ସୁନା ଅଳଙ୍କାର ପିନ୍ଧି ଯାଇଥିଲେ ରାଣୀ ପଣ୍ଡା । ଆଗରୁ ଏହି ମନ୍ଦିର ଆସିଥିଲେ ବିକ୍ରମ । ଜନ୍ମଦିନରେ ବିକ୍ରମକୁ… ।

ତାଙ୍କ ନାଁକୁ ନେଇ ସବୁବେଳେ ଚର୍ଚ୍ଚା । କେତେବେଳେ ବିବାଦୀୟ ବାକ୍ୟବାଣ ପାଇଁ ତ ପୁଣି କେତେବେଳେ ଭଲ ଉଦାହରଣ ସୃଷ୍ଟି କରି ତ ଆଉ କେତେବେଳେ ପ୍ରେମରେ ଧୋକା ଖାଇ ଆଲୋଚନା-ସମାଲୋଚନାର ପ୍ରସଙ୍ଗ ପାଲଟି ଥାଆନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ତାଙ୍କୁ ପସନ୍ଦ କରୁଥିବା ଆଉ ପସନ୍ଦ କରୁନଥିବା ଉଭୟ ବର୍ଗର ଆକର୍ଷଣର କେନ୍ଦ୍ରରେ ଥାଆନ୍ତି ସେ । କିନ୍ତୁ ସେଥିପ୍ରତି ତାଙ୍କର ଖାତିର ନଥାଏ । ଯାତ୍ରା ଦୁନିଆର ଆଗଧାଡ଼ିର ଅଭିନେତ୍ରୀ ଓ ଆଇଟମ୍‌ ଡ୍ୟାନ୍ସର୍‌ ରାଣୀ ପଣ୍ଡା । ଗାଳି ହେଉ କି ତାଳି, ଉଭୟକୁ ଖାତିର ନଥାଏ ତାଙ୍କର । ଯେମିତି ସ୍ପଷ୍ଟବାଦୀ, ସେମିତି ସ୍ନେହୀ ଓ ଦରଦୀ ।

ଯାତ୍ରାମଞ୍ଚରେ ‌ଯୌନୋଦ୍ଦୀପକ ନୃତ୍ୟ ଓ ଅଶାଳୀନ ଶବ୍ଦର ଖୋଲା ପ୍ରୟୋଗ ରାଣୀଙ୍କୁ ରାତାରାତି ପରିଚିତି ଦେଇଛି । ଏଥିପାଇଁ ସେ କିଛି ନିନ୍ଦାର ବି ସାମ୍ନା କରିଛନ୍ତି । କିନ୍ତୁ କାହା କଥାକୁ ଭ୍ରୂକ୍ଷେପ ନକରି ନିଜ ରାସ୍ତା‌େର ସେ ଆଗେଇ ଚାଲିଛନ୍ତି । ତେବେ ବନ୍ଧୁଗଣ ଆଜି ରାଣୀ ପଣ୍ଡାଙ୍କ ଜନ୍ମଦିନ । ସୁନା ଗହଣାରେ ସଜେଇ ହୋଇ ଆସିଥିଲେ ସେ ସେହି ସ୍ଥାନକୁ ଯେଉଁଠିକି ଏକଦା ପ୍ରେମିକ ବିକ୍ରମଙ୍କ ସହିତ ଆସିଥିଲେ ରାଣୀ ।

ହଁ ଆଜ୍ଞା ଯେଉଁ ରାଣୀ ପଣ୍ଡା କିଛି କହିବାକୁ ନ ଚାହିଁଲେ ମଧ୍ୟ ସେହି କଥା ବାରମ୍ବାର ମନେ ପଡ଼ିଯାଏ ଆଉ ଆଖିରେ ଲୁହ ଜକେଇ ଆସେ ଓ ମନେ ପଡ଼ିଯାଏ ବିକ୍ରମର ସବୁ କଥା । ହାତ ଧରୁଥିଲେ ଆଉ ମିଶି ଏଠାକୁ ଆସିଥିଲେ । ହଁ ଆଜ୍ଞା ଆଜି ରାଣୀ ତାଙ୍କ ଜନ୍ମଦିନରେ କହିଛନ୍ତି ଯେ ଯେ ଯେତେ ସହିପାରେ ଭଗବାନ୍ ତାଙ୍କୁ ବେଶୀ କଷ୍ଟ ଦିଅନ୍ତି । ତେଣୁ ଭଗବାନ୍ ତାଙ୍କର ମଧ୍ୟ ପରୀକ୍ଷା ନେଉଛନ୍ତି ।

କିନ୍ତୁ ତାଙ୍କର ବିଶ୍ୱାସ ଅଛି ଯେ ତାଙ୍କ ପାଇଁ ଆଗକୁ କିଛି ଭଲ ରଖିଛନ୍ତି ଭଗବାନ୍ । ରାଣୀ ପଣ୍ଡା କହିଛନ୍ତି ଆଗରୁ ସେ ସେହି ମନ୍ଦିରକୁ ୨ ଥର ଆସିଛନ୍ତି ବିକ୍ରମଙ୍କ ସହିତ କିନ୍ତୁ ସେ ଆଜି ହାତ ଛାଡ଼ି ଚାଲିଯାଇଛି । ତେବେ ଏ ହେଉଛି ଲିଙ୍ଗରାଜ ମନ୍ଦିରର ଦୃଶ୍ୟ ଯେଉଁଠିକୁ ଯାଇଛନ୍ତି ରାଣୀ ପଣ୍ଡା ଆଉ ରାଣୀଙ୍କ ଦେହରେ ଦେଖିବାକୁ ମିଳିଛି ମେଞ୍ଚାଏ ସୁନା ଗହଣା ଆଉ ଏତେ ସୁନା ଗହଣା ଦେଖି ଆଶ୍ଚର୍ୟ୍ଯ ହୋଇଯାଇଥିଲେ ଲୋକ । ପରେ ଜଣା ପଡିଲା ଜନ୍ମ ଦିନ ପାଇଁ ଏମିତି ସଜେଇ ହୋଇ ମନ୍ଦିରକୁ ଯାଇଥିଲେ ରାଣୀ

Leave a Reply

Your email address will not be published. Required fields are marked *