କେଉଁ ଦଳ ପାଇଁ ଟଙ୍କା ବାଣ୍ଟୁଥିଲେ ଅଙ୍ଗନବାଡି ଦିଦି, ଗାଁ ଲୋକେ ପୋଲିସକୁ ଡାକି ଧରେଇ ଦେଲେ।

ଛୋଟ ପିଲାମାନଙ୍କର ଭବିଷ୍ୟତ ଗଢୁଥିବା ଏହି ଅଙ୍ଗନବାଡି ଦିଦିଙ୍କୁ କାହିଁକି ଗିରଫ କରିଲା ପୋଲିସ। ତେବେ ପଢନ୍ତୁ ଏହି ପୋଷ୍ଟଟିକୁ।ଏହି ଫୋଟରେ ଦେଖିପାରୁଥିବେ ମହିଳା ଜଣକ ଦସ୍ତଖତ ମାରୁଛନ୍ତି ଆଉ ଆମର ଅଙ୍ଗନବାଡି ଦିଦି ହାତରେ ବଢ଼େଇ ଦେଉଛନ୍ତି ଟଙ୍କା। ନିର୍ବାଚନ ପାଇଁ ଏମିତି ଭୋଟ ପାଇବା ପାଇଁ ଟଙ୍କା ବାଣ୍ଟୁଥିଲେ ଅଙ୍ଗନବାଡି ଦିଦି। ବାରମ୍ବାର ତାଗିଦ ପରେ ବି ଅଙ୍ଗନବାଡି ଦିଦି ବିଲକୁଲ ଭୟ କରିନଥିଲେ।

ଅଧିକ ଟଙ୍କା ଅଧିକ ଇନକମ ଅଧିକ ଖୁସି ପାଇଁ ଟଙ୍କା ବଣ୍ଟାରେ ଟିକେ ମାତି ଯାଇଥିଲେ ଦିଦି। ହେଲେ କିଏ ଜାଣିଥିଲା କ୍ୟାମେରାରେ ଏମିତି କଏଦ ହୋଇଯିବ ଏହି ଦୃଶ୍ୟ ଆଉ ତାଙ୍କୁ ଗିରଫ କରିନେବା ପୋଲିସ। ଏହି ଦୃଶ୍ୟକୁ ଟିକେ ଦେଖନ୍ତୁ।ହଁ ଆଜ୍ଞା ସତରେ ଟଙ୍କା ମଣିଷକୁ କୁଆଡେ କୁଆଡେ ନେଇଯାଏ।

ଟଙ୍କାର ଲୋଭ ମଣିଷ ଦ୍ୱାରା କ’ଣ କ’ଣ କରେଇଦିଏ ଅନୁତାପ କରୁଥିବେ ଏହି ଅଙ୍ଗନବାଡି ଦିଦି। ଏହି ଦୃଶ୍ୟଟି କୋଉ ବାହାର ରାଜ୍ୟର ନୁହେଁ ଏଇ ଦୃଶ୍ୟ ହେଉଛି କଟକ ଅଞ୍ଚଳର। କଟକ ୬ନମ୍ବର ୱାର୍ଡ ଇମାମନଗର ସତୀଚଉରା ଅଞ୍ଚଳରେ ଭୋଟ ପାଇଁ ଟଙ୍କା ଦେଉଥିବା ବେଳେ ଅଙ୍ଗନବାଡି ଦିଦି ଗିରଫ ହୋଇଛନ୍ତି।

ଟଙ୍କା ବଣ୍ଟା ଖବର ପାଇ ପୋଲିସ ଯାଇ ଠିକ ଘରେ ପହଂଚିଯାଇଥିଲା। ଆଉ ତାପରେ ଏଇ ଦିଦି ଜଣଙ୍କୁ ଗିରଫ କରାଯାଇଛି।ତେବେ ଏତେ ସହଜ ନଥିଲା ଏ ଦିଦିଙ୍କୁ ଧରିବା ପାଇଁ କାରଣ ଘରକୁ ଡାକି ଲୋକଙ୍କର ସନ୍ତକ ନେଇ ଟଙ୍କା ବାଣ୍ଟୁଥିଲେ। ହେଲେ ସ୍ଥାନୀୟ ଲୋକମାନେ ଖବର ଦେଇଦେଲେ ପୋଲିସକୁ। ଏହା ପରେ ଘଟଣା ସ୍ଥଳରେ ପୋଲିସ ପହଁଚି କିଛି ଟଙ୍କା ଜବତ କରିବା ସହ ଟଙ୍କା ବାଣ୍ଟୁଥିବା ବେଳେ ଏହି ମହିଳାଙ୍କୁ ଗିରଫ କରିଛି। ଯାହାକୁ କୁହାଯାଉଛି ଏ ହେଉଛନ୍ତି ଜଣେ ଅଙ୍ଗନବାଡି ଦିଦି।

Leave a Reply

Your email address will not be published. Required fields are marked *