ଦେହ ସୁଖ ପାଇଁ ମିଛ। ମୋ ସହ ରୋମାନ୍ସ ତା ସହିତ ଚଉଠି ରାତି।

ସେପଟେ ମୋ ସହ ରୋମାନ୍ସ କଲା, ଏପଟେ ଚଉଠି କରୁଛି। ବାଙ୍ଗଲାଦେଶରୁ ଆସିଛି ପ୍ରେମିକା।ମୋ ସହିତ ରାତିଦିନ ରୋମାନ୍ସ କଲ ଆଉ ଏପଟେ ଏବେ ଆଉ ଜଣଙ୍କ ସହ ଚଉଠି ମୁଁ କେମିତି ସହିବି କହି ଏବେ ଯୁବତୀ ଜଣଙ୍କ ଦୌଡ଼ି ଆସିଛନ୍ତି ବାଙ୍ଗଲାଦେଶରୁ ଓଡିଶା। ହଁ ଆଜ୍ଞା ଏହି ଫୋଟଟିକୁ ଆପଣ ପ୍ରଥମେ ଦେଖନ୍ତୁ। କେତେ ହସ ମଜାକରେ ଆମ ଓଡ଼ିଆ ଯୁବକ ଜଣେ କୁଆଡେ ପ୍ରେମ କରୁଥିଲେ ଏହି ଯୁବତୀଙ୍କୁ ବାଙ୍ଗଲାଦେଶରେ। ହେଲେ ବାଙ୍ଗଲାଦେଶରୁ ଯେତେବେଳେ ଘରକୁ ଆସିଲେ ତ ଘରକୁ ଆସି ଆଉ ଜଣଙ୍କୁ ବାହା ହୋଇଯାଇଛନ୍ତି। ସେପଟେ ରୋମାନ୍ସ ଆଉ ଏପଟେ ଚଉଠି। ଆଉ ଏବେ ଏକଥା ଜାଣିବା ପରେ ଯୁବତୀ ବାଙ୍ଗଲାଦେଶରୁ ଓଡିଶାକୁ ଦୌଡ଼ି ଆସିଛନ୍ତି।

ଆସିଲା ପରେ ଏପଟେ ବାହା ହୋଇ ସାରିଥିବା ଯୁବକର ମା କିଭଳି କାନ୍ଦି ପକାଉଛନ୍ତି ଏହି ଫୋଟରେ ଦେଖନ୍ତୁ।

ମା ଜଣଙ୍କ କହୁଛନ୍ତି ମୁଁ ଏବେ କଣ କରିବି ଲୋ ମା ତୁ ଆଗରୁ ଯଦି ଆସିଥାନ୍ତୁ ତାହେଲେ ମୋ ପୁଅକୁ ବାହା କରାଇନଥାନ୍ତି। ତ ସହିତ ବାହା କରିଦେଇଥାଆନ୍ତି। ଏ କାନ୍ଥରେ ଛବି ମଧ୍ୟ ଲିଭି ନାହିଁ। ପୁଅ ବାହା ହୋଇସାରିଛି ଘରେ ତାର ସ୍ତ୍ରୀ ଅଛି। ସେ ଚଉଠି ପାଳି ସାରିଲାଣି। ତୁ ବିଳମ୍ବ କରିଦେଲୁ ଲୋ ମା ଆଉ ତୁ ଗୋଟେ ଭଲ ପୁଅ ଦେଖି କୁଆଡେ ବାହା ହୋଇଯା। ହେଲେ ଯୁବତୀ ଏ କଥା ଶୁଣିବାକୁ ନାରାଜ।

ହଁ ଆଜ୍ଞା ବାଙ୍ଗଲାଦେଶି ଝିଅ ଏବେ ବାଲେଶ୍ଵର। ଗୋଟିଏ ଜିଦ ମୁଁ ବାହା ହେବି ବାଲେଶ୍ଵରର ବହୁ ହେବି। ସେ ଯାହା ହେଇଯାଉ କାନ୍ଥରେ ଚିତ୍ର ଥାଉ କି ସେ ବାହା ହୋଇସାରନ୍ତୁ, କି ଯାହା ସହିତ ଚଉଠି କରିଥାନ୍ତୁ କରନ୍ତୁ କିନ୍ତୁ ମୋ ସହିତ ରୋମାନ୍ସ କରି ଆସି ଏଭଳି ଧୋକା ଦେଇ ବାହା ହୋଇଛନ୍ତି ମୁଁ ଛାଡିବିନି। ମୁଁ ବାହାହେବି। ଦୁହିଁଙ୍କର ପ୍ରେମ ଫେସବୁକରୁ ଆରମ୍ଭ ହୋଇଥିଲା ଆଉ ପ୍ରେମ ସମ୍ପର୍କ ଏତେ ଆଗକୁ ବଢିଗଲା ଯେ ଦେଶ ପାର ହୋଇ ଓଡ଼ିଆ ଯୁବକ ଯାଇ ପହଁଚି ଥିଲେ ବାଙ୍ଗଲାଦେଶ ଆଉ କୁଆଡେ ସେ ଝିଅକୁ ବାହା ହୋଇ ଏକାଠି ରହିଥିଲେ।

