏହୁଟିଆ ରହିଥିଲେ। କିନ୍ତୁ, ଏହା ସବୁ ବର୍ତ୍ତମାନ ପର୍ଯ୍ୟନ୍ତ କାହାଣୀ ଅଟେ ଓ ପୋଲରୁ କୁକୁର ଡିଆଁ ମାରିବା ପଛରେ ରହସ୍ୟ କଣ, ତାହା ବର୍ତ୍ତମାନ ପର୍ଯ୍ଯନ୍ତ ଦୁନିଆ ସାମ୍ନାକୁ ଆସିବା ବାକି ଅଛି।

Leave a Reply

Your email address will not be published. Required fields are marked *