ପ୍ରଥମେ ଭଲ ପାଇଲା ଆଉ ତା’ପରେ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କଲା ହେଲେ ମନା କରିଦେଲେ ଯୁବତୀ ଆଉ ତା’ପରେ… ।

ଯୁବତୀଙ୍କର ଇଜ୍ଜତ ସାରିଦେଲା ବେଷ୍ଟଫ୍ରେଣ୍ଡ୍ ଆଉ ଏକ୍ସ ବୟଫ୍ରେଣ୍ଡ୍ । ଫେକ୍ ଭିଡ଼ିଓ ତିଆରି କରି ଭାଇରାଲ କରୁଛନ୍ତି ସେମାନେ । ଭୁବନେଶ୍ବର ତମାଣ୍ଡୋ ଥାନାରେ ପହଞ୍ଚିଲା ମାମଲା । ବେଷ୍ଟଫ୍ରେଣ୍ଡ୍ ଏବଂ ଏକ୍ସ ବୟଫ୍ରେଣ୍ଡ୍ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ହେଲା ଦାବି । ପୀଡ଼ିତା ଯୁବତୀଙ୍କର ସବୁ ସାରିଦେଲା ବେଷ୍ଟଫ୍ରେଣ୍ଡ୍ ଏବଂ ଏକ୍ସ ବୟଫ୍ରେଣ୍ଡ୍ । ଅଭିଯୋଗ ହେବା ପରେ ଏନେଇ ଭୁବନେଶ୍ବର ତମାଣ୍ଡୋ ଥାନାରେ ପହଞ୍ଚିଲା ମାମଲା ।

ସୂଚନା ମୁତାବକ ଯୁବତୀ ଜଣକ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ଯୁବତୀ ଜଣକ ଅଭିଯୋଗ କରିଛନ୍ତି କି ସେହି ଯୁବକ ଜଣକ ଶାରୀରିକ ସଂପର୍କ ରଖିବା ପାଇଁ ସବୁବେଳେ ବାଧ୍ୟ କରୁଥିଲେ । ହେଲେ ଯୁବତୀ ଜଣକ ଶାରୀରିକ ସଂପର୍କ ରଖିବେ ନାହିଁ ବୋଲି ସିଧା ସିଧା ମନା କରିଦେଲେ । ଏହାପରେ ସେହି ଯୁବକ ଜଣକ ଧମକ ଦେବା ଆରମ୍ଭ କରିଦେଲେ । ତାପରେ ଯୁବତୀ ଜଣକ ଭୟଭୀତ ହୋଇ ଥାନାର ଦ୍ବାରସ୍ଥ ହେଇଥିଲେ ।

ହଁ ଆଜ୍ଞା ପ୍ରଥମେ ଭଲ ପାଇଲା ଆଉ ତା’ପରେ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କଲା ହେଲେ ଯୁବତୀ ଜଣକ ମନା କରିବାରୁ ଏମିତି କିଛି କରିଛନ୍ତି ବେଷ୍ଟଫ୍ରେଣ୍ଡ୍ ଏବଂ ଏକ୍ସ ବୟଫ୍ରେଣ୍ଡ୍ I ତେବେ ଏନେଇ ଭୁବନେଶ୍ୱର ତମାଣ୍ଡୋ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି I ଏନେଇ ପୋଲିସ୍ ମଧ୍ୟ ଯୁବକଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଥିଲା । ଏହାପରେ ବେଲ୍ ରେ ଘରକୁ ଆସିଥିଲା ଯୁବକ ଜଣକ । ଏବେ ସେହି ଯୁବକ ଏବଂ ଅଭିଯୋଗକାରିଣୀଙ୍କ ବେଷ୍ଟଫ୍ରେଣ୍ଡ୍ ସାହାର୍ଯ୍ୟରେ ଫେକ ଭିଡ଼ିଓ ତିଆରି କରି ଭାଇରାଲ କରୁଥିବା ନେଇ ଅଭିଯୋଗ ହୋଇଛି ।

ଏ ନେଇ ଯୁବତୀ ଜଣକ ତମାଣ୍ଡୋ ଥାନାର ମଧ୍ୟ ଦ୍ବାରସ୍ଥ ହୋଇଛନ୍ତି । ଦାବି ହୋଇଛି କି ବେଷ୍ଟଫ୍ରେଣ୍ଡ୍ ଏବଂ ଏକ୍ସ୍ ବୟଫ୍ରେଣ୍ଡ୍ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ପୋଲିସ୍ । ଏହି ଯୁବତୀ ଜଣକ ସାଇବର୍ ଥାନାର ମଧ୍ୟ ଦ୍ବାରସ୍ଥ ହୋଇଥିଲେ । ଏବେ ପୁଣି ତମାଣ୍ଡୋ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୋଲିସ୍ । ତେବେ ଯୁବତୀଙ୍କ ଅଭିଯୋଗ ପରେ ତାଙ୍କ ଏକ୍ସ୍ ବୟଫ୍ରେଣ୍ଡ୍ କିମ୍ଵା ବେଷ୍ଟଫ୍ରେଣ୍ଡର ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ ।

Leave a Reply

Your email address will not be published. Required fields are marked *