ଶୁଣ ଶୁଣ ଶୁଣ ସମୁଦ୍ରକୁ କେହି ଯାଅ ନାହିଁ ଆସୁଛି ପ୍ରବଳ ବର୍ଷା

ଭାରତୀୟ ପାଣିପାଗ ସୂଚନା ଅନୁଯାୟୀ ୦୫.୦୫.୨୦୨୪ ଠାରୁ ୦୮.୦୫.୨୦୨୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ଉଚ୍ଚ ଜୁଆର।୦.୫ ମିଟରରୁ ୧.୨ ମିଟର ଉଠିବାର ସମ୍ଭାବନା ଅଛି। ଶୁଣ ଶୁଣ ଶୁଣ ସମୁଦ୍ରକୁ କେହି ଯାଅ ନାହିଁ। ମାଡ଼ି ଆସୁଛି ବର୍ଷା,ପବନ। ସମୁଦ୍ରକୁ ଗଲେ ରହିଛି ଜୀବନ ପ୍ରତି ବିପଦ। ମାଛ ଧରା ବନ୍ଦ୍ କରି ଘରେ ରୁହନ୍ତୁ। ଉଚ୍ଚ ସ୍ଥାନକୁ ଚାଲି ଯାଆନ୍ତୁ ନହେଲେ ପାଣି ମାଡ଼ି ଆସିବ। କଥା ନମାନି ସମୁଦ୍ରକୁ ଗଲେ ସେଥିରେ ପ୍ରଶାସନର କିଛି ବି ଦୋଷ ନାହିଁ। ହଁ ଆଜ୍ଞା କାଳ ବୈଶାଖୀ ବର୍ଷା ୫ ତାରିଖରୁ ଆରମ୍ଭ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର|

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ହେବ ଝଡ଼ ତୋଫାନ। ଘଡ଼ଘଡ଼ି ମାରିବା ସହ ପ୍ରଚଣ୍ଡ ବେଗରେ ପବନ ବୋହିବ । ସେଥିପାଇଁ ଉପକୂଳବର୍ତ୍ତୀ ଅଞ୍ଚଳକୁ ହାଇ ଆଲର୍ଟ କରା ଯାଇଛି। ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ନେଇ ସତର୍କ ସୂଚନା ଜାରି କରିଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ। ଅଧିକାରୀମାନେ ଆସି ପ୍ରଚାର କରିଛନ୍ତି ସମୁଦ୍ର ମଧ୍ୟକୁ ନ ଯିବା ପାଇଁ। ଉଚ୍ଚ ସ୍ଥାନକୁ ଉଠି ଯିବା ପାଇଁ ଚେତାବନୀ ଦିଆ ଯାଇଛି।

ତିନି ଦିନ ଧରି ସମୁଦ୍ରରେ ଉଠିବ ଉଚ୍ଚ ଜୁଆର। ଏହା ସହ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ଯାହାକୁ ନେଇ ପାରାଦ୍ଵୀପ ଅଞ୍ଚଳର ମତ୍ସ୍ୟଜୀବୀ ମାନେ ବସବାସ କରୁଥିବା ଅଞ୍ଚଳ,ନେହେରୁ ବଙ୍ଗଳା,ବାଲି ବ୍ଲଟ୍,ନୂଆ ବଜାର ଓ ଷଣ୍ଢ କୁଦ ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଡାକବାଦ ଯନ୍ତ୍ର ସାହାଯ୍ୟରେ ସତର୍କ ସୂଚନା ଜାରି କରା ଯାଇଛି।

ପାଞ୍ଚ ତାରିଖରୁ ଆଠ ତାରିଖ ମଧ୍ୟରେ ତିନି ଦିନ ଧରି ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀ ମାନଙ୍କୁ ମାଛ ଧରିବା ପାଇଁ ବାରଣ କରାଯିବା ସହିତ ସେମାନଙ୍କ ଯନ୍ତ୍ରଚାଳିତ ଡଙ୍ଗା ଓ ବୋଟ ଗୁଡ଼ିକୁ ଉଚ୍ଚ ସ୍ଥାନକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି। ଯାହାକୁ ନେଇ ମତ୍ସ୍ୟଜୀବୀ ଓ ଉପକୂଳ ତଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ଅଜଣା ଆତଙ୍କରେ ଆତଙ୍କିତ ହୋଇ ପଡିଛନ୍ତି। ଯଦି ଦେଖିବା ଆସନ୍ତା ୬ ରୁ ୯ ତାରିଖ ମଧ୍ୟରେ ତାପମାତ୍ରା ସ୍ଵାଭାବିକ ଠାରୁ କମ୍ ରହିବା ନେଇ ଆକଳନ କରିଛି ଭୁବନେଶ୍ଵର ପାଣିପାଗ ବିଜ୍ଞାନ କେନ୍ଦ୍ର। କାଳ ବୈଶାଖୀ ସହ ପାଗ ମେଘୁଆ ଥିବା ସମ୍ଭାବନା ଥିବାରୁ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ଡିଗ୍ରୀରୁ ୫ଡିଗ୍ରୀ ତାପମାତ୍ରା କମିବା ଆକଳନ କରାଯାଉଛି।

୬ତାରିଖରେ ୧୯ଜିଲ୍ଳାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ପବନର ବେଗ ୪୦ରୁ ୫୦ କିଲୋମିଟର ରହିପାରେ ବୋଲି କହିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ଵର,ଭଦ୍ରକ,ଯାଜପୁର,କଟକ,କେନ୍ଦ୍ରାପଡ଼ା, ଜଗତସିଂହପୁର,ପୁରୀ,ଖୋର୍ଦ୍ଧା,ନୟାଗଡ଼,ଗଞ୍ଜାମ,ଗଜପତି, କେନ୍ଦୁଝର,ମୟୁରଭଂଜ,ଅନୁଗୁଳ,ଢେଙ୍କାନାଳ,କନ୍ଧମାଳ,ରାୟଗଡ଼ା, କୋରାପୁଟ ଓ କଳାହାଣ୍ଡି। ଏହି ଜିଲ୍ଲା ଗୁଡ଼ିକ ସତର୍କ କରାଯାଇଛି ।

Leave a Reply

Your email address will not be published. Required fields are marked *