କୋଭାକ୍ସିନ ଟୀକାକୁ ନେଇ ଆସିଲା ବଡ଼ ତଥ୍ୟ, ଟୀକା ନେଇଥିବା ୩୦% ଲୋକଙ୍କ ପାଖରେ ଦେଖାଦେଲାଣି।

ଘାତକ ହେଲାଣି କୋଭାକ୍ସିନ ଟୀକା। ଟୀକା ନେଇଥିବା ୩୦% ପ୍ରତିଶତ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା। ଚିନ୍ତାରେ ପଡିଲେଣି ଟୀକା ନେଇଥିବା ଲୋକେ। କୋଭିଡରୁ ବଞ୍ଚିଗଲେ କୋଭାକ୍ସିନରୁ କେମିତି ବଞ୍ଚିବେ।ଭାରତ ବାୟୋଟେକର କୋଭାକ୍ସିନ ଟିକାର ଦୀର୍ଘମିଆଦୀ ପ୍ରଭାବକୁ ଅନୁଧ୍ୟାନ କରି ବିଏଚୟୁର ଗବେଷକମାନଙ୍କ ଦ୍ଵାରା କରାଯାଇଥିବା ଏକ ଏକ୍ସସ୍ପେରିମେଣ୍ଟରୁ ଜଣା ପଡ଼ିଛି ଯେ କୋଭାକ୍ସିନ ନେଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଲୋକ ଆଡଭର୍ସ ଇଭେଣ୍ଟସ ଅଫ ସ୍ପେସାଲ ଇଣ୍ଟରେଷ୍ଟ ବା ଏଇଏସଆଇ ନେଇ ରିପୋର୍ଟ କରିଛନ୍ତି।

ପାର୍ଶ୍ୱ ପ୍ରତିକ୍ରିୟା ଅଧ୍ୟୟନ ପାଇଁ ପରୀକ୍ଷା କରାଯାଇଥିବା ୯୨୬ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଏଇଏସଆଇ ରିପୋର୍ଟ କରିଥିଲେ। ଯେଉଁଥିରେ ଉପର ଶ୍ୱାସନଳୀ ସଂକ୍ରମଣ ସବୁଠାରୁ ସାଧାରଣ ଅଭିଯୋଗ ଥିଲା। ଷ୍ଟ୍ରୋକ ଓ ଗିଲେନ-ବାର ସିଣ୍ଡ୍ରୋମ ଭଳି ଗୁରୁତର ଏଇଏସଆଇ ଲକ୍ଷଣ ଏକ ପ୍ରତିଶତ ବ୍ୟକ୍ତିଙ୍କଠାରେ ଥିଲା।

ଜାନୁଆରୀ ୨୦୨୨ ରୁ ଅଗଷ୍ଟ ୨୦୨୩ ମଧ୍ୟରେ ହୋଇଥିବା ଏହି ଏକ୍ସସ୍ପେରିମେଣ୍ଟରେ କୋଭାକ୍ସିନ ଟିକା ନେଇଥିବା ୬୩୫ କିଶୋର ଓ ୨୯୧ ପ୍ରାପ୍ତବୟସ୍କଙ୍କୁ ସାମିଲ କରାଯାଇଥିଲା। କିଶୋରମାନଙ୍କଠାରେ ଦେଖାଯାଇଥିବା ସାଧାରଣ ଏଇଏସଆଇ ମଧ୍ୟରେ ଚର୍ମ ଓ ଚର୍ମତଳି ରୋଗ ସାଧାରଣ ସମସ୍ୟା ଓ ସ୍ନାୟୁପ୍ରଣାଳୀ ବିକାର ଅନ୍ତର୍ଭୁକ୍ତ। ପ୍ରାପ୍ତବୟସ୍କଙ୍କଠାରେ ସାଧାରଣ ସମସ୍ୟା ମାଂସପେଶୀ ଓ ଅସ୍ଥିଜନିତ ସମସ୍ୟା ଏବଂ ସ୍ନାୟୁପ୍ରଣାଳୀ ରୋଗ ଦେଖିବାକୁ ମିଳିଥିଲା।

କୋଭିଡ-୧୯ ହେବା ପରେ ଟୀକା ନେଇଥିବା ମହିଳା ଓ କିଶୋର ଅନ୍ତର୍ନିହିତ ସ୍ୱାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତି ଓ ଟୀକାକରଣ ପରେ ଟାଏଫଡ ହୋଇଥିବା ଲୋକ ମାନଙ୍କର ଏଇଏସଆଇର ସମ୍ଭାବନା ଯଥାଆକ୍ରମେ ୧.୬,୨.୭ ଏବଂ ୩.୨ ଗୁଣ ଅଧିକ ଥିଲା। ଏହା ବ୍ୟତୀତ ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ଥିବା ପ୍ରାପ୍ତ ବୟସ୍କଙ୍କ ଠାରେ ଏଇଏସଆଇ ହେବାର ସମ୍ଭାବନା ୨ ଗୁଣରୁ ଅଧିକ ଥିଲା ବୋଲି ଅଧ୍ୟୟନରୁ ଜଣା ପଡ଼ିଛି।

ଯେଉଁ ବୟସ୍କମାନେ ୩ ଡ଼ଜ ଟୀକା ନେଇଛନ୍ତି ଏବଂ ଯେଉଁମାନେ ଇବିଭି ୧୫୨ ର ମାତ୍ର ଗୋଟିଏ ଡ଼ଜ ନେଇଛନ୍ତି ସେମାନଙ୍କ ଠାରେ କୋଭାକ୍ସିନର ୨ ଟି ଡ଼ଜ ନେଇଥିବା ଲୋକଙ୍କ ତୁଳନାରେ ଯଥାକ୍ରମେ ୪ ଓ ୨ ଗୁଣା ଅଧିକା ପାର୍ଶ୍ୱପ୍ରତିକ୍ରିୟା ହେବାର ଆଶଙ୍କା ରହିଛି ବୋଲି ଅଧ୍ୟୟନରେ ଦର୍ଶା ଯାଇଛି।

Leave a Reply

Your email address will not be published. Required fields are marked *