ତେବେ ବାଙ୍ଗଲାଦେଶରେ ଏକ ମସଜିଦରେ ଦୁହିଁଙ୍କ ବାହାଘର ସରିଥିବା କଥା କହିଛନ୍ତି ଯୁବତୀ ଜଣଙ୍କ। ଆଉ ମଝିରେ ମଝିରେ ନିଜ ଦେଶ ଭାରତକୁ ଫେରି ଆସୁଥିଲେ ପ୍ରେମିକ ବିରେନ୍ଦ୍ର। ହେଲେ ୫ ମାସ ପୂର୍ବରୁ ସେ ଏଭଳି ଆଉ ଜଣଙ୍କୁ ବାହା ହୋଇଯିବା କଥା ସେ ଯେତେବେଳେ ଜାଣିଲେ ବାଙ୍ଗଲାଦେଶ ଯୁବତୀ ଓଡିଶାକୁ ଦୌଡ଼ି ଆସିଥିଲେ।

ଯୁବତୀଙ୍କ ନାଁ ହେଉଛି ରୋମା ମିଆରୀ। ଆଉ ବାଲେଶ୍ଵରରେ ରହୁଥିବା ଯୁବକଙ୍କ ନାଁ ହେଉଛି ବିରେନ୍ଦ୍ର ପ୍ରତାପ ଭଞ୍ଜ। ଆଉ ପ୍ରେମିକ ଗାଁକୁ ଆସି ବିବାହ କରିସାରିଛନ୍ତି। ଏ କଥା ଜାଣିବା ପରେ ଦୌଡ଼ି ଆସିଛି ପ୍ରେମିକା ଆଉ ମାଗୁଛି ନ୍ୟାୟ। ଆଉ ସେପଟେ କାନ୍ଦୁଛନ୍ତି ପ୍ରେମିକର ମା। ଏବେ ମୁଁ କଣ କରିବି।

ଆଉ ଯୁବତୀ ଏପଟେ ଆସି ଘରେ ଆଗରେ ବସିବା ପରେ ସ୍ୱାମୀ ବିରେନ୍ଦ୍ର ପ୍ରତାପ ଧରା ଛୁଆଁ ଦେଉନାହାନ୍ତି। ସେ ଦୀଘାର ପାୱାର ହାଉସରେ ଚାକିରୀ କରନ୍ତି। ଆଉ ଏପଟେ ପ୍ରେମିକା ଜଣଙ୍କ ଅତୀତର ସବୁ ସ୍ମୃତିକୁ ମୋବାଇଲରେ ସାଇତି ରଖିଛନ୍ତି। ଆଉ ଏବେ ଗୋଟିଏ ଜିଦ ଏବେ ମୁଁ ବିରେନ୍ଦ୍ରଙ୍କୁ ବାହା ହେବି ଯାହାବି ହୋଇଯାଉ। ତାଙ୍କର ଚଉଠି ରାତି ସରି ଯାଇଥାଉ ପଛେ। କାନ୍ଥରେ ଚିତ୍ର ଥାଉ ପଛେ ମୁଁ ବିରେନ୍ଦ୍ରଙ୍କୁ ବାହା ହେବି ମାନେ ବାହା ହେବି।ଏବେ ଜାଣିବାକୁ ବାକି ରହିଲା ଏଇ ଯୁବତୀ ଜଣଙ୍କ ସହିତ ଆଗକୁ କଣ ହେଉଛି। ତାଙ୍କୁ ବିରେନ୍ଦ୍ର ମିଳୁଛି ନାଁ ସେ ପୁଣି ଥରେ ବାଙ୍ଗଲାଦେଶକୁ ଫେରି ଯାଉଛି।

Leave a Reply

Your email address will not be published. Required fields are marked *