ସାମ୍ନାକୁ ଆସିଲା ସତ, କାହିଁକି ଏମିତି କରିଥିଲେ ପୁନମ, କହିଲେ ସତ।

ବଞ୍ଚିଛନ୍ତି ବିବାଦୀୟ ଅଭିନେତ୍ରୀ ପୁନମ ପାଣ୍ଡେ। ସମସ୍ତଙ୍କୁ ଆଉ ଏକ ଝଟକା ଦେଲେ କଣ୍ଟ୍ରୋଭୋରସି କୁଇନ ପୁନମ। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି କହିଲେ ମୁଁ ବଞ୍ଚିଛି।ହଁ ବନ୍ଧୁଗଣ ଗତ କାଲି ମରିଯାଇଥିଲେ ହେଲେ ଆଜି ସେ ବଞ୍ଚିଯାଇଥିବା ଖବର ସାମ୍ନାକୁ ଆସିଛି। ଭିଡିଓ ସେୟାର କରି କହିଲେ ମୃତ୍ୟୁ ଖବରର ସତ। ସବୁ ଚର୍ଚ୍ଚା ଉପରେ ପୁନଛେଦ ପକାଇଛନ୍ତି।ହଁ ଆଜ୍ଞା ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବରକୁ ନେଇ ସାରା ବଲିଉଡ ଇଣ୍ଡଷ୍ଟ୍ରିଜ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ତାଙ୍କ ଫ୍ୟାନସମାନେ ମଧ୍ୟ ଦୁଃଖ ବ୍ୟକ୍ତ କରିଥିଲେ।।

ପୁନମଙ୍କ ୩୨ ବର୍ଷରେ ସର୍ବାଇକ କ୍ୟାନ୍ସର କାରଣରୁ ଦେହାନ୍ତ ହୋଇଥିବା ଏକ ପୋଷ୍ଟ ସାମ୍ନାକୁ ଆସିବା ପରେ ସମସ୍ତେ ଦୁଃଖ ପ୍ରକାଶ କରିଥିଲେ। ପୁନମଙ୍କ ମୃତ୍ୟୁ ଏକ ମିଷ୍ଟ୍ରି ବନିଯାଇଥିବା ଏବେ ସତ ସାମ୍ନାକୁ ଆସିଛି। ପୁନମ ଇନଷ୍ଟାଗ୍ରାମରେ ସେୟାର କରି କହିଥିଲେ ମୁଁ ମରିନାହିଁ ବଞ୍ଚିଛି।ଗତ କାଲି ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ଚାରିଆଡେ ବ୍ୟାପିଥିଲା। ତାଙ୍କ ମ୍ୟାନେଜର ଏ ନେଇ କନଫୋର୍ମ କରାଇଥିଲେ। ସର୍ବାଇକଲ କ୍ୟାନ୍ସରରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ସେ ସ୍ପଷ୍ଟ କରିଥିଲେ। ହେଲେ ଏହା ପରେ ଅଭିନେତ୍ରୀ ପୁନମଙ୍କ ଅନ୍ତିମ ସଂସ୍କାର ବିଷୟରେ କୌଣସି ଖବର ଆସିନଥିଲା।

ବର୍ତ୍ତମାନ ପୁନମ ପାଣ୍ଡେ ଇନଷ୍ଟାଗ୍ରାମରେ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥିରେ ସେ ସୁସ୍ଥ ଭାବରେ ବସିଥିବାର ନଜର ଆସିଛନ୍ତି। ଆଉ ଅଭିନେତ୍ରୀ ପୁନମ କହିଛନ୍ତି ମୁଁ ଜୀବିତ ଅଛି ସମ୍ପୂର୍ଣ୍ଣ ସୁସ୍ଥ ଅଛି। କ୍ୟାନ୍ସରରେ ମୁଁ ମରିନଥିଲି।ନସର୍ବାଇକାଲ କ୍ୟାନ୍ସର ସଚେତନତା ପାଇଁ ଏପରି କରିଥିବା ସେ କହିଛନ୍ତି। ସର୍ବାଇକାଲ କ୍ୟାନ୍ସର ମୋ ଜୀବନ ନେଇ ନାହିଁ। କିନ୍ତୁ ଏହି କ୍ୟାନ୍ସର ଯୋଗୁ ଅନେକ ମହିଳା ଜୀବନ ହରାଉଛନ୍ତି ତେଣୁ ସଚେତନ ରୁହନ୍ତୁ। HIV ଭ୍ୟାକ୍ସିଂନ ନେବା ପାଇଁ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ପୁନମ।

ତେବେ ସଚେତନତା ପାଇଁ ପୁନମ ଏଭଳି ମିଛ ଖବର ପ୍ରଚାର କରିଥିବା କଥା କହିଛନ୍ତି। ତେଣୁ ପୁନମଙ୍କୁ କ୍ଷମା ମାଗିଛନ୍ତି। ଅନ୍ୟପଟେ ଏହା ପୁନମଙ୍କ ପବ୍ଲିସିଟି ଟନ ଥିବା ନେଇ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *