ବର ନଖୋଜି ଚାଲିଛି ରୋଷେୟା ଖୋଜା, ମିଳୁ ନାହାଁନ୍ତି ରୋଷେୟା କନ୍ୟାଘର ମୁଣ୍ଡରେ ଚିନ୍ତା।

ବାହାଘର ସିଜିନରେ ରୋଷେୟା ଟେନସନ। ଭୋଜି ନଖାଇ ଉପାସରେ ଫେରିବେ ନିମନ୍ତ୍ରିତ ଅତିଥି। ଲଗ୍ନ ନିର୍ଧାରିତ ସରିଛି ଭୋଜି ପାଇଁ ଆଇଟମ ବି ବଛା ସରିଛି ହେଲେ ମିଳୁନାହାନ୍ତି ରୋଷେୟା। କେମିତି ହେବ ବାହାଘର ଭୋଜି।ଚାଲିଛି ବିବାହ ଋତୁ କିଏ ମଣ୍ଡପ ବୁକିଂ କରୁଛି ତ କିଏ ପୁଣି ଟେଣ୍ଡ ହାଉସକୁ ଆଗୁଆ ବରାତି ଦେଉଛି। ସେପଟେ ସୋପିଂ ମୋଲରେ ଭିଡ଼। ପାର୍ଲରରେ ଲାଗିଛି ଲମ୍ବା ଲାଇନ ଆଉ ଏପଟେ ମାର୍କେଟରେ ଚିକେନ୍ ମୋଟନ ଠାରୁ ଆରମ୍ଭ କରି ପନି ପରିବା ମଧ୍ୟ ଦର ମଧ୍ୟ ଆକାଶ ଛୁଆଁ ହୋଇଛି। ସେହିଭଳି ବାହାଘର ପାଇଁ ମନ୍ଦିରରେ ମଧ୍ୟ ସବୁ ପ୍ରକାରର ପ୍ରସ୍ତୁତି ସାରିଲାଣି। ସେପଟେ ପୁଅ ଘର ଏବଂ ଝିଅ ଘର ମଧ୍ୟ ଦେଖା ଚାହାଁ ସରିଗଲାଣି। କାହାର ନିର୍ବନ୍ଧ ସରିଗଲାଣି ତ ପୁଣି କାହାର ନିର୍ବନ୍ଧ ହେବାକୁ ପ୍ରସ୍ତୁତ ଚାଲିଛି। ଆଉ ସେପଟେ ବାହାଘର ଦିନ ପାଇଁ ଲଗ୍ନ ମଧ୍ୟ ନିର୍ଧାରଣ ହୋଇସାରିଛି।

ବିବାହ ଋତୁରେ ବ୍ରାହ୍ମଣଙ୍କ ଠାରୁ ଆରମ୍ଭ କରି ଜ୍ୟୋତିଷ ବାରିକ ସମସ୍ତଙ୍କର ଚାହିଦା ମଧ୍ୟ ଢେର ଅଧିକ। ଗୋଟିଏ ଦିନରେ ୧୦ ରୁ ଅଧିକ ବାହାଘର ବଢୁଛି।ଆଜ୍ଞା ଏ ବାହାଘର ସିଜିନରେ ସବୁ ତ ମିଳୁଛି ହେଲେ ଯିଏ ମୁଖ୍ୟ ତାଙ୍କୁ ଖୋଜି ଖୋଜି ଲୋକେ ନୟାନ୍ତ ହୋଇଗଲେଣି। ହେଲେ ମିଳୁନାହାନ୍ତି ରୋଷେୟା। ଲଗ୍ନ ଧରା ଠାରୁ ଆରମ୍ଭ କରି ବାହାଘର ହେଉକି ରିସେଫସନ ସବୁ ଭୋଜିର ଯିଏ ମୁଖ୍ୟ ସିଏ ହେଉଛନ୍ତି ରୋଷେୟା। କିନ୍ତୁ ଏହି ବାହାଘର ସିଜିନରେ ରୋଷେୟା ମିଳୁନାହାଁନ୍ତି।

ଲଗ୍ନ ସ୍ଥିର ସରିଛି ନିମନ୍ତ୍ରିତ ଅତିଥିମାନେ କ’ଣ ଖାଇବେ ତାହା ମଧ୍ୟ ବଛା ସରିଛି। ଏପଟେ ପନି ପରିବା ଠାରୁ ଆରମ୍ଭ କରି ମାଛ ମାଂସ ମଧ୍ୟ କିଣା ସରିଛି ହେଲେ ମିଳୁନାହାନ୍ତି ରୋଷେୟା। ତେବେ କେମିତି ହେବ ଭୋଜି। ହଁ ଆଜ୍ଞା ଏଇ ବିବାହ ଋତୁରେ ରୋଷେୟାଙ୍କୁ ନେଇ ଟେନସନ ବଢିଯାଇଛି। ଯାହାକୁ ପଚାରିଲେ ସମସ୍ତେ ମନା କରିଦେଉଛନ୍ତି। ଆଜି ଅର୍ଥାତ ରବିବାର ଦିନ ପ୍ରବଳ ବାହାଘର ରହିଛି।

ଆଉ ବିବାହ ଋତୁ ଆସିଥିବା ବେଳେ ଭୁବନେଶ୍ୱରରେ ଜୋରଦାରରେ ଚାଲିଛି ବାହାଘର। କିଏ ମଣ୍ଡପ ବୁକିଂ କରୁଛନ୍ତି ତ ଆଉ କିଏ ମନ୍ଦିର ବାହାଘର ପାଇଁ ସବୁ ପ୍ରକାରର ପ୍ରସ୍ତୁତି କରି ସାରିଲେଣି। ବୋହୁ ଲୋକ ନିଜ ଘରେ ବାହାଘର ପ୍ରସ୍ତୁତି କରୁଥିବା ମଧ୍ୟ ଜଣା ପଡ଼ିଛି।ଏପଟେ ନିର୍ବନ୍ଧ ବି ଏହି ଦିନ ମାନଙ୍କରେ ଜୋରଦାର ହେବ। ଏତେ ସଂଖ୍ୟାରେ ବାହାଘର ନିର୍ବନ୍ଧ ହେଉଛି ଯେ ଅନ୍ୟ କିଛି ଭୋଜି କାର୍ଯ୍ୟକ୍ରମ ପାଇଁ ରୋଷେୟା ମିଳୁନାହାନ୍ତି।ପାଖାପାଖି ଭୁବନେଶ୍ୱରରେ ୩୫୦ ରୁ ଅଧିକ ସ୍ଥାନରେ ବାହାଘର ସ୍ଥାନରେ କମିଶନର ପୋଲିସ ଲାଇସେନ୍ସ ହେଲ୍ପ ପକ୍ଷରୁ ସୂଚନା ମିଳିଛି।

ତେବେ ଘରେ ହେଉଥିବା ବାହାଘର ସଂଖ୍ୟା ବି ଢେର ଅଧିକ ରହିଛି। ତେବେ ଏମିତି ହିସାବ କଲେ ୫୦୦ ରୁ ଅଧିକ ବାହାଘର ଆଜି ରବିବାର ଦିନ ହେବ। ଯାହାକୁ ନେଇ ଉଭୟ ବର ପକ୍ଷ ଏବଂ କନ୍ୟା ପକ୍ଷର ଲୋକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। କେମିତି ହେବ ଭୋଜି ଓ କିଏ କରିବ ରୋଷେଇ।

Leave a Reply

Your email address will not be published. Required fields are marked *